ଆଦିବାସୀ ଅଂଚଳରେ କାଗଜପତ୍ରରେ ସ୍ୱାସ୍ଥ୍ୟସେବା ଯୋଜନା!
ନବରଙ୍ଗପୁର/ଉମରକୋଟ, (ଓଏନ୍ଏସ୍): ଆଦିବାସୀ ବାସିନ୍ଦା ବହୁଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ହେଁ କ୍ରମେ ଏଠରେ ସ୍ୱାସ୍ଥ୍ୟ ସେବାର ଅବନତି ହୋଇ·ଲିଛି । ଓଏନ୍ଏସ୍ ଅନୁସନ୍ଧାନରୁ ଜଣାପଡିଛି ଯେ, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବିଫଳ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ), ମେଡିକାଲ ଅଫିସର୍ ଇନ·ର୍ଜ ଓ ପିଏଚ୍ଇଓ ମିଳିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଖାତା ପତ୍ରରେ ସୀମିତ ରଖି ପର୍ଯ୍ୟାପ୍ତ ଅର୍ଥ ବାଟମାରଣା କରି·ଲିଛନ୍ତି ଓ ଏଥିଯୋଗୁଁ ଏହି ଅଦିବାସୀ ଅଂଚଳରେ ସର୍ବଦା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହିଛି । ଗତ ୨୦୦୦ରୁ ଆଜି ମଧ୍ୟରେ ପୁଜାରିଗୁଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର (ଉମରକୋଟ) କର୍ତୁପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟସେବା ନାଁରେ ବିଭିନ୍ନ ବେଆଇନ୍ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଯୋଜନା କାର୍ଯ୍ୟ କାରୀନାଁରେ ଫଲ୍ସ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଇଛି । କେତେ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ତୀବ୍ର ମାନସିକ ଯନ୍ତ୍ରଣା ଦିଆଯାଇଥିଲା । ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗର ବିଚାର କରି ମାନ୍ୟବର ଲୋକପାଳ ସଂପୃକ୍ତ ଡ଼ିଡ଼ିଓ ଡ଼ାକ୍ତର ଏସ୍ସି ଶତପଥୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ସୁପାରିଶ (କେଶ୍ ନଂ.୪୨୭-ଏଲ୍ୱାଇ(ଏ)/୨୦୦୭) କରିଥିଲେ ମଧ୍ୟ ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇନାହିଁ । ଏଥିନେଇ ବିଭିନ୍ନ ମହଲରେ ଅସନ୍ତୋଷ ଲାଗି ରହିଛି । କର୍ମ·ରୀଙ୍କ ପାଇଁ ଆସୁଥିବା ବିଭିନ୍ନ ଭତା ଓ ଆର୍ଥିକ ସୁବିଧା ପ୍ରଦାନରେ ଡିଡିଓ ନିଜର ନିର୍ଦ୍ଦଷ୍ଟ ପିସି କାଟି ରଖୁଥିଲା ବେଳେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ପାଇଁ କର୍ମଚାରୀଙ୍କ ଠାରୁ ଲାଂଚ ନେଇ ବେଆଇନ୍ ଭାବେ ବହୁ ଅଧିକ ନେଟ୍ ସାଲାରି ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆର୍ଥିକ ହେରଫେର ଚରମ ସୀମା ପାର କରି ଥିଲାବେଳେ ଏଠାରେ ନିୟମିତ ଅଡିଟ୍ ହୋଇନଥିବାରୁ ବହୁ ଗୁପ୍ତ ତଥ୍ୟ ସାମ୍ନାକୁ ଆସିପାରୁନାହିଁ । ଅନ୍ୟ ଏକ ଅଭିଯୋଗରୁ ଜଣା ପଡିଛି ଯେ, ଡିଡିଓ ଜନୈକା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ହଇରାଣ କରିଥିଲେ । ନିଜେ ଡ଼ିଡ଼ିଓ ଜନୈକା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ଲୋକଙ୍କ ନାଁରେ ଏକ ଅଭିଯୋଗପତ୍ର ପ୍ରସ୍ତୁତ କରି ଜନୈକ କ୍ୱାକଙ୍କ ସହାୟତାରେ କିଛି ଲୋକଙ୍କର ଦସ୍ତଖତ ଆଣିବାକୁ ଉଦ୍ୟମ କଲାବେଳେ ଧରା ପଡିଥିଲେ । ସୂଚନା ଯୋଗ୍ୟ ଯେ, ସଂପୃକ୍ତ ଡିଡିଓ ନିଜର କର୍ତବ୍ୟ ଆଦୌ କରନ୍ତି ନାହିଁ ଓ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହନ୍ତି । ଏ ସଂପର୍କରେ ଅଭିଯୋଗ ପାଇ ବାରମ୍ବାର ବିଭାଗୀୟ ପଦାଧିକାରୀ ମାନେ ଡାକ୍ତରଖାନାରେ ପହଂଚି ତଦନ୍ତ କରି ଅଭିଯୋଗର ପ୍ରମାଣ ପାଇଥିଲେ ହେଁ ନିରବ ରହି ଆସିଛନ୍ତି । ଏଭଳି ଘଟଣା କେବିକେ ଅଂଚଳର ଅଧିକାଂଶ ଡ଼ାକ୍ତରଖାନାରେ ଦେଖା ଯାଇପାରେ । କେବିକେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସର୍ବଦା ସ୍ୱାସ୍ଥ୍ୟସେବାର ଅବନତି ପାଇଁ ଏଭଳି କାରଣକୁ ମଧ୍ୟ ଦାୟୀ କରାଯାଉଛି । ଏଠାରେ ବହୁ ଅସାଂବିଧାନିକ କାର୍ଯ୍ୟ ସଂପର୍କରେ ସାଧାରଣ ଅଭିଯୋଗ ସତ୍ୱେ ବିଭାଗୀୟ ନିରବତାର କାରଣ ସନେ୍ଦହ ଘେରକୁ ଆସିଛି । ଏଥିପ୍ରତି ରାଜ୍ୟ ଭିଜିଲାନ୍ସ ଡିଜି, ମୁଖ୍ୟ ସାଶନ ସଚିବ, ସ୍ୱାସ୍ଥ୍ୟ ସଚିବ ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ମଚାରୀ ଓ ବୁଦ୍ଧିଜିବୀ ମହଲରେ ଦାବି କରାଯାଇଛି । ଓଏନ୍ଏସ୍ ।