ଆଦି ଶକ୍ତିପୀଠ ମା’ତାରା ତାରିଣୀ
ଶରତ କୁମାର ରାଉତ
ଭାରତ ଏକ ପୂଣ୍ୟଭୂମି, ଖାସ ଏହାର ଦେବୀ ଦେବତାଙ୍କୁ ନେଇ । ସୃଷ୍ଟି ଆରମ୍ଭରୁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ସ୍ୱତନ୍ତ୍ରତା ଅଛି, ଯାହା ଅଜଣା, କେବଳ ଇତିହାସର ରୂପାନ୍ତର । ଶକ୍ତିପୀଠ, ଯାହା ଏକ ରହସ୍ୟପୂର୍ଣ୍ଣ ଗାଥା, ପ୍ରାୟତଃ ଜନମାନସରେ ଅଗୋଚର ହୋଇ ରହିଛି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମାଣ୍ଡ ସରଂଚନା ପାଇଁ ଭଗବାନ ବ୍ରହ୍ମା, ଭଗବାନ ମହାଦେବ ଓ ଭଗବାନ ବିଷ୍ଣୁ ତାଙ୍କର ତଥାକଥିତ ମାତା ଆଦିଶକ୍ତିଙ୍କୁ ସନ୍ତୁଷ୍ଟି ପାଇଁ ଏକ ଯଜ୍ଞର ଆୟୋଜନ କଲେ । ମା’ଶକ୍ତି ମଧ୍ୟ ଏଥିରେ ବ୍ରହ୍ମାଙ୍କୁ ସହଯୋଗ ଦେଲେ । ତେବେ ବ୍ରହ୍ମାଙ୍କ ପୁତ୍ର ଦକ୍ଷରାଜ ପିତାଙ୍କ ନିର୍ଦ୍ଦେଶରେ ମା’ ଶକ୍ତିଙ୍କୁ ନିଜର ଝିଅ ରୂପରେ ପାଇବାକୁ ବିଭିନ୍ନ ଯଜ୍ଞ ଆଦି ଉପାସନା କଲେ । ଶେଷରେ ମା’ଶକ୍ତି ମାନବ ରୂପରେ ଜନ୍ମ ନେଲେ । ଏହା ପଛରେ ବ୍ରହ୍ମାଙ୍କର ଉଦ୍ଦେଶ୍ୟ ଥିଲା ଯେ, ଭଗବାନ ଶିବଙ୍କ ସହ ଶକ୍ତିଙ୍କର ମିଶ୍ରଣ କରାଇ ସୃଷ୍ଟି ସଂରଚନା କରିବା ପାଇଁ । ସେଥିପାଇଁ ସେ ତାଙ୍କର ନାମକରଣ କରିଥିଲେ ସତୀ । ମାତ୍ର କୌଣସି ପ୍ରକାର ସତୀଙ୍କୁ ଶିବ ବିବାହ କରି କୈଳାଶ ପର୍ବତ ନେଇଗଲେ । ଏହା ଜାଣିପାରି ଦକ୍ଷଙ୍କ ରାଗ ଚରମ ସୀମାରେ ପହଂଚିଗଲା । ଶିବଙ୍କୁ ସବୁ ଦେବୀ ଦେବତାଙ୍କ ସାମ୍ନାରେ ଅପମାନିତ କରିବା ପାଇଁ ଦକ୍ଷ ମୁନିମଣ୍ଡଳ (ଆନ୍ଧ୍ର ପ୍ରଦେଶର ମୁରାମଲ୍ଲା) ଠାରେ ଏକ ଯଜ୍ଞର ଆୟୋଜନ କଲେ । ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ । ଏଥିରେ ନିଜକୁ ଅପମାନିତ ବୋଧ କରି ସତୀ ସ୍ୱଂୟ ବାପାଙ୍କ ଯଜ୍ଞ ସ୍ଥଳରେ ପହଂଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କଲେ ନାହିଁ । ବାପା ଦକ୍ଷ କିଛି ଆଦର ଗଉର ନକରି ଝିଅ ଜ୍ୱାଇଁଙ୍କୁ ଅପମାନ ସୂଚକ ଶବ୍ଦ ସବୁ ଶୁଣାଇଲେ । ସେହିକ୍ଷଣି ବାପାଙ୍କ ଅପମାନକୁ ସହ୍ୟ କରି ନପାରି ସତୀ ଅଗ୍ନି କୁଣ୍ଡରେ ଆତ୍ମଦାହ କଲେ । ତ୍ରିକାଳଦର୍ଶୀ ଶିବ ଏ ଖବର ଜାଣି ସେଠାରେ ପହଂଚିଲେ ଓ ଗଭୀର ଦୁଃଖରେ ସତୀଙ୍କ ମର ଶରୀର ଧରି ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ସାରା ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା । ସବୁଆଡ଼େ ଚାଲିଲା ଧ୍ୱଂସଲୀଳା । ଦେବ ଦେବୀ ମାନେ ଏହାର ସମାଧାନ ବା ଶିବଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ଉପାୟ ବାହାର କରିବାକୁ ବ୍ରହ୍ମା ଓ ବିଷ୍ଣୁଙ୍କୁ ଅନୁରୋଧ କଲେ । ଧ୍ୱଂସଲୀଳା ବନ୍ଦ କରି ବ୍ରହ୍ମାଣ୍ଡରେ ଶାନ୍ତି ସ୍ଥାପନ ପାଇଁ ବ୍ରହ୍ମା ବିଷ୍ଣୁଙ୍କୁ ଅନୁରୋଧ କଲେ । ବିଷ୍ଣୁ ଅନୁଭବ କଲେ, ଯେପର୍ଯ୍ୟନ୍ତ ଶିବଙ୍କ ହସ୍ତରୁ ସତୀଙ୍କ ମର ଶରୀର ଅଲଗା ହୋଇନାହିଁ, ସେପର୍ଯ୍ୟନ୍ତ ଶିବ ଶାନ୍ତ ହେବେ ନାହିଁ କି ବ୍ରହ୍ମାଣ୍ଡ ଧ୍ୱଂସାଭିମୁଖିରୁ ବର୍ତିବ ନାହିଁ । ଏଣୁ ବ୍ରହ୍ମାଣ୍ଡ ରକ୍ଷା ପାଇଁ ସଙ୍ଗେସଙ୍ଗେ ଶିବ ଧରିଥିବା ସତୀଙ୍କ ମର ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଆତ୍ମା ରହିତ କରିବାକୁ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ।
କିଛିକ୍ଷଣ ମଧ୍ୟରେ ସୁଦର୍ଶନ ଚକ୍ର ମା’ସତୀଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲା ଓ ମା’ଙ୍କ ଶରୀରର ବିଭିନ୍ନ ଅଂଶ ଭାରତୀୟ ଉପମହାଦେଶର ଅନେକ ସ୍ଥାନରେ ବିଂଚି ହୋଇ ପଡ଼ିଲା । ଦୁଃଖରେ ମ୍ରିୟମାଣ ଭଗବାନ ଶିବ ସତୀଙ୍କ ବିଖଣ୍ଡିତ ଅଙ୍ଗ ଖୋଜିବା ଆରମ୍ଭ କଲେ । ଏଥିରେ ସହାୟତା କଲେ ଭଗବାନ ଭୈରବ । ସର୍ବ ଶେଷରେ ସତୀଙ୍କ ଅଙ୍ଗର ମୁଖ୍ୟାଂଶ ସମେତ ସମସ୍ତ ଖଣ୍ଡକୁ ଖୋଜି ପୂଜାର୍ଚ୍ଚନା ତଥା ଖଣ୍ଡ ଗୁଡ଼ିକୁ ସୁରକ୍ଷା ଦେବାକୁ ଭଗବାନ ଭୈରବଙ୍କୁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମା । ସେହି ଦୁର୍ଲଭ ସ୍ଥାନ ଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ଶିବ ମିଶି ଶକ୍ତି ପୀଠର ମାନ୍ୟତା ଦେଲେ । ସେଗୁଡ଼ିକ ମଧ୍ୟରେ ୪ଟି ଆଦିଶକ୍ତି ପୀଠ, ୧୮ଟି ମହାଶକ୍ତି ପୀଠ ଓ ୫୧ଟି ଶକ୍ତିପୀଠ ରହିଛି । ତେବେ ମା’ଶକ୍ତିଙ୍କର ଯେଉଁ ଅଂଶଗୁଡ଼ିକ ପ୍ରଥମ ୪ଟି ସ୍ଥାନରେ ପଡ଼ିଲା, ସେଗୁଡ଼ିକ ଆଦିପୀଠ ନାମରେ ପରିଚିତ ବୋଲି କୁହାଯାଏ । ସେହି ଆଦିପୀଠ ହେଲେ, (୧)ପୁରୀ ମନ୍ଦିରରେ ପୂଜିତା ମା’ବିମଳା(ପାଦଖଣ୍ଡ), (୨) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ନିକଟସ୍ଥ ଋଷିକୂଲ୍ୟା ନଦୀ ଉପକଣ୍ଠରେ କୁମାରୀ ପାହାଡ଼ ଉପରେ ବିରାଜିତ ମା’ତାରା ତାରିଣୀ(ସ୍ତନଖଣ୍ଡ), ୩) ଆସାମର ଗୌହାଟୀ ସ୍ଥିତ କାମାକ୍ଷା ଦେବୀ(ଜୋନିଖଣ୍ଡ), ୪) କୋଲକତାର ଦକ୍ଷିଣ କାଳୀ(ମୁଖଖଣ୍ଡ) । ତେବେ ଓଡ଼ିଶାରେ ଉପରୋକ୍ତ ୨ଟି ଆଦିଶକ୍ତିପୀଠ ରହିଥିବାବେଳେ ଗୋଟିଏ ମହା ଶକ୍ତିପୀଠ ମା’ ବିରଜା ରହିଛନ୍ତି ।
ତେବେ ଏହି ଆଦି ଶକ୍ତିପୀଠ ଗୁଡ଼ିକ ମଧ୍ୟରେ ଗଞ୍ଜାମର ତାରାତାରିଣୀ ପୀଠ ଅନ୍ୟତମ । ମନ୍ଦିରର ଗର୍ଭଗୃହରେ ୪ଜଣ ଦେବୀ ପୂଜା ପାଊଛନ୍ତି । ତାଙ୍କ ମୁଖ ମଣ୍ଡଳରେ ସୁନା ଅଳଂକାର ଓ ବିଭିନ୍ନ ପ୍ରକାର ସୁଗନ୍ଧିତ ଫୁଲମାଳ ଶୋଭା ପାଉଛି । ମା’ ତାରା ଓ ତାରିଣୀ, ଏହି ଦୁଇ ଭଉଣୀଙ୍କ ମହାତ୍ମ୍ୟ ସାରା ଦେଶରେ ଜଣାଶୁଣା । ମା’ ତାରା ଓ ତାରିଣୀ ଲୋକଙ୍କ ସୁରକ୍ଷା ପାଇଁ ଆବିର୍ଭା ବୋଲି କୁହାଯାଏ । ତେବେ ଏହି ଶକ୍ତିପୀଠର ସୁରକ୍ଷା ପାଇଁ ଏକ ମନୋରମ ମନ୍ଦିର କେଉଁ କାଳରୁ ପ୍ରତିଷ୍ଠା ହୋଇଥିଲା । ମାତ୍ର ଏବେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ମନ୍ଦିରର ନୂଆ ରୂପ ଓ ବିକଶିତ ପରିବେଶ ଦେଶ ବିଦେଶର ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବାରେ ସହାୟକ ହେବ । ଗଂଜାମ ଜିଲ୍ଲାର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ର ଆହ୍ୱାନ ଜଣାଇଥିଲେ । ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର ଲୋକାର୍ପିତ କରିବା ସହ ରୁଷିକୂଲ୍ୟା ନଦୀତଟ ଉନ୍ନତି କରଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ର । ମାତା ତାରା ତାରିଣୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗଂଜାମ ଜିଲ୍ଲା ପାଇଁ ଉତ୍ସବ ମୁଖର ହୋଇଥିଲା । ଚାରିଆଡ଼ୁ ଏହି ପୀଠକୁ ଲୋକ ମାନଙ୍କର ସୂଅ ଛୁଟିଥିଲା । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନୋରମ ମନ୍ଦିରର ଶୋଭାକୁ ବହୁଗଣିତ କରିଛି । ପବିତ୍ର ମନ୍ତ୍ର ଧ୍ୱନୀ ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପ୍ରତିଷ୍ଠା ଉତ୍ସବରେ ପୁରି ଜଗନ୍ନାଥ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତ ମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କର ବିଷେଶ ଅବଦାନ ରହିଥିଲା । ତେବେ ଏହି ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପ୍ରସଂସା କରାଯାଇ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ବ୍ରହ୍ମପୁର ଠାରୁ ୩୦ କି.ମି. ଦୂର ରୁଷିକୂଲ୍ୟା ନଦୀ କୁଳରେ ମା’ ତାରା ତାରିଣୀଙ୍କ ପୀଠ ଅବସ୍ଥିତ । କୁମାରୀ ପାହାଡ଼ର ସର୍ବୋଚ ଶିଖରରେ ଦୁଇ ଦେବୀ ମା’ ତାରା ଓ ତାରିଣୀ ପୂଜା ପାଉଛନ୍ତି । ଏହି ପୀଠକୁ ଏକ ନୂଆ ରୂପ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପଦକ୍ଷେପ ସାକାର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଚୀବ (୫-ଟି)ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବାବେବେଳେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତମାନେ ପାହାଡ଼ ଚଢି ମା’ଙ୍କ ଦର୍ଶନ ପାଇଁ ଯାଉଥିଲେ । ମାତ୍ର ଏବେ ସେଠାରେ ରୋପ୍ୱେ ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି ।
ମୁୂଖ୍ୟ ମନ୍ଦିର ଭିତରେ ଥିବା ୨ଟି ମୁହଁ ଅବିକଳ ଦେବୀଙ୍କ ଭଳି ଦେଖା ଯାଆନ୍ତି । ସନ୍ଧ୍ୟାରେ ମା’ଙ୍କର ଆଳତୀ ହୁଏ । ପରେ ଫଳଫୁଲ ଅର୍ପଣ କରାଯାଇ ଦେବୀ ମାତାଙ୍କର ମାର୍ଜ୍ଜନା ହୁଏ । ଏହି ସମୟରେ ନିୟମ ଅନୁସାରେ ଭକ୍ତମାନେ ଉକ୍ତ ଦୁର୍ଲ୍ଲଭ ଦୃଶ୍ୟକୁ ଦେଖିବା କିମ୍ବା ଫଟୋ ଉଠାଇବା ନିଷେଧ ରହିଛି । ସୁଖର କଥା ଯେ, ଏହି ମହାନ ଆଦି ଶକ୍ତିପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଶକ୍ତିପୀଠର ଚତୁଃପାଶ୍ୱର୍ ସମେତ ସିଂହଦ୍ୱାର, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦେବୀ ଦର୍ଶନ, ସର୍ବସାଧାରଣ ଟଏଲେଟ୍, ପାନୀୟ ଜଳ ଓ ଶକ୍ତିପୀଠକୁ ଗମନାଗମନ ବ୍ୟବସ୍ଥାର ନବୀକରଣ କରାଯାଇଛି । ସେହିପରି ମନ୍ଦିର ପରିସରରେ ପ୍ରସାଦ ସେବନ ଗୃହ, ପ୍ରତୀକ୍ଷାଳୟ, ସାଧାରଣ ଭୋଜନାଳୟ, ମନ୍ଦିର ଭିତରକୁ ସୁବିଧାରେ ପ୍ରବେଶ, ବସିବା ପାଇଁ ବେଂଚ, ପୋଲିସ୍ ଆଉଟ୍ ପୋଷ୍ଟ,ଚିକିତ୍ସାକେନ୍ଦ୍ର, ଆରାଧନା ଗୃହ ଆଦି ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଆଦି ଶକ୍ତିପୀଠର ନବୀକରଣ ଓ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଓଡ଼ିଆ ଢଙ୍ଗରେ ହୋଇଛି ତଥା ହୋଇ ଚାଲିଛି, ଯାହା ଦେଶର ସବୁଠୁ ଆକର୍ଷକ ଓ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ତୀର୍ଥଯାତ୍ରୀ ଓ ସାଧାରଣରେ ବିଶ୍ୱାସ ରହିଛି ଯେ, ଏଠାରେ କୌଣସି ଭକ୍ତ ବା ଶ୍ରଦ୍ଧାଳୁ ନିଷ୍ଟାର ସହ ମା’ଙ୍କର ପୂଜାର୍ଚ୍ଚନା କଲେ, ନିଜର ଜୀବନ କାଳ ମଧ୍ୟରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ସହିତ ସବୁକିଛି ପାଇପାରିବେ । ଏହି ବିଶ୍ୱାସରେ ନିଜର ମନସ୍କାମନା ପୂରଣ ପାଇଁ ମା’ଙ୍କର ପୂଜା-ଆରାଧନା କରିବାକୁ ପ୍ରତିଦିନ ଏହି ଆଦି ଶକ୍ତିପୀଠକୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସିଥାନ୍ତି ।
ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮
I don’t think the title of your article matches the content lol. Just kidding, mainly because I had some doubts after reading the article.
Thanks for sharing. I read many of your blog posts, cool, your blog is very good.
I don’t think the title of your article matches the content lol. Just kidding, mainly because I had some doubts after reading the article.
34878togptQ
semSmShq1Au
Thanks for shening. I read many of your blog posts, cool, your blog is very good.