ଆସ ଗଢ଼ିବା ସଂସ୍କାରବାନ ପିଢ଼ିର ରାଜ୍ୟସ୍ତରୀୟ କର୍ମଶାଳା

ଆସ ଗଢ଼ିବା ସଂସ୍କାରବାନ ପିଢ଼ିର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର, (ଆଇଏନ୍ଏସ୍): ଆସ ଗଢ଼ିବା ସଂସ୍କାରବାନ ପିଢ଼ିର ରାଜ୍ୟ ସ୍ତରୀୟ କର୍ମଶାଳା ୟୁନିଟ୍-୯ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରତିନିଧି ଡା. ଭକ୍ତ ଚରଣ ନାୟକ ଯୋଗ ଦେଇ କହିଥିଲେ, ଧରା ପୃଷ୍ଠରେ ସ୍ୱର୍ଗୀୟ ବାତାବରଣ ଉତ୍ପନ୍ନ ନିମନ୍ତେ ସଂସ୍କାରବାନ ପିଢ଼ିର ଆବଶ୍ୟକତା ଅଛି । ଗାୟତ୍ରୀ ପରିବାର ସଂସ୍ଥାପକ, ସଂରକ୍ଷକ ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ଉଦେ୍ଦଶ୍ୟ ମନୁଷ୍ୟ ମଧ୍ୟରେ ଦେବତ୍ୱ, ଧରା ପୃଷ୍ଠରେ ସ୍ୱର୍ଗର ଅବତରଣ, ବ୍ୟକ୍ତି, ପରିବାର, ସମାଜ ନିର୍ମାଣ ନିମନ୍ତେ ଗର୍ଭୋତତ୍ସବ ସଂସ୍କାର ଆବଶ୍ୟକ ରହିଛି । ଏଣୁ ମାତୃ ଗର୍ଭରୁ ହିଁ ପିଲାକୁ ସଂସ୍କାର କରିବା ଆବଶ୍ୟକତା ରହିଛି । ଗ୍ରାମ ସ୍ତରରେ ପ୍ରତ୍ୟେକ ଗର୍ଭବତୀ ମା ମାନଙ୍କ ଗର୍ଭସ୍ତ ପିଲାକୁ ସଂସ୍କାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପୁସ୍ତକ, ଲିଫ୍ଲେଟ୍, ଚଳଚିତ୍ର ମାଧ୍ୟମରେ ଏହାକୁ ପ୍ରଚାର ପ୍ରସାର କରିବା ସହିତ ମା ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ଦୈନିକ ଆହାର, ବିହାର ଓ ସଂଯମ ପ୍ରତି ଧ୍ୟନ ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ମାୟାଧର ବେହାରା, ରବି ନାରାୟଣ ପଣ୍ଡା, ଆସ ଗଢ଼ିବା ସଂସ୍କାରବାନ ପିଢ଼ିର ସଂଯୋଜକ ପାଣ୍ଡବ ଜେନା, ବିଚିତ୍ର କୁମାର ସାହୁ, ବିଳାସିନୀ ସାହୁ, କୃପାସିନ୍ଧୁ ଷଢ଼ଙ୍ଗୀ, ପୂର୍ଣ୍ଣ ବାରିକଙ୍କ ସହିତ ରାଜ୍ୟର ବହୁ କର୍ମକର୍ତା ଯୋଗଦାନ କରିଥିଲେ ।

Leave a Reply

Your email address will not be published.