ଏଏସପି ଭାବେ ଦାୟିତ୍ୱ ନେଲେ ନିମାଇଁ ଚରଣ ସେଠୀ

ଏସୟୁଜେ ସମତେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସ୍ୱାଗତ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପର ନୂଆ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ନିମାଇଁ ଚରଣ ସେଠୀ । ଗତ ଜୁନ୍ ୩୦ ତାରିଖରେ ବିଷ୍ଣୁ ଚରଣ ମିଶ୍ର ଅବସର ଗ୍ରହଣ କରିବା ପରେ ଜଗତସିଂହପୁର ଏଏସପି ବିଶ୍ୱନାଥ ମିଶ୍ର ଦାୟିତ୍ୱରେ ଥିଲେ । ଗତ ଶୁକ୍ରବାର ଦିନ ଶ୍ରୀ ସେଠୀ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ପାରାଦ୍ୱୀପ ଅଂଚଳରେ ବିଭିନ୍ନ ଥାନା ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ନବନିଯୁକ୍ତ ଏଏସପିଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସ୍ୱାଗତ ଜଣାଇଥିଲେ । ଶନିବାର ଦିନ ଏସୟୁଜେ ପାରାଦ୍ୱୀପ ଶାଖା ପକ୍ଷରୁ ଏସୟୁଜେ ସାମ୍ବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଞ୍ଜୟ କୁମାର ମିଶ୍ର, ଜଗନ୍ନାଥ ଶତପଥି ପ୍ରମୁଖ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ପାରାଦ୍ୱୀପ ରେ ଆଇନ୍ ଶୃଙ୍ଖଳା ପରିସ୍ଥିତିରେ ଦୃଢତା ଆଣିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଯଥା ସମ୍ଭବ ସହଯୋଗ କରିବାକୁ ଶ୍ରୀ ସେଠୀ କହିଥିଲେ । ଏସୟୁଜେ ପାରାଦ୍ୱୀପ ପକ୍ଷରୁ ଶ୍ରୀ ସେଠୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published.