କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ତଟରକ୍ଷୀ ବାହିନୀ
ପାରାଦ୍ୱୀପ, (ଆଇଏନ୍ଏସ୍): ଦେଶରେ କରୋନା ବିରୁଦ୍ଧରେ ଲଢୁଥିôବା ଯୋଦ୍ଧାମାନଙ୍କୁ ରବିବାର ଦିନ ସମ୍ମାନ ଜଣାଇଛି ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀର ତିନିଗୋଟି ଜାହାଜ ପଶ୍ଚିମବଙ୍ଗର ସାଗରଦୀପ, ଓଡିଶାର ପାରାଦ୍ୱୀପ ଓ ପୁରୀ ଠାରେ ମୂତୟନ ହୋଇଥିଲା । ରବିବାର ସଂଧ୍ୟାରେ ପାରାଦ୍ୱୀପ ସମୁଦ୍ରରେ କୋଷ୍ଟଗାର୍ଡ ଜାହାଜ ‘ସୁଦୟ’ ମୂତୟନ ହୋଇଥିଲା । ସଂଧ୍ୟା ସମୟ ଅତିକ୍ରାନ୍ତ ହେବା ପରେ କୋଷ୍ଟଗାର୍ଡ ଜାହାଜ ସୁଜୟ ସଂପୂର୍ଣ୍ଣ ଆଲୋକମାଳାରେ ଉଦଭାଷିତ ହୋଇ ଉଠିଥିଲା । ଏହାପରେ ଜାହାଜରୁ ସବୁଜ ରଙ୍ଗ ଆଲୋକ ଉତକ୍ଷେପଣ କରାଯାଇଥିଲା । ଯାହାକି ଉପକୂଳକୁ ସ୍ପଷ୍ଟ ଭାବେ ଦେଖାଯାଇଥିଲା । ତଟରକ୍ଷୀ ବାହିନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,କରୋନା ବିରୁଦ୍ଧରେ ଲଢୁଥିôବା ଡାକ୍ତର, ନର୍ସ, ଅନ୍ୟପାରା ମେଡିକାଲ କର୍ମଚାରୀ, ପୋଲିସ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି, ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ସମ୍ମାନାର୍ଥେ ଭାରତୀୟ ତଟରକ୍ଷୀ ବାହିନୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମାନ ଜଣେଇଛି ।