କରୋନା ସଂକ୍ରମଣ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ପାରାଦ୍ୱୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ପାରାଦ୍ୱୀପ, (ଆଇଏନ୍ଏସ୍): ସମ୍ପ୍ରତି ସାରା ବିଶ୍ୱ ତଥା ଭାରତରେ କରୋନା ସଙ୍କ୍ରମଣ (କୋଭିଡ୍-୧୯) ତାର କରାଳ ରୁପ ଦେଖାଇ ଚାଲିଛି । ସାରା ଦେଶରେ ସଙ୍କ୍ରମଣ ପ୍ରତିହତ ପାଇଁ ସଂଗ୍ରାମ ଜାରି ରହିଛି । ତେବେ ଓଡିଶା ରାଜ୍ୟର ଜଗତସିଂହପୁର ଜିଲ୍ଲା ଏବଂ ବନ୍ଦର ସହର ପାରାଦ୍ୱୀପରେ ଜିଲ୍ଲା ଓ ବନ୍ଦର ପ୍ରଶାସନର ସତର୍କତା ପଦକ୍ଷେପ ଯୋଗୁଁ ପ୍ରାଥମିକ ସ୍ତରରେ ଏହି ସଙ୍କ୍ରମଣ ବ୍ୟାପି ପାରିନଥିଲା । କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ସଙ୍କ୍ରମଣ ବ୍ୟାପିବାର ତିନିମାସ ପରେ ଏହା ଧିରେଧିରେ ଜଗତସିଂହପୁର ଜିଲ୍ଲା ସମେତ ପାରାଦ୍ୱୀପ ସହରରେ ବ୍ୟାପିବାକୁ ଲାଗିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦର ସହରରେ ମହାମାରୀ କୋଭିଡ୍-୧୯ ବା କରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ବିଭିନ୍ନ ସୁରକ୍ଷା ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସଙ୍କ୍ରମଣ ରୋଗର ବିସ୍ତାରକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ନିଦେ୍ର୍ଦଶରେ ବନ୍ଦର ମୁଖ୍ୟ ଚିକିସôାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତ୍୍ୱାବଧାନରେ ବନ୍ଦର ଚିକିତ୍ସାଳୟରେ ଉଚ୍ଚମାନର ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ଓ ପ୍ରସ୍ତୁତି କରାଯାଉଛି । ବନ୍ଦର ଚିକିତ୍ସାଳୟ ମୁଖ୍ୟ ପ୍ରବେଶ ପଥରେ ଏକ ସ୍କ୍ରିନିଂ ଏବଂ ଟ୍ରାଇଜ୍ କୋଠରୀ ନିର୍ମାଣ କରାଯାଇଛି ଏବଂ ଏଠାରେ ଜ୍ୱର ଏବଂ ସ୍ୱାଇନ୍ ଫ୍ଲୁ ରୋଗର ଲକ୍ଷଣ ଥିବା ରୋଗୀଙ୍କୁ ପରିକ୍ଷା କରାଯିବ । ଜର କିମ୍ବା କୋଭିଡ୍-୧୯ ସଂକ୍ରମଣ ରୋଗୀଙ୍କୁ ଚିହ୍ନଟ ପରେ ସେମାନଙ୍କୁ କୋଭିଡ୍ କେୟାର ସେଂଟରକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯିବ । ତେବେ ଏହିପରି ରୋଗୀମାନେ ଅନ୍ୟ ରୋଗୀ ଓ ଡାକ୍ତରଖାନାର କର୍ମଚାରୀ ମାନଙ୍କ ସହ ମିଶି ପାରିବେ ନାହିଁ । ପୂର୍ବରୁ ଏସବୁ ଏକ ଅସ୍ଥାୟୀ ଶିବିରରେ କରାଯାଉଥିଲା । ବର୍ତମାନ ସ୍କ୍ରିନିଂରେ ନିୟୋଜିତ କର୍ମଚାରୀମାନେ କୋଭିଡ ୧୯ ସନ୍ଦିଗ୍ଧଙ୍କ ଠାରୁ ସୁରକ୍ଷିତ ରହିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୋଗୀଙ୍କ ଶରୀର ତାପମାତ୍ରା ନେବାପାଇଁ ଏକ ଥର୍ମାଲ କ୍ୟାମେରା ଲଗା ଯାଇଛି, ଅଧିକନ୍ତୁ, ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଡାକ୍ତରଖାନା ଭିତରକୁ ଯିବା ପୂର୍ବରୁ ତାପମାତ୍ରା ଯାଂଚ କରାଯିବ । ତେବେ ଏହି ବ୍ୟବସ୍ଥାକୁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଓ ପାରାଦ୍ୱୀପ ଲେଡିଜ୍ କ୍ଳବର ସଭାନେତ୍ରୀ ସୁଭଲକ୍ଷ୍ମୀ ରଏ ପରିଦର୍ଶନ କରି ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ନିଆ ଯାଇଥିବା ପ୍ରତିଷେଧକ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଇତି ମଧ୍ୟରେ ବନ୍ଦର ହିତାଧିକାରୀଙ୍କ ସଙ୍କ୍ରମଣର ତୁରନ୍ତ ନିରାକରଣ ପାଇଁ ଏକ କୋଭିଡ୍-୧୯ ଆଂଟିଜେନ୍ ପରୀକ୍ଷା କରିବା ସୁବିଧା ସୃଷ୍ଟି କରାଯାଇଛି । ଏହି ରିପୋର୍ଟ ଲେଖିବା ବେଳକୁ ୧୪୬ଟି ପରିକ୍ଷା ମଧ୍ୟରୁ ୩୪ଟି କୋଭିଡ୍-୧୯ ସକରାତ୍ମକ ବା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ କିଛି ଗୃହ ସଂଘରୋଧରେ ଓ ଅନ୍ୟମାନେ ପୋର୍ଟକ୍ଳବ କୋଭିଡ୍ କେୟାର ସେଣ୍ଟରରେ ରହିଛନ୍ତି । କିଛି ଜଟିଳ ମାମଲା ରୋଗୀଙ୍କୁ ଜାତି୍ରନିବାସର ଉତ୍ସର୍ଗୀକୃତ କୋଭିଡ୍ ଚିକିତ୍ସାଳୟକୁ ପଠାଯାଇଛି । ଲେଡିଜ୍ କ୍ଳବର ସଭାନେତ୍ରୀ ଶ୍ରୀମତୀ ରଏ ସମସ୍ତଙ୍କୁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଏବଂ ହାତ ଧୋଇବା ଅଭ୍ୟାସ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଥାଉକି, ପାରାଦ୍ୱୀପ ବନ୍ଦର ଚିକିସôାଳୟରେ ଡା. ପଣ୍ଡା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଯୋଗ ଦେବା ପରେ ଚିକିତ୍ସାଳୟର ବହୁବିଧ ଉନ୍ନୟନ ସାଧିତ ହୋଇଛି । ବିଭିନ୍ନ ଚିକିତ୍ସା ଉପକରଣ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ଚିକିତ୍ସାଳୟ ଆଭ୍ୟନ୍ତରୀଣ ଓ ପାରିପାଶ୍ୱିର୍କ ସ୍ୱଚ୍ଛତା ଉପରେ ଗୁରୁତ୍ୱ, ଡାକ୍ତର ଓ କର୍ମଚାରୀ ମାନଙ୍କ ନିର୍ଘଂଟ ସମୟରେ ଉପସ୍ଥାନ ଓ ଶୃଙ୍ଖଳାରକ୍ଷା, ବନ୍ଦର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମୀକା ଗ୍ରହଣ ଇତ୍ୟାଦିରେ ଡା. ପଣ୍ଡାଙ୍କ ଭୂମୀକା ଗୁରୁତ୍ୱପୂର୍ଣ୍ଣ ।