କେନ୍ଦ୍ରାପଡାବାସୀ ଅନୁଭବଙ୍କୁ ଅନୁଗ୍ରହ କରିବେ କି?

କେନ୍ଦ୍ରାପଡାବାସୀ ଅନୁଭବଙ୍କୁ ଅନୁଗ୍ରହ କରିବେ କି?

କେନ୍ଦ୍ରାପଡା, (ଓଏନ୍ଏସ୍): ବିଷେଶ କରି କେନ୍ଦ୍ରାପଡା ଏକ ଅଣ କଂଗ୍ରେସ ଗଡ଼ ରୁପେ ପରିଚିତ । ୧୯୫୨-୫୭ ମସିହାରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ, ପରବର୍ତି ନିର୍ବାଚନରେ ଅର୍ଥାତ୍ ୧୯୫୭ ଠାରୁ ୨୦୧୪ ମଧ୍ୟରେ ଯେତେ ଲୋକସଭା ନିର୍ବାଚନ ହୋଇଛି ସେଥିରେ ଅଣକଂଗ୍ରେସ ପ୍ରାର୍ଥୀ ମାନେ ବିଜୟ ଲାଭ କରିଆସିଛନ୍ତି । ସେମାନେ ହେଲେ ନିତ୍ୟାନନ୍ଦ କାନୁନଗୋ, ସୁରେନ୍ଦ୍ର ନାଥ ଦ୍ୱିବେଦୀ, ସୁରେନ୍ଦ୍ର ମହାନ୍ତି, ବିଜୁ ପଟ୍ଟନାୟକ, ରବିରାୟ, ବୈଜୟନ୍ତ ପଣ୍ଡା. ଆଳି ରାଜା ଶରତ ଦେବ, ଶ୍ରୀକାନ୍ତ ଜେନା, ପ୍ରଭାତ ସାମନ୍ତରାୟ, ଅର୍ଚ୍ଚନା ନାୟକ ପ୍ରମୁଖ । ୨୦୧୯ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ୱ ପାଇଁ ବିଜେଡି ପକ୍ଷରୁ ଓଡ଼ିଆ ଚଳଚିତ୍ରର ଲୋକପିୟ ଅଭିନେତା ଅନୁଭବ ମହାନ୍ତି, ବିଜେପି ପକ୍ଷରୁ ବରିଷ୍ଠ ରାଜନେତା ବୈଜୟନ୍ତ ପଣ୍ଡା ଓ କଂଗ୍ରେସ ପକ୍ଷରୁ ବିଶିଷ୍ଠ ଆଇନଜିବୀ ଧରଣୀଧର ନାୟକଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସୁରେନ୍ଦ୍ର ନାଥ ଦ୍ୱିବେଦୀ ଓ ବିଜୁ ପଟ୍ଟନାୟକ ତିନି ଥର ବିଜୟୀ ହୋଇ ହାଟ୍ରିକ୍ ଅର୍ଜନ କରିଥିବାବେଳେ ବୈଜୟନ୍ତ ପଣ୍ଡା ଦୁଇଥର ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି । ହେଲେ ପଣ୍ଡାବାବୁ ୩ୟ ଥର ଜିତି ହାଟ୍ରିକ୍ ଅର୍ଜନ କରିବାର ଲକ୍ଷରେ ଅଛନ୍ତି । ଅଣକଂଗ୍ରେସ ରାଜନୀତିର ପେଣ୍ଠସ୍ଥଳୀ ଭାବେ ଜଣାଶୁଣା କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାମର ସ୍ୱତନ୍ତ୍ର ଚମକ ଥିବାବେଳେ ତାହା ଆଉ ଲୋକମାନଙ୍କ ମନକୁ ଛୁଇଁ ପାରୁନାହି । ବିଜେଡି ଯାହାକୁ ଟିକେଟ୍ ଦେବ ସେ ଜିତିବାର ସମ୍ଭାବନା ଅଧିକ ଉଜ୍ୱଳ ଏହା ବିଜେଡ଼ି ସୁପ୍ରିମୋ ନବୀନବାବୁ ଜାଣି ପାରିଲେଣି । ଏହି ପରିପେକ୍ଷୀରେ ସମ୍ଭାବ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ଟିକଟ ନଦେଇ ପୂର୍ବ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାଭଳି ଓଡ଼ିଆ ଚଳଚିତ୍ରର ଅଭିନେତା ଅନୁଭବ ମହାନ୍ତିଙ୍କୁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ରାଜ୍ୟସଭା ସଦସ୍ୟ ଥିବା ଅନୁଭବ ଦିନଟିଏପାଇଁ କେନ୍ଦ୍ରାପଡ଼ା ଆସିନାହାନ୍ତି କି ନଳକୂପଟିଏ ବସାଇବାର ପ୍ରୟାସ କରିନାହାନ୍ତି । ଏହା ଏକ କୃଷି ବହୁଳ ଜିଲ୍ଲା । ଏହାର ୮୦ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ । ଏହି ଜିଲ୍ଲାରୁ ୪୦ଭାଗ ଲୋକ ଓଡ଼ିଶା ବାହାରେ, ଦେଶ ବାହାରେ ରହି ପେଟ ପୋଷୁଛନ୍ତି । ସାଂସଦ ହୋଇ ଗଲାପରେ ୫ବର୍ଷ ପର୍ଯ୍ୟନ୍ତ କାହାରି ଦେଖାହୁଏ ନାହିଁ, ବରଂ ନିର୍ବାଚନ ଆସିଲେ ନେତାମାନେ ଏଠାରେ ମାଳ ମାଳ ହୁଅନ୍ତି । କିନ୍ତୁ ଏ କ୍ଷେତ୍ରରେ ବୈଜୟନ୍ତ ପଣ୍ଡାଙ୍କ କଥା ଅଲଗା । ବନ୍ୟା, ବାତ୍ୟା, ଘରପୋଡ଼ି ଖବର ପାଇଲା ମାତ୍ରେ ସେ ସେଠାରେ ପହଂଚି ସାହାର୍ଯ୍ୟ କରିଥାଆନ୍ତି । ଆଉମଧ୍ୟ ଗରିବ ଝିଅ ପିଲାଙ୍କ ପାଠ ପଢିବାରେ ସେ ତାଙ୍କର ନିଜସ୍ୱ ପାଣ୍ଠିରୁ ଅର୍ଥ ମଧ୍ୟ ଦେଇ ଥାଆନ୍ତି । ମିଷ୍ଠଭାଷୀ, ପରଉପକାରୀ ଭାବରେ ସେ ପରିଚିତ । ତାଙ୍କରି ସାଂସଦ କାଳରେ ଅନେକ ଜନହିତକର କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଅଛି । ଅନେକ ଗ୍ରାମାଚଂଳରେ ସାଂସଦ ପାଣ୍ଠିରୁ ପାଣି ଟାଙ୍କି ବସାଇ ଜଳକଷ୍ଟ ଦୂର କରିବାରେ ସହାୟକ ହୋଇଛନ୍ତି । ସହରରେ କମ୍ୟୁନିଟି ସେଂଟର ତିଆରି କରିବାରେ ସେ ପ୍ରଥମ ସାଂସଦ । ଦିର୍ଘ ୧୯ ବର୍ଷ ଓଡ଼ିଶାରେ ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଏହି ଜିଲ୍ଲାରେ ସେହିଭଳି କୌଣସି ଆଖି ଦୃଶିଆ କାମ ହୋଇନାର୍ହି । କେନ୍ଦ୍ରର ଯୋଜନାକୁ ନିଜର ଯୋଜନା କହି ଲୋକମାନଙ୍କୁ ଭୂଆଁ ବୁଲାଇଛନ୍ତି । କÿାଳିଆ, ପିଠା ଯୋଜନାରେ ଅର୍ଥ ହେରଫେର ହେଉଥିବାର ଶୁଣିବାକୁ ମିଳୁଛି । ଏଣୁ ଚଳିତ ନିର୍ବାଚନ କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ଏକ ଅଗ୍ନି ପରିକ୍ଷା । ୨୧ ଗୋଟି ସାଂସଦ ଆସନ ମଧ୍ୟରୁ ସାରା ଭାରତର ଆଖି ଏହି କେନ୍ଦ୍ରାପଡ଼ା ଉପରେ ।

Leave a Reply

Your email address will not be published.