ଗୋପାଳପୁର ବନ୍ଦରର ୨ ନୂଆ ବର୍ଥ ଉଦ୍ଘାଟିତ

ଗୋପାଳପୁର ବନ୍ଦରର ୨ ନୂଆ ବର୍ଥ ଉଦ୍ଘାଟିତ

ଛତ୍ରପୁର, (ଓଏନ୍ଏସ୍): ଗୋପାଳପୁର ବନ୍ଦରର ୨ ନୂଆ ବର୍ଥ ଉଦ୍ଘାଟିତ ହେବା ସହିତ ବନ୍ଦରର ପର୍ୟ କାରବାର ୨୦ ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି ପାଇଛି । ଆଗାମୀ ୨୦୨୫ ସୁଦ୍ଧା ଏହି କାରବାର ୫୫ ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି ପାଇବା ନେଇ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହି ଅବସରରେ ବନ୍ଦର ଭିତିଭୂମି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ । ଏହା ଦ୍ୱାରା ପଅତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ୮ ହଜାର ଲୋକେ ରୋଜଗାର ସୁଯୋଗ ପାଇ ପାରିବେ । ସୂଚନାଯୋଗ୍ୟ ଯେ, ଉକ୍ତ ୨ଟି ବର୍ଥ ନିର୍ମାଣ ବାବଦରେ ୨ହଜାର କୋଟି ଟଙ୍କା ବିନିଯୋଗ ହୋଇଛି । ପାରାଦୀପ ବନ୍ଦର ପରେ ଧାମରା, ସୁବର୍ଣ୍ଣରେଖା ଓ ଗୋପାଳପୁର ବନ୍ଦର ସାମୁଦି୍ରକ ବାଣିଜ୍ୟ କ୍ଷେତ୍ରରେ ରାଜ୍ୟର ବିକାଶକୁ ଆଗେଇ ନେବାରେ ସହାୟକ ହୋଇଛି ।ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ଼.ନୃସିଂହ ଚରଣ ସାହୁ କହିଲେ ଯେ, ଗୋପାଳପୁର ବନ୍ଦର ଆମ ରାଜ୍ୟରେ ଶିଳ୍ପ ବିକାଶ ସହିତ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଗୋପାଳପୁର ବନ୍ଦରରେ ଗୋଟିଏ ବର୍ଥ ଥିଲା, ଯାହାର ପରିବହନ କ୍ଷମତା ମାତ୍ର ୫ ନିୟୁତ ମେଟ୍ରିକ ଟନ୍ ଥିଲା । କିନ୍ତୁ ଏବେ ୨ଟି ନୂଆ ବର୍ଥ ନିର୍ମାଣ ଦ୍ୱାରା ବନ୍ଦରର ପରିବହନ କାରବାର କ୍ଷମତା ୨୦ ନିୟୁତ ମେଟ୍ରିକ ଟନ୍ ରେ ପହଂଚିଛି । “ସାପୁର୍ଯ୍ୟ ପାଲୋଞ୍ଜୀ ପୋର୍ଟ ମେଂଟେନାନ୍ସ ପ୍ରାଇଭେଟ ଲିମିଟେଡ଼୍”କମ୍ପାନୀ ପକ୍ଷରୁ ୨ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ବନ୍ଦରର ଉନ୍ନତି କରଣ କାର୍ଯ୍ୟ କରାଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ସର୍ବଶ୍ରୀ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପି୍ରୟାଂଶୁ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ନେତା ଓ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.