ଘୋଡା କିଣାବିକାର ଇତିହାସ

ଘୋଡା କିଣାବିକାର ଇତିହାସ

ସୁବାସ ଷଡଙ୍ଗୀ
ନିକଟରେ କର୍ଣ୍ଣାଟକର ଯେଉଁ ରାଜନୈତିକ ଅସ୍ଥିରତା ଦେଖାଦେଲା, ତାର ପ୍ରଭାବ ଏବେ ଭାରତ ସାରା ଦେଖିବାକୁ ମିଳୁଛି । କିଏ କହୁଛି, ବିଜେପିର ସବୁ ଚାବାଜିତ ଫସରଫାଟିଗଲାତ ଆଉ କିଏ କହୁଛି, ବିଜେପି ନେତାଙ୍କର ଘୋଡା କିଣାବିକାର ରାଜନୀତି ଫସର ଫାଟିଗଲା । ପରିସ୍ଥିତି ଯାହା ହେଉନା କାହିଁକି ବିଜେପିର ନେତାମାନେ କ୍ଷମତା ଓ ଅର୍ଥ ବଳରେ କର୍ଣ୍ଣାଟକରେ ସରକାର ଚଲାଇବାକୁ ଚାହୁଁଥିଲେ ଏକଥାଟି ପରିଷ୍କାର ହୋଇଗଲା । ଗୋଟାଏ କଥା ଏଠାରେ ସବୁବେଳେ ଆଲୋଚନା ହେଉଥିଲା, ତାହାହେଲା ଘୋଡା କିଣାବିକା । ଏହାର ଅର୍ଥକଣ? ଏଠାରେ କିଏ ଘୋଡା ଆଉ ତାକୁ କିଏ କିଣୁଥିଲା, କଣ ପାଇଁ?
ସେଦିନ ଟେଲିଭିଜନ ପରଦାରେ ବିଜେପି ନେତାମାନେ ସଫେଇ ଦେଇ କହିଥିଲେ ଯେ ଆମେ ଘୋଡା କିଣାବିକା କରୁନା । ସେମାନଙ୍କ ମୁହଁରୁ ଏକଥା ଶୁଣିବା ପରେ ପାଖରେ ବସିଥିବା ଜଣେ ବନ୍ଧୁ କହିଉଠିଲେ,ଯଦି ସେମାନେ ଘୋଡା କିଣାବିକା କରୁ ନାହାନ୍ତି ,ତେବେ କଣ ହାତୀ କିଣାବିକା କରୁଥିଲେ? ଅନେକ ,କଥାକୁ ବାଜେ କଥା କହିପାରନ୍ତି । ପ୍ରକୃତ କଥା ବୁଝିବା ଦରକାର । ରାଜନୀତି କରିବା ପାଇଁ ହେଲେ ଏମିତି ଅନେକ କଥା ଜାଣିବା ଦରକାର ।
ସେଦିନ ପାଖରେ ବସିଥିବା ବନ୍ଧୁ ଜଣକ ପଚାରିଲେ, ଏତେ ଜୀବ ଥାଉ ଥାଉ ଘୋଡା କଣ ପାଇଁ କିଣା ବିକା ହୁଏ? ଏଇ କଥାଟି କୋଉଠୁ ଆସିଲା? ସହଜଭାବେ ଉତର ଦିଆଯାଇପାରେ, ଆମେରିକାରୁ ଆସିଲା ଏଇ ଘୋଡା କିଣାବିକା କଥା । । କଥାଟି ହେଲା, ଘୋଡାର ବଜାର ସବୁବେଳେ ଗୋଳମାଳିଆ । ଠିକ ଦାମ ଦେଇ ସହଜରେ ଘୋଡା କିଣାଯାଇପାରେନା । ଘୋଡା ଚିହ୍ନିବା କାଠିକର ପାଠ । ଏଣୁ ବହୁପରିମାଣରେ ଏପଟ ସେପଟ ହେବାର ସମ୍ଭାବନା ଥାଏ । ସେଇ କାରଣରୁ ଉଣେଇଶ ଶତକର ଶେଷ ପର୍ଯ୍ୟାୟ ଗୋଟାଏ ଦଳର ରାଜନୀତିକୁ କିଣି ନେବାର ମହାନ ପରମ୍ପରାକୁ କୁହାଗଲା ହର୍ସ ଟ୍ରେଡିଂ । ଅନେକ ଦିନ ପୂର୍ବେ ଦକ୍ଷିଣ ଭାରତର ଜଣେ ମହାନ ଲୋକ କହିଥିଲେ, ଏମିତି କହିବା ଦ୍ୱାରା ଘୋଡାମାନଙ୍କୁ ଅପମାନିତ କରାଯାଉ ନାହିଁକି? କିନ୍ତୁ ଘୋଡା କିଛି କହିପାରେନା । କଥା କହିବାର ଅଭ୍ୟାସ ତାର ଥିଲେ ସେ କେବେଠାରୁ ପ୍ରତିବାଦ କରିବା ଆରମ୍ଭ କରିସାରନ୍ତାଣି । ରାଜନୀତି ଭିତରେ କଥାଟି ପଶିଯିବାରୁ ଏହା ବେଶ ଜନପ୍ରିୟ ହୋଇଉଠିଲା ।
ତେବେ କଥାଟି ଅଧିକ ଜନପ୍ରିୟ ହେଲା, ଏକ ଉପନ୍ୟାସ ପାଇଁ । ଏହି ଉପନ୍ୟାସଟିର ନାମ ହେଲା,ଡେଭିଡ ହାରମ । ୧୮୯୮ ମସିହାରେ ବହିଟି ପ୍ରକାଶିତ ହୋଇଥିଲା । ଏହି ବହିର ଲେଖକ ହେଲେ ଏଡୱାର୍ଡି ନୋଇଜ େଓôଷ୍ଟକଟ । ନିଉୟର୍କ ପ୍ରଦେଶର ସିରାକ୍ୟୁସରେ ସେ ଥିଲେ ଜଣେ ବ୍ୟାଙ୍କର ।ଡେଭିଡ ହାରାମ ହେଉଛି ତାଙ୍କ ବହିର ନାୟକ । ସେ ନିଜେ ବ୍ୟାଙ୍କର । ତା ସହିତ ଘୋଡା କିଣବିକା କରେ । ସେ ବ୍ୟବସାୟର ଦେଣନେଣ ନେଇ ଠକାମି ଥିଲେ ବି ତାର କୌଣସି ଅବଶୋଷ ନଥିଲା । ବରଂ ତାର ଧାରଣ ହେଲା ପ୍ରତିଯୋଗିତମୟ ବଜାରରେ ସବୁକିଛି ଚାଲିପାରେ । ଏଇ ଧାରଣକୁ ନେଇ ସେ ତାର ଏକ ନୀତି ପ୍ରସ୍ତୁତ କରିନେଇଥିଲା । ଧର୍ମ ଓ ଦର୍ଶନର ମହାନ ପରମ୍ପରାକୁ ସାମାନ୍ୟ ପରିମାର୍ଜିତ କରି ସେ କହୁଥିଲା, ଅନ୍ୟମାନେ ତୁମ ସହ ଯାହା କରିବାକୁ ଚାହାନ୍ତି, ତୁମେ ସେମାନଙ୍କ ସହିତ ସେଇଆ କର । ଏମିିକି ଚଟାପଟ କର ।ଅତି ସରଳ ଅର୍ଥରେ କହିବାକୁ ଗଲେ ଯଦ ିତୁମକୁ ଜଣେ ଠକିବାକୁ ଚାହୁଁଥାଏ ତେବେ ତୁମେ ତାକୁ ଆଗତୁରା ଠକି ଦିଅ । ଅର୍ଜୁନଙ୍କ ପ୍ରତି କୃଷ୍ଣଙ୍କ ଉପଦେଶ ମନେ କରାଯାଇପାରେ । ଯୁ୍ଦ୍ଧ ଏବଂ ପ୍ରେମରେ ସବୁକିଛି ହୋଇପାରେ ।
େଓ୍ôଷ୍ଟକଟଙ୍କର ଦୁର୍ଭଗ୍ୟ ହେଉଛି, ସେ ତାଙ୍କ ବହିଟିର ସଫଳତା ଦେଖି ପାରିନଥିଲେ ।ଶେଷରେ ଅର୍ଥାତ ବହୁ ଚେଷ୍ଟାପରେ ଜଣେ ପ୍ରକାଶକ ତାଙ୍କ ବହିା ପାଣ୍ଡୁଲିପିକୁ ଫେରାଇ ଦେଇଥିଲେ । ଶେଷବେଲକୁ ବହି ଯେତେବେଳେ ପ୍ରକାଶିତ ହେଲା ,ସେତେବେଳକୁ ଲେଖକ ବିଦାୟ ନେଇସାରିଥିଲେ ।ବହିଟି ଯେେବେଳେ ପ୍ରକାଶିତ ହେଲା, ସେତେବେଳେ ଆମେରିକାରେ ଭଲ ସମୟ ଚାଲିଥିଲା । ଆମେରିକାର ଅର୍ଥନୀିତି ଭଲଥିଲା । ବ୍ୟବସାୟ ବାଣିଜ୍ୟ ଖୁବ ବଢିଥିଲା । ସାମାଜିକ ବୈଷମ୍ୟ ବଶ କିଛି ପରିମାଣରେ ମଧ୍ୟ ବଢିଥିଲା ।
ଏମିତିିଭାବରେ ଘୋଡା ବେପାର କଥା ଜୋର ଧରିଥିଲା । ତାର କାରଣ ହେଲା, ବେପାରରେ ନୀତି ନିୟମ କିଛି ନାହିଁ । ଲାଭ ପାଇବା ପାଇଁ ହେଲେ ଯେ କୌଣସି କାମ କରାଯାଇପାରିବ ।ଏପରି ପରିସ୍ଥିତିରେ ଡେଭିଡ ହାରେମଙ୍କ କଥା ଅମୃତବାଣୀ ସଦୃଶ ହେଲା ।
ଡେଭିଡ ହାରେମଙ୍କୁ ଏବେ କିଏବା ମନେରଖିଛି? ଏଡୱର୍ଡ େଓ୍ô୍ଟକଷ୍ଟ ମଧ୍ୟ ବିସ୍ମୃତ ହେଇିଗଲେଣି ।କିନ୍ତୁ ଘୋଡାବେପାର କଥା ରହିଯାଇଛି ।ଯେତେବେଳେ ରାଜନେତି÷ିକ ସଂକଟ ସୃଷ୍ଟି ହୁଏ, ଘୋଡାବେପାର କଥା ଆଲୋଚନାକୁ ଆସେ । ଘୋଡାବେପାର ସାହାଯ୍ୟରେ ଯଦି କ୍ଷମତା ଉପଭୋଗ କରିହେବ, ତେବେ କ୍ଷତି କଣ? ଲାଭ ପାଇବା ପାଇଁ ହେଲେ କିଛି ଏପଟ ସେପଟ କରିବାକୁ ହେବ । ଅନ୍ୟର କ୍ଷତି କଲେ ନିଜର ଲାଭ ହେବ । ଏହାହିଁ ସମୟର ଡାକ ।
ଗୋଟାଏ ଦଳର ରାଜନୀତିକୁ କିଣି ନେବାର ମହାନ ପରମ୍ପରାକୁ କୁହାଗଲା ହର୍ସ ଟ୍ରେଡିଂ । ଅନେକ ଦିନ ପୂର୍ବେ ଦକ୍ଷିଣ ଭାରତର ଜଣେ ମହାନ ଲୋକ କହିଥିଲେ, ଏମିତି କହିବା ଦ୍ୱାରା ଘୋଡାମାନଙ୍କୁ ଅପମାନିତ କରାଯାଉ ନାହିଁକି? କିନ୍ତୁ ଘୋଡା କିଛି କହିପାରେନା । କଥା କହିବାର ଅଭ୍ୟାସ ତାର ଥିଲେ ସେ କେବେଠାରୁ ପ୍ରତିବାଦ କରିବା ଆରମ୍ଭ କରିସାରନ୍ତାଣି । ରାଜନୀତି ଭିତରେ କଥାଟି ପଶିଯିବାରୁ ଏହା ବେଶ ଜନପ୍ରିୟ ହୋଇଉଠିଲା ।
ତେବେ କଥାଟି ଅଧିକ ଜନପ୍ରିୟ ହେଲା, ଏକ ଉପନ୍ୟାସ ପାଇଁ । ଏହି ଉପନ୍ୟାସଟିର ନାମ ହେଲା,ଡେଭିଡ ହାରମ । ୧୮୯୮ ମସିହାରେ ବହିଟି ପ୍ରକାଶିତ ହୋଇଥିଲା । ଏହି ବହିର ଲେଖକ ହେଲେ ଏଡୱାର୍ଡି ନୋଇଜ େଓôଷ୍ଟକଟ । ନିଉୟର୍କ ପ୍ରଦେଶର ସିରାକ୍ୟୁସରେ ସେ ଥିଲେ ଜଣେ ବ୍ୟାଙ୍କର ।ଡେଭିଡ ହାରାମ ହେଉଛି ତାଙ୍କ ବହିର ନାୟକ । ସେ ନିଜେ ବ୍ୟାଙ୍କର । ତା ସହିତ ଘୋଡା କିଣବିକା କରେ । ସେ ବ୍ୟବସାୟର ଦେଣନେଣ ନେଇ ଠକାମି ଥିଲେ ବି ତାର କୌଣସି ଅବଶୋଷ ନଥିଲା । ବରଂ ତାର ଧାରଣ ହେଲା ପ୍ରତିଯୋଗିତମୟ ବଜାରରେ ସବୁକିଛି ଚାଲିପାରେ । ଏଇ ଧାରଣକୁ ନେଇ ସେ ତାର ଏକ ନୀତି ପ୍ରସ୍ତୁତ କରିନେଇଥିଲା । ଧର୍ମ ଓ ଦର୍ଶନର ମହାନ ପରମ୍ପରାକୁ ସାମାନ୍ୟ ପରିମାର୍ଜିତ କରି ସେ କହୁଥିଲା, ଅନ୍ୟମାନେ ତୁମ ସହ ଯାହା କରିବାକୁ ଚାହାନ୍ତି, ତୁମେ ସେମାନଙ୍କ ସହିତ ସେଇଆ କର । ଏମିିକି ଚଟାପଟ କର ।ଅତି ସରଳ ଅର୍ଥରେ କହିବାକୁ ଗଲେ ଯଦ ିତୁମକୁ ଜଣେ ଠକିବାକୁ ଚାହୁଁଥାଏ ତେବେ ତୁମେ ତାକୁ ଆଗତୁରା ଠକି ଦିଅ । ଅର୍ଜୁନଙ୍କ ପ୍ରତି କୃଷ୍ଣଙ୍କ ଉପଦେଶ ମନେ କରାଯାଇପାରେ । ଯୁ୍ଦ୍ଧ ଏବଂ ପ୍ରେମରେ ସବୁକିଛି ହୋଇପାରେ ।
େଓ୍ôଷ୍ଟକଟଙ୍କର ଦୁର୍ଭଗ୍ୟ ହେଉଛି, ସେ ତାଙ୍କ ବହିଟିର ସଫଳତା ଦେଖି ପାରିନଥିଲେ ।ଶେଷରେ ଅର୍ଥାତ ବହୁ ଚେଷ୍ଟାପରେ ଜଣେ ପ୍ରକାଶକ ତାଙ୍କ ବହିା ପାଣ୍ଡୁଲିପିକୁ ଫେରାଇ ଦେଇଥିଲେ । ଶେଷବେଲକୁ ବହି ଯେତେବେଳେ ପ୍ରକାଶିତ ହେଲା ,ସେତେବେଳକୁ ଲେଖକ ବିଦାୟ ନେଇସାରିଥିଲେ ।ବହିଟି ଯେେବେଳେ ପ୍ରକାଶିତ ହେଲା, ସେତେବେଳେ ଆମେରିକାରେ ଭଲ ସମୟ ଚାଲିଥିଲା । ଆମେରିକାର ଅର୍ଥନୀିତି ଭଲଥିଲା । ବ୍ୟବସାୟ ବାଣିଜ୍ୟ ଖୁବ ବଢିଥିଲା । ସାମାଜିକ ବୈଷମ୍ୟ ବଶ କିଛି ପରିମାଣରେ ମଧ୍ୟ ବଢିଥିଲା ।
ଏମିତିିଭାବରେ ଘୋଡା ବେପାର କଥା ଜୋର ଧରିଥିଲା । ତାର କାରଣ ହେଲା, ବେପାରରେ ନୀତି ନିୟମ କିଛି ନାହିଁ । ଲାଭ ପାଇବା ପାଇଁ ହେଲେ ଯେ କୌଣସି କାମ କରାଯାଇପାରିବ ।ଏପରି ପରିସ୍ଥିତିରେ ଡେଭିଡ ହାରେମଙ୍କ କଥା ଅମୃତବାଣୀ ସଦୃଶ ହେଲା ।
ଡେଭିଡ ହାରେମଙ୍କୁ ଏବେ କିଏବା ମନେରଖିଛି? ଏଡୱର୍ଡ େଓ୍ô୍ଟକଷ୍ଟ ମଧ୍ୟ ବିସ୍ମୃତ ହେଇିଗଲେଣି ।କିନ୍ତୁ ଘୋଡାବେପାର କଥା ରହିଯାଇଛି ।ଯେତେବେଳେ ରାଜନେତି÷ିକ ସଂକଟ ସୃଷ୍ଟି ହୁଏ, ଘୋଡାବେପାର କଥା ଆଲୋଚନାକୁ ଆସେ । ଘୋଡାବେପାର ସାହାଯ୍ୟରେ ଯଦି କ୍ଷମତା ଉପଭୋଗ କରିହେବ, ତେବେ କ୍ଷତି କଣ? ଲାଭ ପାଇବା ପାଇଁ ହେଲେ କିଛି ଏପଟ ସେପଟ କରିବାକୁ ହେବ । ଅନ୍ୟର କ୍ଷତି କଲେ ନିଜର ଲାଭ ହେବ । ଏହାହିଁ ସମୟର ଡାକ ।

Leave a Reply

Your email address will not be published.