ଅଟୋ ମହାସଂଘର ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ
ଭୁବନେଶ୍ୱର, (ଆଇଏନ୍ଏସ୍): ଅଟୋ ମହାସଂଘ ପକ୍ଷରୁ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ମାଷ୍ଟରକ୍ୟାଂଟିନ ଛକ ଠାରୁ ଏକ ଟ୍ରାଫିକ୍ ସଚେତନତା ରାଲି ବାହାରି ଏଜି ଛକ ଟ୍ରାଫିକ୍ ଥାନାରେ ପହଂଚିଥିଲା । ଏହାକୁ ପୂର୍ବତନ ସାଂସଦ ତଥା ସିନେତାରକା ସିଦ୍ଧାନ୍ତ ମହାପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ । ଟ୍ରାଫିକ୍ ଥାନା ସମ୍ମୁଖରେ ଅନୁଷ୍ଠିତ ସଚେତନତା ସଭାରେ ବିଶିଷ୍ଟ ଅତିଥି ଭାବେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ତଥା ଅଟୋ ମହାସଂଘର ସଭାପତି ସୁବାଶ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସିନେତାରକା ସିଦ୍ଧାନ୍ତ ମହାପାତ୍ର, ଟ୍ରାଫିକ୍ ଡିସିପି ସାଗରିକା ନାଥ, କାର୍ଯ୍ୟକାରୀ ସଭାପତି ନବକିଶୋର ମହାନ୍ତି, ପରିବହନ ଅଧିକାରୀ ପ୍ରଦୀପ ମହାନ୍ତି, ପୋସୋ ର ଅଧ୍ୟକ୍ଷ ମକବୁଲ ଅଲ୍ଲୀ, ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା, ଥାନାଧିକାରୀ ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ, ଅଟୋ ମହାସଂଘର ସଂପାଦକ ପ୍ରଶାନ୍ତ ରାଉତ, ଜୁନେତ୍ ଅଲ୍ଲୀ, ବିଜୟ ପଟ୍ଟନାୟକ, ନିହାର ରଂଜନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ଅଟୋ ·ଳକମାନଙ୍କୁ ସଚେତନ କରାଇଥିଲେ । ପ୍ରଥମେ ପୌରାଣିକ ଶୈଳୀରେ ପଥପ୍ରାନ୍ତ ନୃତ୍ୟନାଟିକା ମାଧ୍ୟମରେ ସଚେତନତା କରାଯାଇଥିଲା । ପରେ ପର୍ଫେକ୍ଟ ମୁଭ୍ସ ତରଫରୁ କୁନିକୁନି ପିଲାମାନଙ୍କ ଦ୍ୱାରା ଟ୍ରାଫିକ୍ ସଚେତନତାର ବାର୍ତା ବହନ କରୁଥିବା ଏକ ସାମାଜିକ ନାଟକ ମଂଚସ୍ଥ ହୋଇଥିଲା । ପିଲାମାନଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଅଟୋ ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ ସଭାପତିତ୍ୱ କରିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଏଥି ସହିତ ଜୟଦେବ ଭବନ ଠାରେ ନିର୍ମାଣ ଶ୍ରମିକ ପରି ପରିବହନ ଶ୍ରମିକ କାର୍ଡ ଅଟୋଚାଳକ ମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ କଲ୍ୟାଣ ବୋର୍ଡର ଅଧ୍ୟକ୍ଷଙ୍କ ସହିତ ଅଧିକାରୀ ସତ୍ୟନାରାୟଣ ଆ·ର୍ଯ୍ୟ, ଅମ୍ବିକା ପ୍ରସାଦ ମିଶ୍ର, ଧରା ଦାସ ପ୍ରମୁଖ ଯୋଗଦେଇ ୮୦ଟି ପରିବହନ କାର୍ଡ ପ୍ରଦାନ କରିଥିଲେ । ଆଗାମୀ ଦିନରେ ୩୦ ହଜାର ଚାଳକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଅଧ୍ୟକ୍ଷ କହିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ଭୁବନେଶ୍ୱର ଅଟୋ ମହାସଂଘ, ବିଭିନ୍ନ ସଂଘର କର୍ମକର୍ତା ଓ ଅଟୋଚାଳକମାନେ ଯୋଗ ଦେଇଥିଲା ବେଳେ କମିଶନରେଟ୍ ପୋଲିସ୍, ଭୁବନେଶ୍ୱର-କଟକ ଓ ପରିବହନ ବିଭାଗ ସାହାଯ୍ୟ ସହଯୋଗ କରିଥିଲେ ।