ଚେକିଙ୍ଗ ଠିକ ନା ଭୁଲ!

ଚେକିଙ୍ଗ ଠିକ ନା ଭୁଲ!

ସୁବାସ ଷଡଙ୍ଗୀ
ମଝିରେ ମଝିରେ ଏମିତି ହୁଏ । ୟେ ହେଉଛି ଆମର ଏକ ଅଭ୍ୟାସ । ନୂଆ ଜିନିେ କାହାକୁ ବା ଭଲ ନ ଲାଗେ । ଅକ୍ଷୟ ମହାନ୍ତି ପରା ଗାଇଥିଲେ, ‘ ନୂଆ ନୂଆ ଦିନା କେତେ ଭାରି ଆଦର, ପୁରୁଣା ହେଲେ ତୁଠ ପଥର’ । ଗାଡି ଚେକିଙ୍ଗ କଥାଟା ସେମିତି । ସେପ୍ଟେମ୍ବର ପହିଲାରୁ ଭୁବନେଶ୍ୱର ସମେତ ସାରାଓଡିଶାର ଦୁଇ ଚକିଆ ଗାଡି ମାଲିକଙ୍କ ଭିତରେ ଛନକା ପଶିଛି । ଗୋଟାଏ ସପ୍ତାହ ସେମାନେ ଗାଡି ବାହାର କଲେନି । ଏବେ ଆରଟିଓ ଅଫିସରେ ନାହିଁ ନଥିବା ଭିଡ । ଯୁଦ୍ଧକାଳୀନ ଭିତିରେ କାମ ଚାଲିଛି । ସରକାର ମଧ୍ୟ ବେଶ ତତ୍ପର ହୋଇ ଉଠିଛନ୍ତି । ଚେକିଙ୍ଗ ନାମରେ ଭୁବନେଶ୍ୱରରେ ଯାହା ଚାଲିଲା, ସେଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା ।
ଏମିତି କାହିଁକି ହେଲା? କେନ୍ଦ୍ର ସରକାର ଜରିମାନାର ଅର୍ଥ ବଢାଇଦେଲେ । ଅର୍ଥାତ ଯେଉଁଭୁଲ ପାଇଁ ଜରିମାନା ଶହେ ଟଙ୍କାଥିଲା, ଏବେ ତାହା ହଜାରେ ଟଙ୍କା । ଟଙ୍କାର ପରିମାଣ ବଢିବାରୁ ଭୁବନେଶ୍ୱରର ଆରଟିଓ-୨ ହଠାତ ତତ୍ପର ହୋଇ ଉଠି ଏଜି ଛକରେ କ୍ୟାଂପ ବସାଇ ଜରିମାନ ଆଦାୟ କଲେ । ଏଠାରେ ଲୋକଙ୍କ ମନରେ ସନେ୍ଦହ ଦେଖାଦିଏ । ଜରିମାନା ପରିମାଣ ବଢିବା ପରେ ହଠାତ ଆରଟିଓବାବୁ ଚେକିଙ୍କ କରିବାକୁ ବାହାରିଲେ କାହିଁକି? ଆଗରୁ କରୁନଥିଲେ କାହିଁକି? ନୂଆ ଫାଇନ ସେପ୍ଟେମ୍ବର ଏକ ତାରିଖରୁ ଲାଗୁ ହେବ ବୋଲି ସେ ନିଶ୍ଚିତଭାବେ ଜାଣିଥିବେ । ଯଦି ଅଗଷ୍ଟ ୧୬ ତାରିଖରୁ ଚେକିଙ୍ଗ କଡାକଡି କରାଯାଇଥାନ୍ତା, ତେବେ ଲୋକେ ବହୁ ଆଗରୁ ନିଜ କାଗଜପତ୍ର ସଜାଡିବାକୁ ଆରମ୍ଭ କରିଥାନ୍ତେ । ଏଣୁ ଆରଟିଓଙ୍କ କାର୍ଯ୍ୟ ସନେ୍ଦହଜନକ । ଟିଭିରେ ଯେପରି ସେ ଭାଷଣ ଦେଇ( ନେତାଙ୍କ ଭଳି) ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲେ, ତାହା ନାଜି ଶାସନ କଥା ମନେ ପକାଇଦିଏ ।ନବୀନବାବୁ ‘ମୋ ସରକାର’ ଶାସନ କଥା କହୁଛନ୍ତି, କିନ୍ତୁ କର୍ମଚାରୀମାନେ ମାଲିକ ହୋଇ କାମ କରୁଛନ୍ତି । ମୋ ସରକାର ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଇଏ ହେଉଛି ଏକ ନମୁନା ।
ତେବେ ଗୋଟାଏ କଥା ପ୍ରମାଣିତ ହେଲା ଯେ ଭୁନେଶ୍ୱରରେ ଯେତେ ଗାଡି ଚାଲୁଛି, ସେଥିରୁ ଶତକଡା ୬୦ ଭାଗ ଗାଡିର ହୁଏତ କାଗଜପତ୍ର ନାହିଁ ବା ଚାଳକଙ୍କୁ ଲାଇସେନ୍ସ ନାହିଁ । ତେବେ ଦୀର୍ଘଦିନ ଦରି ଏଇ ଗାଡି ଗୁଡିକ ବେଆଇନଭାବେ ଚାଲିଥିଲା କିପରି? ଆଗର ୁ କାହିଁକି ତନଖି ହେଉନଥିଲା? ନା ଆରଟିଓ ଅଫିସବାଲା ନିୟମିତ ପକେଟ ଗରମ କରି ଛାଡି ଦେଉଥିଲେ?
ତନଖି ବ୍ୟବସ୍ଥା କେବଳ ଦୁଇଚକିଆ ଓ ତିନି ଚକିଆ ଉପରେ ପର୍ଯ୍ୟବେଶିତ ହେବାରୁ ଜନଅସନ୍ତୋଷ ଦେଖାଦେଲା । ବଡ ବଡ ଗାଡିଗୁଡିକ କଣ ସବୁ କାଗଜପତ୍ର ଠିକ ରଖିଛନ୍ତି? ମୁଁ ରାଜରାସ୍ତାରେ ଗଲାବେଳେ ସବୁଦିନ ଦେଖେ ଚେକିଙ୍ଗ ହେଉଛଇ । ଯଦି ପ୍ରକୃତରେ ତନଖି ହେଉଥିଲା, ତେବେ ଏତେ ସଂଖ୍ୟକ ଲୋକ ବିନା କାଗଜପତ୍ରରେ ଗାଡି ଚଳାଉଥିଲେ କେମିତି? ପରିବହନ ଓ ପୋଲିସଙ୍କ ମିଳିତ ସଲାସୁତୁରାରେ ଏଭଳି ଧନ୍ଦା ଚାଲୁନଥିଲା ତ!
ଏମତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଦେଖାଦେବା ସ୍ୱାଭାବିକ ।
କଥା ହେଲା, ପୋଲିସ କମିଶନର ସୁଧାଂଶୁବାବୁ ହେଲେ । ସେ ଟ୍ରାଫିକ ନିୟମ କଡାକଡି କରିବା ପାଇଁ ନିଦେ୍ର୍ଦଶ ଦେଲେ । ଦୁଇଦିନ ପରେ ନୂଆ ଜରିମାନା ଲାଗୁହେଲା । ହଠାତ ପରିବହନ ବିଭାଗ ଜରିମାନା ଆଦାୟ ପାଇଁ ତତ୍ପର ହୋଇ ଉଠିଲା । ଫଳରେ ପୋଲିସ ଉପରେ ଲୋକଙ୍କ ରୋଷ ବଢିଲା । ଗାଡି ପଂଜିକରଣ ସମୟରେ ଯଦି ଯିଏ ଗାଡି କିଣୁଛନ୍ତି, ବା ଯାହାଙ୍କ ନାମରେ ଗାଡି କିଣା ଯାଉଛି, ତାଙ୍କର ଲାଇସେନ୍ସ ଅଛିକି ନାହିଁ ଦେଖାଯାଆନ୍ତା, ତେବେ ଅନେକ ସମସ୍ୟା ଦୂର ହୁଅନ୍ତା । କାରଣ ବିନା କାଗଜପତ୍ରରେ ଗାଡି ଚଳାଇବା ନିଜ ପାଇଁ ଯେତେ କ୍ଷତିକାରକ, ଅନ୍ୟମାନଙ୍କ ପାଇଁ ମଧ୍ୟ । ଦୁର୍ଘଟଣା ଘଟିଲେ କ୍ଷତିପରଣ ମିଳେନାହିଁ । ଏଣୁ କାଗଜପତ୍ର ଜରୁରି । ଯଦି ଖୋଦ ଭୁବନେଶ୍ୱରର ଲୋକମାନେ ନିୟମ ପ୍ରତି ସଚେତନ ନ ହେବେ, ତେବେ ଗାଁ ଗହଳ କଥା ନ କହିବା ଭଲ । ଗାଡି କିଣିଲା ବେଳେ ଅନ୍ୟାନ୍ୟ କାଗଜପତ୍ର କଥା ଦେଖାଯାଉ । ବିଶେଷ କରି ଚାଳକଙ୍କ ଲାଇସେନ୍ସ ତନଖି କରାଯାଉ । ଯାହାର ଗାଡି ଚଳାଇବାର ଲାଇସେନ୍ସ ନାହିଁ, ସେ ଗାଡି କିଣିପାରିବ ନାହିଁ । ଏପରି ବ୍ୟବସ୍ଥା ହେଲେ ସମସ୍ୟା ଅନେକ ପରିମାଣରେ ଦୂର ହୋଇପାରନ୍ତା ।
ଆଉ ଗୋଟାଏ ସମସ୍ୟା ହେଲା ରାଜଧାନୀରେ ଫିଟନେସ ନଥିବା ବହୁ ଗାଡି ଚାଲୁଛି । ଏମିତି କି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହୃତ ହେଉଛି ।ଟିଭିବାଲା ଖବର ପ୍ରସାରଣ କରୁଛନ୍ତି, ଗାଡି ଦାମ ୩୪ ହଜାର, ଜରିମାନା ୪୫ ହଜାର । ଦେଖିଲା ବେଳକୁ ଗାଡିଟି ବିନା କାଗଜପତ୍ରରେ । ଏଭଳି ଗାଡି ରାସ୍ତାରେ ଚାଲିପାରିବ ନାହିଁ । ଦୁର୍ଘଟଣା ଘଟାଇଲେ ସମସ୍ତଙ୍କ କ୍ଷତି । କିନ୍ତୁ ସାମ୍ବାଦିକମାନେ ଏହିକଥା ନକହି ଭୁଲ କଥା ପ୍ରଚାର କରୁଛନ୍ତି ।
ଏବେ ଆସିବା ଜରିମାନା ପ୍ରସଙ୍ଗକୁ । ଜରିମାନ ପ୍ରାୟ ଦଶଗୁଣ ବଢିଛି । କୁହାଯାଉଛି ଏତେ ଟଙ୍କା ଜରିମାନା ଦେବାର କ୍ଷମତା ଲୋକଙ୍କର ନାହିଁ । କିଏ କହୁଛି ଜରିମାନା ଦେବାକୁ । ଜରିମାନାର ଅର୍ଥ ତ କ୍ଷମତାଠାରୁ ଅଧିକ ତଣ୍ଡ ଗଣିବା ଯାହାଣ ପ୍ରଭାବ ଲୋକଟି ୁପରେ ଅନେକ ଦିନ ଦରି ରହିବ ଓ ସେ ନିଜକୁ ପେରି ଭୁଲ କାରବାରରୁ ନିବୃତ ହେବ । ଜେଲ ହେଉଛି ତାହାର ନିଛକ ଉଦାହରଣ । ଯିଏ ଷାଠିଏ ହଜାର ଟଙ୍କା ଦେଇ ଗାଡି କିଣୁଛି, ସିଏ ଛଅ ଶହ ଯଙ୍କା କର୍ଚ କରି ଲାଇସେନ୍ସ ନ କରିବ କିଆଁ? ଛଅ ହଜାର ଟଙ୍କା ଜରିମାନା ଦେବ କାହିଁକି?
ତେବେ ଜରିମାନା ବଢିବାର ଆଉ ଏକ ଖରାପ ପ୍ରଭାବ ରହିଛି । ଜରିମାନାର ପରିମାଣ ଅଧିକ ହେଲେ ଦୁର୍ନୀତି ବଢେ । ଦୁର୍ନୀତିକୁ ପ୍ରୋସ୍ôାହିତ କରେ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଦଶ ହଜାର ଟଙ୍କା ଜରିମାନା । ଏଣୁ ଷଳାକଟି ଦଶ ହଜାର ଟଙ୍କା ନ ଦେଇ ହଜାରେ ବା ଦୁଇ ହଜାର ଟଙ୍କା ହାତଗୁଞା ଦେଇ ଖସିବାକୁ ଚାହିଁ । ଆଉ ଆମ ଚେକିଙ୍କବାଲା ମଧ୍ୟ ନିଜ ପକେଟ ଗରମ କରିବାକୁ ସୁଯୋଗ ଦେବେ । ସରକାରୀ କର୍ମଚାରୀ ଦୁର୍ନୀତି କରିବାକୁ ବାଟ ଖୋଜୁଥାନ୍ତି । ସୁଯୋଗ ମିଳିଲେ ହାସଲ କରି ନିଅନ୍ତି ।
ଏଣୁ ବିନା କାଗଜପତ୍ରରେ ଚାଲୁଥିବା ଗାଡି ଗୁଡିକ ତନଖି କରାଯାଉ । କାରଣ ଏମାନେ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରନ୍ତି । ସେମାନଙ୍କୁ କାଗଜପତ୍ର ରେଡି କରିବାକୁ ସୁଯୋଗ ଦିଆଯାଇପାରେ । ମାତ୍ରଏହା ଯେପରି ଠିକ ସମୟରେ ହୋଇପାରିବ ତାହା ଦେଖିବା ଦାଇତ୍ୱ ସରକାରଙ୍କର । ଅର୍ଥାତ ପରିବହନ ବିଭାଗର । ମାତ୍ର ଏଇ ବିଭାଗଟି ଏବେ ଶୋଇ ରହିଛି । ବିଭାଗ କିଛି କରିବା ପୂର୍ବରୁ ଆରଟିଓମାନେ କାମ ଆରମ୍ଭ କରିଦେଲେଣି । ଯାହା ସରକାରଙ୍କୁ ସମାଲୋଚନାରେ ପକାଇଛି ।
ଏହା କଣ ୫ଟିର ଉଦାହରଣ!
ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.