ଜୟପାଟଣାରେ ପଥର ବ୍ଲାଷ୍ଟିଂ ନେଇ ତୀବ୍ର ଉତେଜନା: ତଦନ୍ତ ଦାବୀ

 ଜୟପାଟଣାରେ ପଥର ବ୍ଲାଷ୍ଟିଂ ନେଇ ତୀବ୍ର ଉତେଜନା: ତଦନ୍ତ ଦାବୀ

କଳାହାଣ୍ଡି, (ଆଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ମତୁଆଲ ଗୁଡା ନିକଟସ୍ଥ ଲାଣ୍ଡିମୁଣ୍ଡି ପାହାଡ ଉପରେ ପଥର ବ୍ଲାଷ୍ଟିଂକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଶନିବାର ରାତ୍ର ପ୍ରାୟ ଆଠ ଟା ସମୟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ନିକଟସ୍ଥ କାଶୀବାହାଲ ଆମ୍ବଗଛ ପଡା ରେ ଅନେକ ଘରଦ୍ୱାର ଭୁଷୁଡ଼ିବା ସହିତ ଭୂମିକମ୍ଫ ଭଳି ଅବସ୍ଥା ସୃଷ୍ଟି ହୋଇଥିବାରୁ ଗ୍ରାମବାସୀ ମାନେ ଭୟଭୀତ ହୋଇଡିଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀଥିଲା ଯେ, ପ୍ରାୟ ଦେଢ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବା କାଶୀବାହାଲ, ମତୁଆଲଗୁଡା, ଭୂର୍ଷୀଗୁଡା ଆଦି ଅନେକ ଗ୍ରାମ ରେ କମ୍ପନ ସୃଷ୍ଟି ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛଛି । ରବିବାର ସକାଳୁ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଲାଣ୍ଡିମୁଣ୍ଡି ପାହାଡ ରେ ରୁଣ୍ଡ ହୋଇ ପ୍ରତିବାଦ ଜଣାଇଥିଲେ । ଘଟଣାସ୍ଥଳରେ ଜୟପାଟଣା ତହସିଲଦାର ପହଂଚିବା ପରେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରି ଗ୍ରାମବାସୀମାନେ ତହସିଲଦାରଙ୍କୁ ଘେରାଉ କରିଥିଲେ ।
ଘଟଣାରୁ ପ୍ରକାଶ ଯେ, ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ପାଶ୍ୱର୍ରେ ଏକ ପଥର କ୍ରସର ସ୍ଥାପନ କରାଯାଇ ବେଆଇନ ଭାବେ ପାହାଡ ମାନଙ୍କରେ ବ୍ଲାଷ୍ଟିଂ କରାଯାଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିଲା । ଦୀପାବଳୀ ପୂର୍ବ ରାତ୍ରରେ ଏହି ପ୍ରଚଣ୍ଡ ବିସ୍ଫୋରଣ ସଂପୃକ୍ତ କ୍ରସର ମାଲିକ ଏବଂ ଲିଜ ନେଇଥିବା ବ୍ୟକ୍ତି ମାନେ ହିଁ ବିସ୍ଫୋରଣ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ମାନେ ତହସିଲଦାରଙ୍କୁ ଦାବୀ ଜଣାଇଥିବା ପ୍ରକାଶ । ଏହି ପଥର ବ୍ଲାଷ୍ଟିଂ ବେଆଇନ ଭାବେ ହୋଇଥିବା ତହସିଲଦାରଙ୍କ ସୂତ୍ରରୁ ପ୍ରକାଶ । ପୋଲିସ ସମଗ୍ର ପାହାଡକୁ ନାଲିଫିତା ବାନ୍ଧି ସିଲ କରିଦେଇ ଥିବା ବେଳେ ଏସଂପର୍କରେ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରଷଣ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । 

Leave a Reply

Your email address will not be published.