ଠିକ ଭାବରେ କାମ ହେଉଛି ତ ସଚିବାଳୟରେ?
ଭୁବନେଶ୍ୱର, (ଆଇଏନ୍ଏସ୍): ‘ଆପଣମାନେ ଖୁସି ତ?’ ଏଭଳି କଥା ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ସଭାସମିତିରେ କହୁଛନ୍ତି । କିନ୍ତୁ ପ୍ରକୃତରେ ଲୋକମାନେ ଖୁସି କି ନୁହେଁ, ସେ ବିଷୟରେ ମୁଖ୍ୟମନ୍ତ୍ରୀ କେବେହେଲେ ଜାଣିବାକୁ ଚେଷ୍ଟା କରି ନାହାନ୍ତି । ଏଭଳି ପ୍ରଶ୍ନଟି ମୋତେ ପଚାରିଥବଲେ ଗତ ସୋମବାରଦିନ ସମ୍ବଲପୁରରୁ ଆସିଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀ । ଅଭି;ଯାଗ ପ୍ରକୋଷ୍ଠକୁ ସେ ଆସିଥିଲେ ଦେକା କରି ଗୁହାରିକରିବାକୁ । ସେ ଅଭିଯୋଗ କରିଥିଲେ, ସଚିବାଳୟରେ କେହି ଠିକ ସମୟରେ ଆସୁ ନାହାନ୍ତି । ସରକାରୀ ଅଫଡ଼ିସ ସମୟ ଦିନ ଦଶଟାରୁ ସଂନ୍ଧ୍ୟା ସାଢେ ପାଂଚଟା । ହେଲେ ଦିନ ଏଗାରଟା ପର୍ଯ୍ୟନ୍ତ କାହାର ଦେଖା ନାହ । ମଝିରେ ଖାଇବା ଛୁଟି ଗୋଟାଏରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ମାତ୍ର ଅଧ ଘଂଟାିଁ । କିନ୍ତୁ ଦେଖାଯାଉଛି, ଖୋଦ ଅଫିରମାନେ ଲଂଚ ବ୍ରେକରେ ଯାଉଛନ୍ତି ଯେ ଆସୁଛନ୍ତି ଚାରିଟା ବେଳକୁ । ଅଫିସର ଆସିଲାବେଳକୁ ତଳସ୍ତରର ଅଫିସର ( ସଚିବାଳୟରେ ସଭିଏର୍ ଅଫିସର) ଟ୍ରେନ ଟାଇମ ହୋଇଗଲା କହି ଛୁ । ଅଫିସର ଖୋଜିଲା ବେଳକୁ କେହି ନାହାନ୍ତି ।
ପାଂଚ-ଟି ସଚିବ ବିଭିନ୍ନ ଅଫିସ ପରିଦର୍ଶନ କରି ଡେରିରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏ କ୍ଷେତ୍ରରେ ସବୁଠୁ ଆଗୁଆ । କିନ୍ତୁ ନିଜ ନାକ ତଳ ବିଭାଗରେ ଅର୍ଥାତ ବିଭାଗର ଅଫିସରମାନେ କେତେବେଳେ ଆସୁଛନ୍ତି ଆଉ ଯାଉଚନ୍ତି ସେ ବିଷୟରେ କେବେ ତନଖି କରିଛନ୍ତି କି? ଏ କାମଟି ସେ କେବେ କରି ପାରିବେ ନାହିଁ । କାରଣ କଣା ବିରାଡିର କେବଳ କୁଜି ଅସରପା ଉପରେ ଆଖି । ସଚିବାଳୟ ଅଫିସରଙ୍କ ଛକି ପକାଇଲେ ବା କୈଫିୟତ ମାଗିଲେ ମନ୍ତ୍ରୀଙ୍କୁ ଘେରାଉ କରି ନାକେଦମ କରିଦେବେ ନି?
ଏ ସଂମ୍ପର୍କରେ ଜଣେ ଅଫିସରଙ୍କୁ ପଚାରିବାରୁ ସେ କହିଲେ, ସଚିବାଳୟରେ କେହି କର୍ମଚାରୀ ନାହାନ୍ତି, ସମସ୍ତେ ଅଫିସର । ଅଫିସରମାନେ ନିଜେ ନିଜର ମାଲିକ । ସେମାନଙ୍କୁ କହିବ କିଏ? ଆମେ ସବୁ ବାହାରୁ ଆସିଛୁ । ସେମାନେ ଏଠିକାର ମୂଳ ବାସିନ୍ଦା ।ସେମାନଙ୍କୁ ଟାଣ କରି କହିଲେ ସଙ୍ଗେ ସଙ୍ଗେ ଘେରାଉ, ଏମିତି କେତେ କଣ ।
ଆଉ ଜଣେ ଅଫିସର କହିଲେ ବର୍ତମାନ ସଚିବାଳୟରେ କାମ କରିବା ବହୁତ କଷ୍ଠ । ଯେଉଁ ନୂଆ ଏଏସଓମାନେ ଆସିଛନ୍ତି, ସେମାନେ ନିୟମକାନୁନ କିଛି ଜାଣି ନାହାନ୍ତି । ଶିଖିବା ପାଇଁ ମଧ୍ୟ ନାରାଜ । ତେଣୁ ଆମେ ଅବସରପ୍ରାପ୍ତ ଅଫିସରମାନଙ୍କୁ ଆଣି କାମ ଚଳଉଛୁ । ସେମାନଙ୍କୁ ଶିଖାଇବାକୁ ଚାହିଁଲେ ମଧ୍ୟ ଶିଖିବାକୁ ନାରାଜ । ଏପଟେ କାମ ନହେଲେ ସଚିବ ବିରକ୍ତ । ସେପଟେ ମୁଖ୍ୟ ସଚିବ ସେବାନଙ୍କୁ ସାର୍ଟିଫିକେଟ ଦେଉଛନ୍ତି, ସେମାନେ କୁଆଆଡେ ସବୁଠୁ ଅଧିକ ଦକ୍ଷ । ସିଧା ସେବାନେ ଉପସଚିବଙ୍କୁ ଫାଇଲ ଦେବେ । ଏଣୁ ଆମେ କହିବାକୁ କିଏ? କୌଣସି ପ୍ରକାରେ ଦିନ କଟିଗଲେ ହେଲା ।
ଏମିତିଭାବେ ସଚିବାଳୟରେ କାମ ହେଉଛି ।ଯଦି ୫ଟି ସଚିବ ଦିନେ ଅଚାନକ ତନଖବ କରନ୍ତେ, ତେବେ ସାରୁ ଭିତରେ ମାରୁ ଭଳି ଅନେକ କଥା ଜଣା ପଡନ୍ତା । ନିୟମ ଅଛି ସବୁ ସପ୍ତାହର ଶନିବାର ଦିନ ବାବୁମାନେ ସମୋନଙ୍କ ପାଖରେ ଥିବା ବକେୟା ତାଲିକା ଦେବେ । ଏହା ଉପରେ ତର୍ଜମା ହେବ । କିନ୍ତୁ ଦେଉଛନ୍ତି କେତେଜଣ? ଯଦି ର୍ନୟମିତ ତନଖବ ହେବ ତେବେ ଜଣା ପଡିବ । କିନ୍ତୁ ବିରୁଡି ବସାରେ ହାତ ମାରିବ କିଏ? ବିଜୁବାବୁ କୁଆଡେ ଏମିତି ଥରେ ହାତ ମାରି ହଲାପଟା ହୋଇଥିଲେ । ତେଣୁ ଭୟ ସମସ୍ତଙ୍କର । କିନ୍ତୁ ଆମର ୫ଟି ସଚିବଙ୍କୁ ଅନୁରୋଧ, ସେ ଅଚାନକ ତନଖି କରନ୍ତୁ । କାମିକା ଲୋକଙ୍କୁ ପ୍ରଶଂସା ମିଳୁ । ଠକୁ ଥିବା ଲୋକଙ୍କୁ ଦଣ୍ଡ ମିଳୁ । ତାହାହେଲେ ପ୍ରଶାସନରେ ସ୍ୱଛତା ରହିବ । ଖାଲି କ୍ଷେତ୍ର କର୍ମଚାରୀଙ୍କ ଉପରେ ମାଡ କାହିଁକି?