ଡି.ଏ.ଭି କଳିଙ୍ଗ ନଗରର ବାର୍ଷିକ ପରୀକ୍ଷାଫଳ ପ୍ରକାଶନ ଉତ୍ସବ

ମାନସିକ ଚାପ ଶିଶୁର ବୌଦ୍ଧିକ ବିକାଶ ଦିଗରେ ବାଧା ସୃଷ୍ଟି କରିଥାଏ

ଭୁବନେଶ୍ୱର, (ଓଏନ୍ଏସ୍): ସ୍ଥାନୀୟ ଡି.ଏ.ଭି ସ୍କୁଲର ଏଲ୍.କେ.ଜି ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିିକ ପରୀକ୍ଷା ଫଳ ପ୍ରକାଶନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପୁରସ୍କାର ବିତରଣୀ ଉସôବରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଛାତ୍ରକଲ୍ୟାଣ ବିଭାଗର ଡିନ୍ ପ୍ରଫେସର୍ ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଶିଶୁ ମାନଙ୍କ ଅଧ୍ୟୟନ କ୍ଷେତ୍ରରେ ଅଭିଭାବକ ମାନଙ୍କ ଅଧିକ ମାନସିକ ଚାପ ଶିଶୁର ବୌଦ୍ଧିକ ବିକାଶ ଦିଗରେ ବାଧା ସୃଷ୍ଟି କରିଥାଏ, ତେଣୁ ପିଲାମାନଙ୍କୁ ସ୍ୱାଧୀନ ଭାବେ ଅଧ୍ୟୟନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀରେ କୃତୀତ୍ୱ ହାସଲ କରିଥିବା ୪୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାଇନିଙ୍ଗ୍ ଷ୍ଟାର, ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଅଲରାଉଣ୍ଡର ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ବିଦ୍ୟାଳୟରେ ପରିଚାଳିତ ଅଲମ୍ପିଆଡ୍ ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ୍ ଓ ମାନପତ୍ର ପ୍ରଦାନ କରିଥିଲେ । ସ୍ଥାନୀୟ ଅଂଚଳରେ ଗୁଣାତ୍ମକ ଶିକ୍ଷାର ପ୍ରସାର କ୍ଷେତ୍ରରେ ଡି.ଏ.ଭି ଅନୁଷ୍ଠାନର ସଫଳତା ଓ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମୁଖ୍ୟ ଅତିଥି ଭୂୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ଭବିଷ୍ୟତରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ କୃତୀତ୍ୱ ହାସଲ କରିବା ନିମିତତ୍ତ ସେମାନଙ୍କୁ ଉସôାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ପର୍ଯ୍ୟବେକ୍ଷକ ଏବଂ ପର୍ଯ୍ୟବେକ୍ଷିକା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published.