ଦୁର୍ବଳ ହେଉଛି ବିଜେଡି ଗଡ,: ଅସନ୍ତୋଷ ମୁଖ୍ୟ କାରଣ
ବରୀ,(ଓଏନ୍ଏସ୍): ଯାଜପୁର ଚଳିତ ସାଧାରଣ ନିର୍ବାଚନ ରେ ଭୋଟ ଗ୍ରହଣ ବହୁ ପୁର୍ବରୁ ବରୀ ନିର୍ବାଚନ ମଣ୍ଡଳୀ ରେ ବହୁ କର୍ମୀ ପରିତ୍ୟାଗ ଆରମ୍ଭ କରିଦେଇଛନ୍ତି ।ବରୀ ନିର୍ବାଚନ ମଣ୍ଡଳୀ ର ବିଜେପି ସମର୍ଥୀତ ପ୍ରାର୍ଥୀ ତଥା ଗତ ସାଧାରଣ ନିର୍ବାଚନ ରେ ଅଳ୍ପ ବ୍ୟବଧାନରେ ଦେବାଶିଷ କଂ ଠାରୁ ପରାଜିତ ବିଶ୍ଵ ରଂଜନ ମଲିକ ବିଗତ ଦିନରୁ ଆଜି ପର୍ୟ୍ୟନ୍ତ ଲୋକମାନଙ୍କ ସମସ୍ୟା ସହ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ବରୀ ର ବିଭିନ୍ନ ସ୍ଥାନରେ ବେଶ୍ ଲୋକପ୍ରିୟ ହୋଇ ଏଥର ନିର୍ବାଚନ ମଇଦାନକୁ ଓଲ୍ହାଇ ଆସିଛନ୍ତି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବରୀ ନିର୍ବାଚନ ମଣ୍ଡଳୀ ର ବିଜେଡି ଗଡ ବୋଲାଉଥିବା ବାଈଁଶିରିଆ, କିମ୍ବିରିଆପାଳ,ଅଟିରା, ଭଅଁରା ପଂଚାୟତ କୁ ବିଶ୍ଵ ସେନା ର ଆଖି ଉକ୍ତ ସ୍ଥାନରେ ଯୁବ ଭୋଟର କୁଂ ନିଜ ପାଖରେ ରଖି ନିର୍ବାଚନ ବୈତରଣୀ ପାର୍ ହେବା ଲକ୍ଷ ରଖାଯାଇଥିବା ସୁଚନା ମିଳିଛି ।
ଅପର ପକ୍ଷରେ ବାଈଁଶିରିଆ ପଂଚାୟତ ର ବିଭିନ୍ନ ୱାର୍ଡ ରୁ ବହୁ ବିଜେଡି ସମର୍ଥୀତ କର୍ମୀ ବିଶ୍ଵ କଂ ସାଥ ଦେବା ପାଇଁ ବିଜେପି ରେ ଯୋଗ ଦେଉଛନ୍ତି ।ବାଈଁଶିରିଆ ପଂଚାୟତ ର ଯୁବନେତା ଚନ୍ଦନ ସାହୁ , ପୂର୍ବତନ ସମିତିସଭ୍ୟ ଦୁଷ୍ମନ୍ତ ସେଠୀ, ବର୍ତ୍ତମାନ ର ସମିତିସଭ୍ୟ ଲକ୍ଷ୍ମଣ ସାହୁ କଂ ଉପସ୍ଥିତ ରେ ୩୦ ରୁ ଉର୍ଦ୍ଧ ବିଜେଡି ଦଳ ର ଆଗଧାଡି କର୍ମୀ ବିଶ୍ୱ ମଲିକ କଂ ସହ ହାତ ମିଳାଇ ବିଜେପି ରେ ଯୋଗ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଆଜି ବାଇଁଶିରିଆ ଜିପିର ପ୍ରାକ୍ତନ ସମିତିସଭ୍ୟ ଦଶରଥ ସାହୁ,୫ନଂ ଓ୍ବାର୍ଡ ସଭ୍ୟ ଭବାନୀ ଓଝା,ଅଜୟ ସାହୁ,ଅରୁଣ ସାହୁ,ଗଙ୍ଗାଧର ସାହୁ,ବିଛନ୍ଦ ପଣ୍ଡା,ଖିରୋଦ ମଲ୍ଲୀକ,ଦୈତାରୀ ଦାସ,କାଳିଆ ବେହେରା,ସୁରେନ୍ଦ୍ର ମୁଦୁଲି,ଖତୁ ଓଝା ଏବଂ ହରି ଓଝା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ।