ନୀଳାଦ୍ରିବିହାରରେ ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଂଟକୁ ବିରୋଧ

ନୀଳାଦ୍ରିବିହାରରେ ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଂଟକୁ ବିରୋଧ

ଭୁବନେଶ୍ୱର,(ଆଇଏନ୍ଏସ୍): ନୀଳାଦ୍ରିବିହାର କଲୋନୀ ମଝିରେ ନିର୍ମାଣ ହେବାକୁ ଥିôବା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଂଟକୁ ବିରୋଧକଲେ କଲୋନୀ ବାସିନ୍ଦା । ସୂଚନା ଅନୁଯାୟୀ ସେକ୍ଟର-୧, ପ୍ଲଟ୍ ନଂ-୩୨୧ ଠାରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିôବା ବର୍ଯ୍ୟବସ୍ତୁ ପରିଚାଳନା ପ୍ଲାଂଟକୁ ନୀଳାଦ୍ରିବିହାରର ଜି.ଏ.ଆବାସିକ ସଂଘ, ପ୍ରାଇଭେଟ୍ ପ୍ଲଟ୍ ଓନରସ୍ ଆସୋସିୟସନ୍ ଓ ଅନ୍ୟାନ୍ୟ ସଂଗଠନ ସହିତ କଲୋନୀ ବାସିନ୍ଦା ଦୃଢ ବିରୋଧ କରିଛନ୍ତି । ଲୋକଙ୍କ କହିବା ଅନୁଯାୟୀ ନିର୍ମାଣ ହେଉଥିôବା ସ୍ଥାନର କୋଡିଏ ରୁ ପଚାଶ ମିଟର ବ୍ୟବଧାନରେ କେନ୍ଦ୍ରୀୟ ବିଦ୍ୟାଳୟ, ଘରୋଇ ଡାକ୍ତରଖାନା, ଆପାର୍ଟମେଂଟ ଓ ଜନବସତି ଲାଗି ରହିଛି । ଏହି ପ୍ଲାଂଟ ନିର୍ମାଣ ହେଲେ, ଏଠାରୁ ଦୁର୍ଗନ୍ଧ ବାହାରିବା ସହିତ ବିଭିନ୍ନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେବ ଯାହା ପାଇଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ରୋଗାକ୍ରାନ୍ତ ହେବାର ସମ୍ଭାବନା ଅଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତିଆରି ହେବାକୁଥିôବା ଏହି ପ୍ଲାଂଟ ଯଦି ଲୋକଙ୍କୁ ଅସୁବିଧାରେ ପକାଏ, ତାହା ପାଇଁ ଦାୟୀ କିଏ ରହିବ ବୋଲି ଅଧିବାସୀମାନେ କହିଛନ୍ତି । ତେଣୁ ଏହାକୁ ତୁରନ୍ତ ବନ୍ଦ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କଲୋନୀବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସମସ୍ତେ ଏକତ୍ର ହୋଇ କାର୍ଯ୍ୟ ବନ୍ଦ୍ କରିବା ସହିତ ବିଏମ୍ସି କମିଶନରଙ୍କୁ ଏକ ବହୁଦସ୍ତଖତଯୁକ୍ତ ଦରଖାସ୍ତ ଆସନ୍ତାକାଲି ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରାଇଭେଟ୍ ଓନରସ୍ ଆସୋସିଏସନ୍ ର ସଭାପତି ଦିଲ୍ଲୀପ୍ କୁମାର ମିଶ୍ର, ଜି.ଏ.ଆବାସିକ ସଂଘର ସଭାପତି ପ୍ରବୋଧ କୁମାର ପାଲ, ସଂପାଦକ ଶ୍ରୀଚରଣ ନାୟକ, ଅନମୋଲ୍ ପ୍ଲାଜାର ସଭାପତି ସନାତନ ଖିଲାର ଏବଂ ବିକାଶ ସାମନ୍ତରାୟ, ପାର୍ଥସାରଥୀ ମିଶ୍ର, ରବି ରାୟଙ୍କ ସହିତ ବହୁ କଲୋନୀବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.