ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ଫେସବୁକ୍ ଆଇକନ ଆୱାର୍ଡ-୨୦୧୮ ପ୍ରଦାନ

ସାମାଜିକ ଗଣମାଧ୍ୟମରେ ଓଡିଆ କଳା ଓ ସଂସ୍କୃତିର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

ଭୁବନେଶ୍ୱର, (ଓଏନ୍ଏସ୍): ସାମାଜିକ ଗଣମାଧ୍ୟମରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହିତ ସାମାଜିକ ସଚେତନତା ତଥା ଲୋକାଦୃତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ଫେସ୍ବୁକ୍ ଆଇକନ ଆୱାର୍ଡ-୨୦୧୮ ପ୍ରଦାନ କରାଯାଇଛି । ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶାର ନିଦେ୍ର୍ଦଶକ ଶ୍ରୀ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଉକôଳ ସାମ୍ବାଦିକ ସଂଘର ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉସôବରେ ସଂଘ ତରଫରୁ ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ତଥା ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ) ଉପସ୍ଥିତ ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମ ସମାଜର ବିଭିନ୍ନ କ୍ଷେତ୍ରର ପ୍ରଚାର ଓ ପ୍ରସାର, ସୂଚନା ଆଦାନ ପ୍ରଦାନ, ସମାଜ କଲ୍ୟାଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏଥିମଧ୍ୟରୁ ଫେସ୍ବୁକ୍ ହେଉଛି ଅନ୍ୟତମ । ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ତରଫରୁ ପେଂସ୍ବୁକ୍ରେ ବିଭିନ୍ନ କ୍ଷେତ୍ରରେ ଯଥା ସାମାଜିକ ସଚେତନତା, ଭାଷା, କଳା ସଂସ୍କୃତି, ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ କ୍ଷେତ୍ରରେ ସକରାତ୍ମକ ପୋଷ୍ଟ କରି ସାମାଜକୁ ଦିଗ୍ଦର୍ଶନ ଦେଉଥିବା ବ୍ୟକ୍ତି ତଥା ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରିବାର ପ୍ରୟାସର ଦ୍ୱିତୀୟ ଫେସ୍ବୁକ୍ ଆଇକନ୍ ଆୱାର୍ଡ-୨୦୧୮ ଉସôବରେ ନିମାପଡାର ମାନ୍ୟବର ବିଧାୟକ ଶ୍ରୀ ସମୀର ରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଶ୍ରୀ ପ୍ରଦୁ୍ୟମ୍ନ ଶତପଥି, ଉକôଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, କର୍ପୋରେଟର ଶ୍ରୀମତୀ ପ୍ରିତିନନ୍ଦା ରାଉତରାୟ, ସମାଜସେବୀ ମୀରା ପରିଡା ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଗଣମାଧ୍ୟମର ଭୂମିକା ଉପରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ସାମାଜିକ ଗଣମାଧ୍ୟମକୁ ଉପଯୁକ୍ତ ଉପାୟରେ ବ୍ୟବହାର କଲେ ସମାଜର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘର ସଭ୍ୟ ତଥା ସାମ୍ବାଦିକ ସୁକାନ୍ତ କୁମାର ରାଉତ, ସଭ୍ୟ ବଟକୃଷ୍ଣ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ଶିଶିର କୁମାର ମହାରଣା ଓ ବିଷ୍ଣୁ ଚରଣ ଦାସ ପ୍ରମୁଖ ଯୋଗଦେଇ ସଂଘକୁ ଉସôାହିତ କରିଥିଲେ ।

Leave a Reply

Your email address will not be published.