ପାରାଦ୍ୱୀପରେ ବିଭିନ୍ନ ସଂଗଠନ ପକ୍ଷରୁ ‘ପରାକ୍ରମ ଦିବସ’ ପାଳନ
ପାରାଦୀପ, (ଆଇଏନ୍ଏସ୍): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ଦେଶଭକ୍ତି ତଥା ନିସ୍ୱାର୍ଥପର ସେବାକୁ ସମ୍ମାନ ଓ ସ୍ମରଣ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଦିବସକୁ ‘ପରାକ୍ରମ ଦିବସ’ ଭାବେ ଲୋକଙ୍କୁ ଉସôାହିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟି ର ବରପୂତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ୧୨୫ ତମ ଜୟନ୍ତୀ ପାରାଦୀପ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ପାରାଦୀପର ବିଜୁ ପଟ୍ଟନାୟକ ମେମୋରିଅଲ ଟ୍ରଷ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ଏକ ଆଲୋଚନା ଚକ୍ର ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସାଧାରଣ ସଂପାଦକ ତଥା ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସମାରୋହରେ ଅବସରପ୍ରପ୍ତ ପ୍ରଧାନ ଶିକ୍ଷକ ମନୋରଇଜନ ଦାସ, ପାରାଦୀପ ମହାବିଦ୍ୟାଳୟ ର ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ, ପାରାଦୀପ ନଗର ବିଜେଡି ର କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ଉଲ୍ଲସ ବିଶ୍ୱାଳ, ସାଧାରଣ ସଂପାଦକ ଶଂକର ପ୍ରସାଦ ରାଉତ ଯୋଗ ଦେଇଥିଲେ । ସମାରୋହକୁ ପରିଚାଳନା କରିଥିଲେ ଯୁବ ବିଜେଡି ସଭାପତି ଆଲୋକ କୁମାର ମହାପାତ୍ର । ସେହିପରି ବଡପଡିଆ ର ସର୍ବପୁରାତନ ଜ୍ୟୋତି ମହିଳା ସମିତି ପକ୍ଷରୁ ମହିଳା ସମିତି ର ବାର୍ଷିକୋତ୍ସବ ଓ ନେତାଜୀ ଜୟନ୍ତି ପାଳିତ ହୋଇଯାଇଛି । କ୍ଲବ ର ସଭାନେତ୍ରୀ ପୁଷ୍ପାଂଜଳୀ ମିଶ୍ର ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ । ପୂର୍ବତନ ପାରିଷଦ ମାନସ ରଂଜନ ବିଶ୍ୱାଳଙ୍କ ସମେତ ପାରାଦୀପ ଲେଡିଜ କ୍ଳବ୍ ର ସଦସ୍ୟା ମାନେ ଯୋଗ ଦେଇ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରିୟତମା ଦାସ, ଲିପିକା ସାହୁ,ମୋନାଲିସା ସାହୁ ପରିଚାଳନା କରିଥିଲେ । ସେହିପରି ନେତାଜୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବଡପଡିଆସ୍ଥିତ ନେତାଜୀଙ୍କ ପ୍ରତିମୂର୍ତି ନିକଟରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେତାଜି ମେମୋରିଆଲ ଟ୍ରଷ୍ଟ ର ସାଧାରଣ ସଂପାଦକ ପବିତ୍ର ମିଶ୍ର ପୌରହିତ୍ୟ କରିଥିଲେ । ଟ୍ରଷ୍ଟ ର ସଭାପତି ରାକେଶ ପଟ୍ଟନାୟକ, ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଳ, ନାରୀ ନେତ୍ରୀ ସବିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
Продвижение сайтов в Москве – https://stalingradpictures.ru