ପ୍ରତିଷ୍ଠା ଦିବସରେ ସ୍ଥାନୀୟ ମଛ୍ୟଜୀବୀଙ୍କ ମୁହଁରେ ହସ ଭରିଦେଲେ ଅଧ୍ୟକ୍ଷ
ପନ୍ଦର କୋଟି ବ୍ୟୟରେ ମହାନଦୀ ମୁହାଣ ଖୋଳା ତ୍ୱରାନିତ
ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ରିଙ୍କେଶ ରୟ ଆଜି ତା ୦୩.୦୧.୧୮ ରିଖ ପାରାଦୀପ ବନ୍ଦର ପ୍ରତିଷ୍ଠା ଉସôବରେ ଗଣମାଧ୍ୟମକୁ ସମ୍ବୋଧନ କରି ଘୋଷଣା କରିଥିଲେ ପିପିଟି ୧୫ କୋଟି ଟଙ୍କା ବିନିଯୋଗ କରି ମହାନଦୀ ମୁହାଣ ଖୋଳା କାର୍ଯ୍ୟକୁ ତ୍ୱରାନିତ କରିଛି । ଏହି କାର୍ଯ୍ୟକୁ କଲିକତାର ରିଚ୍ ଡ୍ରେଜିଂ ଲିମିଟେଡ୍ ନାମକ ଡ୍ରେଜିଂ ସଂସ୍ଥା ଦ୍ୱାରା ସଂପାଦନ କରାଯିବ । କହିଥିଲେ ପାରାଦୀପସ୍ଥ ମହାନଦୀର ଦକ୍ଷିଣ ଅବବାହିକାରେ ମୁଖ୍ୟ ଫିସରୀ ହରବର ଅବସ୍ଥିତ । ଯାହା ଓଡିଶା ରାଜ୍ୟ ଫିସାରୀ ଡିପାର୍ଟମେଣ୍ଟ ଦ୍ୱାରା ସ୍ଥାୟୀ ଭାବେ ପରିଚାଳିତ ହେଉଅଛି । ସ୍ଥାନୀୟ ମସôଜୀବୀ ମାନେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବା ସମୟରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିଲେ । ମହାନଦୀ ମୁହାଣ ପୋତି ହୋଇ ପଡିବାରୁ ଜୁଆର ଭଟ୍ଟା ସମୟରେ ଅନେକ ମାଛ ଧରା ଡଙ୍ଗା ଦୂର୍ଘଟଣାର ଶୀକାର ହୋଇ ଧନ ଜୀବନ କ୍ଷୟ କ୍ଷତି ଘଟୁଥିଲା । ଦୀର୍ଘ ୨୦ ବର୍ଷ ପୂର୍ବେ ଏହା ଖନନ କରାଯାଇଥିଲା । ଦୀର୍ଘ ଦିନ ହେବ ବାଲିଚର ମାଡି ମୁହାଣ ଧିରେଧିରେ ପୋତି ହୋଇ ପଡିଥିଲା । ଏହି କାର୍ଯ୍ୟକୁ ତ୍ୱରିତ ଭିତିରେ ଚଳିତ ଜାନୁଆରୀ ଏବଂ ଫେବୃୟାରୀ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି । ଜାହଜ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସ୍ୱୀକୃତ ପାରାଦୀପ ଆଭ୍ୟନ୍ତରୀଣ ସମ୍ବଳ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଉଛି ଯାହା ଦୁଇ ଦଶନ୍ଧି ପାଇଁ ମସôଜୀବୀଙ୍କ ସମସ୍ୟାକୁ ଦୂରରେ ରଖି ମୁହଁରେ ହସ ଫୁଟାଇ ପାରିବ । ଏହି ଘୋଷଣା ପରେ ସ୍ଥାନୀୟ ମସôଜୀବୀ ମହଲରେ ଖୁସିର ଲହରୀ ଖେଳି ଯିବା ସହିତ ବନ୍ଦରର ଏହି ମହତ ପ୍ରୟାସ ପାଇଁ ଅଧ୍ୟକ୍ଷଙ୍କ କର୍ତବ୍ୟନିଷ୍ଠ କାର୍ଯ୍ୟକଳାପକୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ମସôଜୀବୀ ପରିବାର ଗୋକୁଳା ନନ୍ଦ ତରାଇ, ପ୍ରମୋଦ ବେହେରା ପ୍ରମୁଖ ।