ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମାକ୍ସ ବଂଟନ
ଭୁବନେଶ୍ୱର, (ଆଇଏନ୍ଏସ୍): କୋଭିଡ଼-୧୯ ମହାମାରୀ ପରିପ୍ରେକ୍ଷିରେ ନୋଜ୍ ମାକ୍ସର ଘୋର ଅଭାବ ଦେଖା ଯାଇଥିବା ବେଳେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ଭିତିରେ ନୋଜ୍ ମାକ୍ସ ତିଆରି କରାଯାଇ ବନ୍ଦରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପାରାଦୀପ ସାକ୍ଷରତା ସମିତିର ସ୍ୱେଚ୍ଛାସେବୀ ମାନେ ଜୟଦେବ ସଦନ ନିକଟସ୍ଥ ପରିବା ହାଟ ଓ ମାଛ ହାଟକୁ ଜିନିଷ କିଣିବାକୁ ଆସିଥିବା ଜନସାଧାରଣ ଓ ବ୍ୟବସାୟୀ ମାନଙ୍କୁ ମାଗଣାରେ ନୋଜ୍ ମାକ୍ସ ବଂଟନ କରଥିଲେ । ପାରାଦୀପ ବନ୍ଦରର ସିଇଏମଇ ସରୋଜ କୁମାର ଦାସଙ୍କ ତତ୍ୱାବଧାନରେ ମାକ୍ସ ବଂଟନ କାର୍ଯ୍ୟ ସଫଳ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାକ୍ଷରତା ସମିତିର ଉପାଧ୍ୟକ୍ଷ ଦୀପକ ରଥ, ସଂପାଦକ ରାମଚନ୍ଦ୍ର ପ୍ରଧାନ, ପ୍ରକଳ୍ପ ସଂଯୋଜକ ଅଶୋକ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦର କର୍ପୋରେଟ୍ ରିଲେସନ୍ ଆଣ୍ଡ କମୁ୍ୟନିକେସନ୍ ଚିଫ୍ ମ୍ୟାନେଜର ରତିକାନ୍ତ ନାୟକ ପରିଚାଳନା କରିଥିଲେ ।