ଅଠରବାଙ୍କି ରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ପରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇଛି!
ଭୁବନେଶ୍ୱର, (ଆଇଏନ୍ଏସ୍): ଭାରତର ଅର୍ଥନୈତିକ ମୁଖଶାଳା ଭାବେ ପରିଚିତ ପାରାଦୀପ ବନ୍ଦର ସମେତ ପାରାଦୀପ ଶିଳ୍ପାଂଚଳକୁ ସଂଯୋଗ କରୁଥିବା ପ୍ରମୁଖ ରାଜପଥ ୫(କ), ଯାହାକି ପାରାଦୀପ ବନ୍ଦର ମୁଖ୍ୟ ଫାଟକ ଅଠରବାଙ୍କି ଠାରୁ ଚଣ୍ଡିଖୋଲ ୫ ନମ୍ବର ମୁଖ୍ୟ ରାଜପଥ ପର୍ଯ୍ୟନ୍ତ ଲମ୍ବିଛି । ୭୮ କିମି ଲମ୍ବ ଏହି ବ୍ୟସ୍ତ ବହୁଳ ରାଜପଥ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି । ଉକ୍ତ ରାଜପଥ ପାରାଦୀପ ବନ୍ଦର, ପିପିଏଲ୍, ଇଫକୋ, ଭାରତୀୟ ତୈଳ ନିଗମର ପାରାଦୀପ ତୈଳ ବିଶୋଧନାଗାର, ଅର୍ସେଲ ମିତଲ୍ ଷ୍ଟିଲ୍ ପ୍ଲାଂଟ, ଆଦାନୀ କମ୍ପାନୀର ବନଷ୍ପତି କାରଖାନା, ଗୋଆ କାର୍ବନ, ଭାରତୀୟ ତୈଳ ନିଗମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ନିଗମ, ଭାରତ ପେଟ୍ରୋଲିୟମ୍ ନିଗମର ତୈଳ ଟର୍ମିନାଲ୍ ଏବଂ ଭାରତୀୟ ତୈଳ ନିଗମର ଏଲପିଜି ଗ୍ୟାସ୍ ଟର୍ମିନାଲ୍ ସମେତ ବହୁ ସାମୁ୍ଦି୍ରକ ଖାଦ୍ୟ ପ୍ରକି୍ରୟାକରଣ ଆଦି ଶିଳ୍ପ ସଂସ୍ଥାକୁ ସଂଯୋଗ କରୁଛି । ସୂଚନାଯୋଗ୍ୟ ଯେ, କେବଳ ପାରାଦୀପ ବନ୍ଦରକୁ ଦୈନିକ ୧୮ ହଜାର ଟ୍ରକ୍ ରାଜ୍ୟର ବିଭିନ୍ନ ଖଣି ଅଂଚଳରୁ ଖଣିଜ ଦ୍ରବ୍ୟ ପରିବହନ କରି ପାରାଦୀପ ଆସୁଛି ।
ଜଣାପଡ଼ିଛି ଯେ, ପିଆଇଟିସିରୁ ପ୍ରୋଜେକ୍ଟ କାର୍ଗୋ ନେବା ପାଇଁ ମଧ୍ୟ ଶତାଧିକ ଚକ ଥିବା ଟ୍ରଲର ଯାତାୟତ କରୁଛି । ସେହିପରି ଇଫକୋ ଓ ପିପିଏଲ୍ କୁ କଂଚାମାଲ୍ ଓ ଉତ୍ପାଦିତ ଦ୍ରବ୍ୟ ପରିବହନ କରିବା ପାଇଁ ହଜାର ହଜାର ଟ୍ରକ୍ ଯାତାୟାତ କରୁଛି । ମାତ୍ର ଅଠରବାଙ୍କି ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି । ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ ନକରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ହେଁ କେହି ଉକ୍ତ ନିର୍ଦେଶ ପାଳନ କରୁ ନଥିବା ଅଭିଯୋଗ ହେଉଛି । ରାସ୍ତାରେ ଧୂଳି ଓ ବାଲି ଜମା ହୋଇଥିବାରୁ ସାଧାରଣ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଉକ୍ତ ରାସ୍ତାଟି ଆଦୌ ମରାମତି ହେଉ ନ ଥିବାବେଳେ ଟ୍ରାଫିକ ନିୟମ କେହି ପାଳନ କରୁନଥିବା ଦେଖାଯାଉଛି ।
ଅଭିଯୋଗ ଅନୁଯାୟୀ ଅଠରବାଙ୍କି ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ପରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇଛି ଓ ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ପାର୍କିଂ କରିବା ଯୋଗୁ ରାସ୍ତା ଜାମ ହେଉଛି । ସାରା ବନ୍ଦର ଅଂଚଳରେ ପ୍ରତିଦିନ ଦୁର୍ଘଟଣା ଘଟିବା ସାଧାରଣ ଘଟଣାରେ ପରିଣତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରକ୍ ପାର୍କିଂ ନକରିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବଡ଼ବଡ଼ ସୂଚନା ଫଳକ ଲଗା ଯାଇଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଉକ୍ତ ରାସ୍ତାରେ ପାରାଦୀପ ଲକ୍ ଓ ପାରାଦୀପ ଆଦର୍ଶ ଥାନାର ପେଟୋଲିଙ୍ଗ ଗାଡ଼ି ୨୪ ଘଂଟା ବୁଲୁଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହେଉନଥିବା ଦେଖା ଯାଉଛି । ରାସ୍ତା ଉପରେ ପ୍ରାୟ ୬ ଇଂଚ ବହଳର ବାଲି ଜମା ହୋଇଛି ଓ ଦ୍ରୂତ ଗତିରେ ଗାଡ଼ି ଯାତାୟାତ କଲାବେଳେ ଏହି ବାଲି ଉଡ଼ି ସାଇକେଲ୍ ଓ ବାଇକ୍ ଆରୋହୀଙ୍କ ପାଇଁ ଦୁର୍ଘଟଣାର କାରଣ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏଣୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସହିତ ପାରାଦୀପ ପୋଲିସ୍ ପ୍ରଶାସନ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । (ଆଇଏନ୍ଏସ୍) । ଅଠରବାଙ୍କି ରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ପରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇଛି! ପାରାଦୀପ: ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ ଯୋଗୁ ଜାମ ହେଉଛି ରାସ୍ତା!
ଜାତୀୟ ରାଜପଥ କର୍ତୁପକ୍ଷଙ୍କ ବୈମାତୃକ ମନୋଭାବର ଶିକାର ଜାତୀୟ ରାଜପଥ ୫(କ)
ଭୁବନେଶ୍ୱର, (ଓଏନ୍ଏସ୍) (ଆଇଏନ୍ଏସ୍): ଭାରତର ଅର୍ଥନୈତିକ ମୁଖଶାଳା ଭାବେ ପରିଚିତ ପାରାଦୀପ ବନ୍ଦର ସମେତ ପାରାଦୀପ ଶିଳ୍ପାଂଚଳକୁ ସଂଯୋଗ କରୁଥିବା ପ୍ରମୁଖ ରାଜପଥ ୫(କ), ଯାହାକି ପାରାଦୀପ ବନ୍ଦର ମୁଖ୍ୟ ଫାଟକ ଅଠରବାଙ୍କି ଠାରୁ ଚଣ୍ଡିଖୋଲ ୫ ନମ୍ବର ମୁଖ୍ୟ ରାଜପଥ ପର୍ଯ୍ୟନ୍ତ ଲମ୍ବିଛି । ୭୮ କିମି ଲମ୍ବ ଏହି ବ୍ୟସ୍ତ ବହୁଳ ରାଜପଥ ସରକାରଙ୍କୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଛି । ଉକ୍ତ ରାଜପଥ ପାରାଦୀପ ବନ୍ଦର, ପିପିଏଲ୍, ଇଫକୋ, ଭାରତୀୟ ତୈଳ ନିଗମର ପାରାଦୀପ ତୈଳ ବିଶୋଧନାଗାର, ଅର୍ସେଲ ମିତଲ୍ ଷ୍ଟିଲ୍ ପ୍ଲାଂଟ, ଆଦାନୀ କମ୍ପାନୀର ବନଷ୍ପତି କାରଖାନା, ଗୋଆ କାର୍ବନ, ଭାରତୀୟ ତୈଳ ନିଗମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ନିଗମ, ଭାରତ ପେଟ୍ରୋଲିୟମ୍ ନିଗମର ତୈଳ ଟର୍ମିନାଲ୍ ଏବଂ ଭାରତୀୟ ତୈଳ ନିଗମର ଏଲପିଜି ଗ୍ୟାସ୍ ଟର୍ମିନାଲ୍ ସମେତ ବହୁ ସାମୁ୍ଦି୍ରକ ଖାଦ୍ୟ ପ୍ରକି୍ରୟାକରଣ ଆଦି ଶିଳ୍ପ ସଂସ୍ଥାକୁ ସଂଯୋଗ କରୁଛି । ସୂଚନାଯୋଗ୍ୟ ଯେ, କେବଳ ପାରାଦୀପ ବନ୍ଦରକୁ ଦୈନିକ ୧୮ ହଜାର ଟ୍ରକ୍ ରାଜ୍ୟର ବିଭିନ୍ନ ଖଣି ଅଂଚଳରୁ ଖଣିଜ ଦ୍ରବ୍ୟ ପରିବହନ କରି ପାରାଦୀପ ଆସୁଛି ।
ଜଣାପଡ଼ିଛି ଯେ, ପିଆଇଟିସିରୁ ପ୍ରୋଜେକ୍ଟ କାର୍ଗୋ ନେବା ପାଇଁ ମଧ୍ୟ ଶତାଧିକ ଚକ ଥିବା ଟ୍ରଲର ଯାତାୟତ କରୁଛି । ସେହିପରି ଇଫକୋ ଓ ପିପିଏଲ୍ କୁ କଂଚାମାଲ୍ ଓ ଉତ୍ପାଦିତ ଦ୍ରବ୍ୟ ପରିବହନ କରିବା ପାଇଁ ହଜାର ହଜାର ଟ୍ରକ୍ ଯାତାୟାତ କରୁଛି । ମାତ୍ର ଅଠରବାଙ୍କି ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି । ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ ନକରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ହେଁ କେହି ଉକ୍ତ ନିର୍ଦେଶ ପାଳନ କରୁ ନଥିବା ଅଭିଯୋଗ ହେଉଛି । ରାସ୍ତାରେ ଧୂଳି ଓ ବାଲି ଜମା ହୋଇଥିବାରୁ ସାଧାରଣ ଲୋକେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଉକ୍ତ ରାସ୍ତାଟି ଆଦୌ ମରାମତି ହେଉ ନ ଥିବାବେଳେ ଟ୍ରାଫିକ ନିୟମ କେହି ପାଳନ କରୁନଥିବା ଦେଖାଯାଉଛି ।
ଅଭିଯୋଗ ଅନୁଯାୟୀ ଅଠରବାଙ୍କି ଠାରୁ ଭୁତୁମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ପରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇଛି ଓ ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ପାର୍କିଂ କରିବା ଯୋଗୁ ରାସ୍ତା ଜାମ ହେଉଛି । ସାରା ବନ୍ଦର ଅଂଚଳରେ ପ୍ରତିଦିନ ଦୁର୍ଘଟଣା ଘଟିବା ସାଧାରଣ ଘଟଣାରେ ପରିଣତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଟ୍ରକ୍ ପାର୍କିଂ ନକରିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବଡ଼ବଡ଼ ସୂଚନା ଫଳକ ଲଗା ଯାଇଥିଲେ ହେଁ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଉକ୍ତ ରାସ୍ତାରେ ପାରାଦୀପ ଲକ୍ ଓ ପାରାଦୀପ ଆଦର୍ଶ ଥାନାର ପେଟୋଲିଙ୍ଗ ଗାଡ଼ି ୨୪ ଘଂଟା ବୁଲୁଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହେଉନଥିବା ଦେଖା ଯାଉଛି । ରାସ୍ତା ଉପରେ ପ୍ରାୟ ୬ ଇଂଚ ବହଳର ବାଲି ଜମା ହୋଇଛି ଓ ଦ୍ରୂତ ଗତିରେ ଗାଡ଼ି ଯାତାୟାତ କଲାବେଳେ ଏହି ବାଲି ଉଡ଼ି ସାଇକେଲ୍ ଓ ବାଇକ୍ ଆରୋହୀଙ୍କ ପାଇଁ ଦୁର୍ଘଟଣାର କାରଣ ହେଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏଣୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସହିତ ପାରାଦୀପ ପୋଲିସ୍ ପ୍ରଶାସନ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । (ଆଇଏନ୍ଏସ୍) ।