ପିଆଇସିଟିରେ ଫେଲ ମାରିଛି ଶ୍ରମିକ ସୁରକ୍ଷା ଓ ଶ୍ରମ ଆଇନ୍!
ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ବନ୍ଦର ଗେଟ୍ ନମ୍ବର-୫ରେ ନିଜସ୍ୱ ବର୍ଥ ନିର୍ମାଣ କରି ପରିଚାଳନା କରୁଥିବା ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ ଫେଲ ମାରିଛି ସରକାରୀ ଆଇନ ଓ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା । ପିଆଇସିଟି ଯାହାକି ଜେ.ଏମ୍.ବକ୍ସି ଆଣ୍ଡ କୋ ଏବଂ ବସ୍କୋ ର ଏକ ଅଂଶ । ଏହି ସଂସ୍ଥା ପାରାଦ୍ୱୀପ ବନ୍ଦର ଠାରୁ ୩୦ବର୍ଷିଆ ଲିଜରେ ନେଇ ନିଜସ୍ୱ ବର୍ଥ ନିର୍ମାଣ କରି ଏହାର ପରିଚାଳନା ମଧ୍ୟ କରୁଛି । ଏଠାରେ ବନ୍ଦର ସିକୁ୍ୟରିଟି ସିଆଇଏସଏଫ୍ ବଦଳରେ ଠିକା ସଂସ୍ଥା ଦ୍ୱାରା ଫାଟକ ପରିଚାଳନା ହେଉଛି । ଏହି ସଂସ୍ଥା କାର୍ଯ୍ୟକ୍ଷମ ହେବା ଦିନଠାରୁ ବିବାଦ ଘେରରେ ରହିଆସିଛି । ଏଠାରେ ପରିବହନ, ବ୍ୟାଗିଂ ହେବାକୁ ଆସୁଥିବା ସାର ଖୋଲାରେ ଗଦା ହୋଇ ରହୁଥିବାରୁ ବର୍ଷାରେ ସାର ଧୋଇ ହୋଇ ସମୁଦ୍ରରେ ମିଶୁଛି ଏବଂ ପରିବେଶ ପ୍ରଦୂଷିତ ହେଉଛି ବୋଲି ଅଭିଯୋଗ କରି ଆସୁଛନ୍ତି ମାନବ ଅଧିକାର କର୍ମୀ । ଏହି ସଂସ୍ଥାରେ କାମ କରୁଥିବା ଶ୍ରମିକମାନେ ସୁରକ୍ଷିତ ନୁହଁନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଏଠାରେ ଘଟୁଥିବା ଛୋଟବଡ ଦୁର୍ଘଟଣା । କେତେବେଳେ କ୍ରେନର ରୋପ୍ ଛିଣ୍ଡି ଶ୍ରମିକ ଆହାତ ହେଲେଣି ତ କେତେବେଳେ ବୋଝେଇ ଖଲାସ ବେଳେ ଶ୍ରମିକଙ୍କର ଗୋଡ ଭାଙ୍ଗିଲାଣି । ପିଆଇସିଟି କର୍ତୃପକ୍ଷ ଲାଭଖୋର ମନବୃତି ନେଇ କାର୍ଯ୍ୟ କରୁଥିବା ବେଳେ ଶ୍ରମିକ ମାନଙ୍କ ମୌଳିକ ସମସ୍ୟା ଓ ସେମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି । କେତେକ ନ୍ୟସ୍ତସ୍ୱାର୍ଥବାଦୀଙ୍କୁ ହାତବାରିସୀ କରି ଏଭଳି ଅନେକ ଘଟଣାକୁ ଏହି ସଂସ୍ଥା ଚପେଇ ଦେଉଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି । ଶ୍ରମିକ ମାନଙ୍କୁ ଠିକ୍ ଭାବେ ଡୁ୍ୟଟି ନଦେବା, ଠିକ୍ ସମୟରେ ମଜୁରି ନମିଳିବା ନେଇ ଶ୍ରମିକ ସଙ୍ଗଠନ ବହୁବାର ଦାବି କରି ଆସୁଥିଲେ ବି ପିଆଇସିଟି କର୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । କେତେକ ରାଜନୈତିକ ବ୍ୟକ୍ତିଙ୍କୁ ଠିକା କାମ ଦେଇ ପିଆଇସିଟି ଅନ୍ୟାୟସରେ ବେପାର ବଢେଇ ଚାଲିଥିବା ଦେଖାଯାଉଛି । ଏହି ବର୍ଥ ମଧ୍ୟରେ ସୁରକ୍ଷା ଏକଦମ୍ ଠପ୍ । ବଡବଡ ଗାଡି ଗୁଡିକ ଯେଉଁଭଳି ଚାଳଚଳ କରୁଛନ୍ତି ବର୍ଥ ମଧ୍ୟରେ କେତେବେଳେ କେଉଁ ଶ୍ରମିକର ଜୀବନ ଚାଲି ନଯିବ କିଏ କହିବ? ଶ୍ରମିକ ମାନଙ୍କର ଇଏସଆଇ, ଇପିଏଫ୍ ଆଦି ମଧ୍ୟ ନଥିବା କୁହାଯାଉଛି । ଏ ସଂପର୍କରେ ଶ୍ରମିକ ସଙ୍ଗଠନ ବାରମ୍ବାର ଦାବି କରିଆସୁଥିଲେ ବି ଏପର୍ଯ୍ୟନ୍ତ ଉଚ୍ଚ କର୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
(Photo from https://www.ict.in/pict/)
Anencephaly may be diagnosed prenatally using tests and diagnostic tools such as priligy amazon canada
buy priligy without a script My husband and I got married in February 2022
2 Temporarily reduce the daily dose and gradually increase to recommended dosage how to order cytotec Journal of Hospital Infection, March 2010; vol 74 pp 305 306
Создание сайтов Москва – https://stalingradpictures.ru
Образование за рубежом – https://friendlyeducation.ru