ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ରଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ

ବିଜେଡି ରାଜ୍ୟ ସଂଗଠନରେ ପାରାଦୀପର ୩ ନେତା

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦୀପ ବିଜୁ ଜନତା ଦଳ (ବିଜେଡି) ମହିଳା ସଭାନେତ୍ରୀ, ବିଜେଡି ରାଜ୍ୟ ପରିଷଦ ସଦସ୍ୟା, କେନ୍ଦ୍ରାପଡା ଓ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସବିତା ମହାପାତ୍ରଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦିକା ପଦବୀ ସମେତ ମହିଳା ସଶକ୍ତିକରଣ ଅତିରିକ୍ତ ଦାୟିତ୍ୱ ଅଗଷ୍ଟ ରେ ନିଯୁକ୍ତ କରିଛନ୍ତି । ଏହି ଦାୟିତ୍ୱ ପାଇଲାପରେ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ଏହି ନୂତନ ଦାୟିତ୍ୱ ପ୍ରଦାନ କରିଥିବାରୁ ଶ୍ରୀମତୀ ମହାପାତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ସବିତାଙ୍କ ବ୍ୟତୀତ ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ଓ ପ୍ରମୋଦ କିଶୋର ଜେନାଙ୍କୁ ସମ୍ପାଦକ ଓ ସାଧାରଣ ସମ୍ପାଦକ ସମେତ ଆଂଚଳିକ ଉନ୍ନୟନ ଓ ପରବେଶ ସୁରକ୍ଷା ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି । ସୂଚନା ଥାଉକି, ଦଳର ସଙ୍ଗଠନକୁ ମଜଭୁତ ଓ ସୁପରିଚାଳନା ପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ୪୫ଜଣ ସଂପାଦକ ଓ ୪୧ଜଣ ଯୁଗ୍ମ ସମ୍ପାଦକ ଙ୍କୁ ନିଯୁକ୍ତି କରିଛନ୍ତି । ତେବେ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ୩ଜଣ ନେତା ରାଜ୍ୟ ସଂଗଠନରେ ସ୍ଥାନ ପାଇଥିବାରୁ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ସମେତ ଦଳର ବହୁ ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published.