ବରୀ ରେ ‘ଜବାବ ମାଗୁଛି ଓଡିଶା’ ମାଧ୍ୟମରେ ପରିବର୍ତ୍ତନ ମହାସଭା
ବରୀ, (ସୁରେଶ କର): ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ମେଲଣ ପଡିଆଠାରେ ବରୀ ବିଜେପି ଯୁବ ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ତତ୍ୱାବଧାନରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ମାନବ ସମ୍ବଳ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହ ବରୀ ବିଧାୟକଙ୍କୁ ତୀବ୍ର ସମାଲୋଚନା କରିବା ଓ ବରୀର ବିକାଶ କରିଥିବା କହୁଥିବା ବିଧାୟକଙ୍କ ବିକାଶର ନମୁନା ବଖାଣି ଥିଲେ।ବରୀରେ ଡାକ୍ତରଖାନା ଅଛି ହେଲେ ଡାକ୍ତର ନାନାହାଁନ୍ତି, ବିଦ୍ୟୁତ ନାହିଁ, ପାନୀୟ ଜଳ ନାହିଁ, ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଠୁ ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା କି କୌଣସି କାମ ପାଇଁ ପିସି ନେବା କଣ ତମ ବିକାଶର ଚିତ୍ର କଥା କହି ତୀବ୍ର ସମାଲୋଚନା କରିଥିଲେ । ଜିଲ୍ଲା ସଭାପତି ଗୌତମ ରାୟ ମଧ୍ୟ ସମାନ ଭାବରେ ରାଜ୍ୟ ସରକାରଙ୍କ ସହ ବିଧାୟକଙ୍କୁ ତାଙ୍କ ବିକାଶର ଚିତ୍ର ଦେଖେଇଥିଲେ । ବରୀରେ ପରିବର୍ତ୍ତନର ସମୟ ଆସିଛି ଆଜି ଦୀର୍ଘ ୧୯ବର୍ଷର ଶାସନରେ ଲୋକ ମାନେ ଅତିଷ୍ଠ ହୋଇପଡିଛନ୍ତି । ତେଣୁ ଆଜି ବରୀ ମାଟି ପରିବର୍ତ୍ତନ ଚାହୁଛି ବୋଲି ଯୁବ ନେତା ବିଶ୍ୱ ମଲ୍ଲିକ ତାଙ୍କ ଅଭିଭାଷଣରେ ମତ ଦେଇଥିଲେ। ଆଜିର ସମାବେଶରେ କେନ୍ଦ୍ର ମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ଆସି ଅସ୍ଥାୟୀ ହେଲି ପ୍ୟାଡ଼ରେ ଅବତରଣ କରିବା ପରେ ଏକ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ନେଇଥିଲେ ବିଜେପି କର୍ମୀ ।
ଆଜିର ସମାବେଶରେ ବହୁତ ବିଜେଡି କର୍ମୀ ଯଥା ରମ୍ପା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀକାନ୍ତ ସାମଲ ତାଙ୍କ ସମର୍ଥକଙ୍କ ସହ ଗଗନ ବିହାରୀ ମହାପାତ୍ର,ଶୈଳବାଲା ଜେନା ,ରବୀନ୍ଦ୍ର ମଲ୍ଲିକ, ଶିବପ୍ରସାଦ ବେହୁରା ,ସୁଲୋଚନା ମଲ୍ଲିକ, ଅଶୋକ କୁମାର ଅଧିକାରୀ ସହ ଅନେକ ନେତା ବିଜେପିରେ ଯୋଗ ଦେଇଥିଲେ । ଆଜିର ସଭାରେ ବଡଚଣା ର ଯୁବ ନେତା ଅମର ନାୟକ ,ଅମୀୟ ମଲିକ, ବିଞ୍ଝାରାପୁର ର ବବିତା ମଲ୍ଲିକ ,ବରୀ ବ୍ଲକ ଅଧକ୍ଷା ସୁନନ୍ଦା ଦାସ, ଭରତ ସେଠି, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବେନ୍ଦ୍ର ଦାସ, ଦୁଷ୍ମନ୍ତ ସେଠୀ, ହେମନ୍ତ ଦାସ, ସହ ବିଜେପି ର ବହୁ ଆଗଧାଡ଼ିର କର୍ମୀ ଉପସ୍ଥିତ ଥିଲେ।ଆଜିର ସମାବେଶରେ ରେ ଅଦ୍ଭୂତପୂର୍ବ ଜନସମାବେଶ ଦେଖିବାକୁ ମିଳିଥିଲା ପାଖାପାଖି ୧୫ହଜାର ଲୋକ ଯୋଗଦେଇଥିଲେ । ଏତେ ସଂଖ୍ୟକ ଜନ ସମାବେଶକୁ ଆଖି ଆଗରେ ରଖି ବରୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଯାଇଥିଲା । ସ