ବଲାଙ୍ଗୀର- ବିଛୁପାଲି ଟ୍ରେନ ଲୋକାର୍ପିତ

ବଲାଙ୍ଗୀର- ବିଛୁପାଲି ଟ୍ରେନ ଲୋକାର୍ପିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ତୃତୀୟ ଥର ଆସିବା ଅବସରରେ ଆଜି ବଲାଙ୍ଗିରରେ ବଲାଙ୍ଗୀର- ବିଛୁପାଲି ଟ୍ରେନକୁ ଲୋକର୍ପିତ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଓଡିଶା ଆସିଛନ୍ତି । ପ୍ରଥମେ ଖୋର୍ଦ୍ଧା ତାପରେ ବାରିପଦା ଏବଂ ଶେଷରେ ବଲାଙ୍ଗୀର । ପ୍ରଥମେ ସେ ସରକାରୀ କାର୍ଯ୍ୟକ୍ରମରେ ଅନେକ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ ।ତାପରେ ଏକ ଦଳୀୟ ସଭାରେ ଯୋଗଦେଇ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ କହିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିରୋଧରେ ସିଧାସଳଖ କିଛି କହିନଥିଲେ ମଧ୍ୟ ୟୁପିଏ ତୁଳନାରେ ତାଙ୍କ ସରକାର ଓଡିଶାକୁ ଅଧିକ ଅର୍ଥ ଦେବା କଥା ପ୍ରକାଶ କରିଥିଲେ । ହେଲେ ରାଜ୍ୟ ସରକାର ସେଇ ଅର୍ଥକୁ ଖର୍ଚ କରିପାରୁ ନାହାନ୍ତି ବୋଲି କହିଥିଲେ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଳ, ଦୁଇ କେନ୍ଦ୍ରମନ୍ତ୍ରୀ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସାଂସଦ କଳିକେଶ ସଂଦେସ ପ୍ରମୁଖ ଯୋଗ ଦେଇଥିଲେ ।ଅନେକ ଗୁଡିଏ ଯୋଜନାର ଶିଳାନ୍ୟାସ କରାଯାଇଥିଲା ।

Leave a Reply

Your email address will not be published.