ବିଜେପି କୃଷକ ମୋର୍ଚ୍ଚାର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ
ଢେଙ୍କାନାଳ, (ଓଏନ୍ଏସ୍): ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଆହ୍ୱାନରେ ଢେଙ୍କାନାଳ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାନମଣ୍ଡି ଖୋଲିବାରେ ବିଳମ୍ବ, ଅଭାବି ଧାନ ବିକ୍ରି ଓ ଚାଷୀ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କା ନ ପାଇବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା ।
ସକାଳ ୧୦ ଟା ବେଳେ ପ୍ରାୟ ୨ ହଜାର ଚାଷୀ ବସ୍ତା ବସ୍ତା ଧାନ ଧରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ କୋକେଇ ସହିତ ମୋର୍ଚ୍ଚାର ଢେଙ୍କାନାଳ ଲୋକସଭା ପ୍ରଭାରୀ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପହଂଚିଥିଲେ । ଚାଷୀମାନେ ବିକ୍ରି ହୋଇପାରୁ ନଥିବା ନିଜର ଧାନ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଢାଳିବା ସହିତ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ, ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକଙ୍କ ୩ ମୁଣ୍ଡିଆ କୁଶ ପୁତଳିକା ଦାହ କରିଥିଲେ ।
ଘେରାଉ ଶେଷରେ ଜିଲ୍ଲାପାଳଙ୍କୁ ଢେଙ୍କାନାଳ ଜିଲ୍ଲାର ସବୁ ପଂଚାୟତରେ ଧାନ ମଣ୍ଡି ଖୋଲିବା, ପ୍ରତ୍ୟେକ ଦିନ ମଣ୍ଡି ଖୋଲାଯିବା ସହିତ ଧାନ କ୍ରୟ ପାଇଁ ବ୍ୟବସ୍ଥା କରିବା, କଟଣି ଛଟଣି ବନ୍ଦ କରିବା ତଥା ପ୍ରତ୍ୟେକ ମଣ୍ଡିରେ ଶୌଚାଳୟ, ପାନୀୟ ଜଳ, ଅପେକ୍ଷା ଗୃହ, ଧାନ ନଷ୍ଟ ନ ହେବା ପାଇଁ ପକ୍କା ଚଟାଣ ଏବଂ ଛାମୁଡିଆ ଆଦିର ବ୍ୟବସ୍ଥା କରାଯିବା ଆଦି ୪ ଦଫା ସମ୍ବଳିତ ଦାବିିପତ୍ର ପ୍ରଦାନ କରାଯାଇଛି ।
ଏ ସମସ୍ତ ଦାବିଗୁଡିକୁ ତୁରନ୍ତ ପୁରଣ କରା ନ ଗଲେ ବିଜେପି କୃଷକ ମୋର୍ଚ୍ଚା ଆଗାମୀ ଦିନରେ ଚାଷୀଙ୍କ ହକ୍ ପାଇଁ ଢେଙ୍କାନାଳ ଜିଲ୍ଲାର ସମସ୍ତ ମଣ୍ଡି ଆଗରେ ବ୍ୟାପକ ଜନଆନେ୍ଦାଳନ କରିବାକୁ ବାଧ୍ୟ ହେବ ବୋଲି ଇତ୍ୟବସରରେ ଚେତାବନୀ ଦେଇଛି ।
ଆଜିର କାର୍ଯ୍ୟକ୍ରମଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚାର ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ଏବଂ ରାଜ୍ୟ ସାଧାରଣ ସଂପାଦକ ଇଂ. ରବିନାରାୟଣ ମହାପାତ୍ର, ମୋର୍ଚ୍ଚାର ଢେଙ୍କାନାଳ ଜିଲ୍ଲା ସଭାପତି ଦୟାନିଧି ସାହୁ, ବିଜେପି ଜିଲ୍ଲା ଉପସଭାପତି ରମେଶ ସାମଲ, ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ଅର୍ଜୁନ ମିଶ୍ର ଓ ନିରଂଜନ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ ଲେଙ୍କା ଓ ନିରଂଜନ ଦାସ, ଜିଲ୍ଲା କୋଷାଧ୍ୟକ୍ଷ ଲିପୁନ୍ ମିଶ୍ର, କାମାକ୍ଷାନଗର ବିଧାନସଭାପ୍ରଭାରୀ କାଳନ୍ଦୀ ବେହେରା, ଢେଙ୍କାନାଳ ସଦର ବିଧାନସଭାପ୍ରଭାରୀ ରାହୁଳରାୟ ମହାଳିକ, ମଣ୍ଡଳ ସଭାପତି ଦିଲ୍ଲୀପ ସାମଲ, ଅଶୋକ ମାଝି, ସୁଦର୍ଶନ ସ୍ୱାଇଁ, ମହେନ୍ଦ୍ର ପଟ୍ଟନାୟକ, ଜଗମୋହନ ସାହୁ, ସତ୍ୟପ୍ରକାଶ ଜେନା, ହୃଦାନନ୍ଦ ମଲ୍ଲିକ, ଶ୍ରୀନିବାସ ନନ୍ଦ, ଧନେଶ୍ୱର ରାଉତ, ଅମୂଲ୍ୟ ନାଏକ, ହଜାରି ନାଏକ, ଦଣ୍ଡଧର ଦେହୁରୀ, ଗୌରହରି ନାଏକ, ଚକ୍ରଧର ଷଣ୍ଢ, କୃଷ୍ନଚନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ବେହେରା, ଗୋବିନ୍ଦ ମଲ୍ଲିକଙ୍କ ସମେତ ବିଜେପି ଏବଂ କୃଷକ ମୋର୍ଚ୍ଚାର ଢେଙ୍କାନାଳ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।