ବିଜେପୁରରୁ ପ୍ରାର୍ଥୀ ହେବେ ନଳିନୀ !

ବିଜେପୁରରୁ ପ୍ରାର୍ଥୀ ହେବେ ନଳିନୀ !

ଭୁବନେଶ୍ୱର, (ଆଇଏନ୍ଏସ୍): ପୂର୍ତ ସଚିବ ପଦରୁ ଅବ୍ୟାହତି ନେଇ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଟିକଟରେ ପ୍ରାର୍ଥୀ ହୋଇଥିଲେ ନଳିନୀକାନ୍ତ ପ୍ରଧାନ । ୨୦୧୪ରେ ଏହି ଆସନରୁ ନିର୍ବାଚିତ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ଟିକଟ ଦେଇନଥିଲା । ନଳିନୀଙ୍କ କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିଥିଲେ । ନିର୍ବାଚନରେ ପରାଜିତ ହେବା ପରେ ତାଙ୍କୁ ଦଳୀୟ ରାଜନୀତିରେ ରଖିବା ପାଇଁ ଦଳ ନିଷ୍ପତି ନେଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଓ ବିଜେପୁର ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେପୁର ଆସନ ଛାଡ଼ିବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଅନ୍ୟପକ୍ଷରେ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ନଳିନୀଙ୍କୁ ଏହି ଆସନରେ ଛିଡ଼ା କରାଯିବା ନେଇ ଦଳ ଯୋଜନା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସମ୍ବଲପୁର ଆସନରୁ ଜିତିଥିଲେ ନଳିନୀ ସଂସଦକୁ ଯାଇଥାନ୍ତେ । ବିଜେପୁରରୁ ବିଜୟ ଲାଭ କଲେ ବିଧାନସଭାକୁ ଆସିବେ । ନଳିନୀଙ୍କୁ ଦକ୍ଷତା ଆଧାରରେ ମନ୍ତ୍ରୀ କରାଯିବାରେ କୌଣସି ଅସୁବିଧା ନଥିବା ଏହି ସୂତ୍ରରୁ କୁହାଯାଇଛି । (ରବିପ୍ରିୟ ଦାଶଙ୍କ ସ୍ୱତନ୍ତ୍ର ରିପୋର୍ଟ)

Leave a Reply

Your email address will not be published.