ଉତର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପି୍ରୟଦର୍ଶୀ ମିଶ୍ରଙ୍କ ଲୋକପି୍ରୟତା ବଢୁଛି!

ଭୁବନେଶ୍ୱର, (ଓଏନ୍ଏସ୍): ଭୁବନେଶ୍ୱର ଉତର ବିଧାନସଭା ନିର୍ବାଚନମଣ୍ଡଳୀକୁ ଓଡ଼ିଶାରେ ସବୁଠୁ ସ୍ମାର୍ଟ ତଥା ପୂର୍ଣ୍ଣ ବିକଶିତ କରାଇବାର ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ଥାନୀୟ ବିଧାୟକ ପି୍ରୟଦର୍ଶୀ ମିଶ୍ର “ଓଏନ୍ଏସ୍ କୁ ଏକ ସୌଜନ୍ୟମୂଳକ ସାକ୍ଷାତକାରରେ କହିଛନ୍ତି । ଓଡ଼ିଶାର ଜଣେ ତୁଙ୍ଗ ଯୁବନେତା ଭାବେ ଜଣାଶୁଣା ପି୍ରୟଦର୍ଶି ମିଶ୍ର ଆଇନ୍ରେ ମାଷ୍ଟର ଡ଼ିଗ୍ରୀ ହାସଲ ପରେ ସମାଜସେବା ସହ ଆଇନ୍ ପରାମର୍ଶଦାତା ଭାବେ ନିଜର ଜୀବନ ଆରମ୍ଭ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ ଆଇନ କଲେଜରେ ଛାତ୍ର ଥିବାବେଳେ ପି୍ରୟଦର୍ଶି ବାବୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ଛାତ୍ର ଜନତା ଦଳର ସଂପାଦକ ପଦରେ ରହି ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ପରେ ବିଜୁ ପଟ୍ଟନାୟକ ତାଙ୍କୁ ଯୁବ ଜନତା ଦଳର ସଂପାଦକ ପଦରେ ନିଯୁକ୍ତି ଦେଇଥିଲେ । ୨୦୦୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ପି୍ରୟଦର୍ଶି ବାବୁ ବିଜେଡ଼ିର ସାଧାରଣ ସଂପାଦକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ବେଳେ ଦଳୀୟ ବିଭିନ୍ନ କମିଟିର ସଦସ୍ୟ ତଥା ବିଭିନ୍ନ ନିଗମର ଅଧ୍ୟକ୍ଷ ଥିଲେ ଓ ବିଭିନ୍ନ ନିର୍ବାଚନ ବେଳେ ସେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏପରିକି ୨୦୦୦ ବିଧାନସଭା ନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱ ପି୍ରୟଦର୍ଶି ବାବୁ ସଫଳତାର ସହ ତୁଲାଇଥିଲେ । ବହୁପ୍ରତିଭାର ଅଧିକାରୀ ପି୍ରୟଦର୍ଶି ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବା ବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୨୦୧୪ ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଉତର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି ।
ଓଏନ୍ଏସ୍ କୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ମାତୃ-ଶିଶୁ ମୃତୁ୍ୟହାର ହ୍ରାସ, ପାନୀୟ ଜଳ, ପରିବେଶ, ସାକ୍ଷରତା, ଦାରିଦ୍ର୍ୟ ଦୂରୀକରଣ, ବେକାରୀ, ଭୂମିହୀନ ମାନଙ୍କୁ ଥଇଥାନ, ଦାଦନ ସମସ୍ୟାର ସମାଧାନ ଆଦି ସାମାଜିକ କାର୍ଯ୍ୟ କରି ଚାଲିଛନ୍ତି ପି୍ରୟଦର୍ଶି ବାବୁ । ଏସିଆ ମହାଦେଶର ସବୁଠୁ ବୃହତମ ବସ୍ତି ଭାବେ ଜଣାଶୁଣା ସାଲିଆ ସାହିରେ ଜୀବନ ଯାପନ କରୁଥିବା ହଜାର ହଜାର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେଇ ପି୍ରୟଦର୍ଶି ବାବୁ ସାରା ଅଂଚଳରେ ବିଜେଡ଼ିର ବାନା ଉଡ଼ାଇଛନ୍ତି । ମହାନଗର ନିଗମ ସମେତ ନିଜ ନିର୍ବାଚନମଣ୍ଡଳୀ ଅଂଚଳରେ ଜନସ୍ୱାସ୍ଥ୍ୟ, ବିଜୁଳି, ରାସ୍ତାଘାଟ ଓ ଗ୍ରାମାଂଚଳ ଉନ୍ନୟନକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ତାଙ୍କ ଉଦ୍ୟମରେ ନହରକଂଟାରେ ଜଳଯୋଗାଣ ପ୍ରକଳ୍ପ, ଶ୍ରୀବିହାର ଠାରେ ଜଳଯୋଗାଣ ପ୍ରକଳ୍ପ, ଶାଶ୍ୱତ ବିହାର ଠାରେ ପାଣି ପମ୍ପସେଟ୍ ସ୍ଥାପନ ଓ ଡମÿଣା ଗାଁରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବିଜୁନଗର, ମହାବିନାୟକ ନଗର ଅଂଚଳରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ନିର୍ମାଣାଧୀନ ରହିଛି । ବିପିସିଏଲ୍ ପେଟ୍ରୋଲ୍ ପମ୍ପ-ଫାୟାର ଷ୍ଟେଷନ୍ ଛକ ରାସ୍ତା, ଗଣିତ ପ୍ରତିଷ୍ଠାନ-ଇନ୍ଫୋସିଟି-ଏକାମ୍ର କାନନ ରାସ୍ତା, ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ରାସ୍ତା, ଡ଼ମଣା-ଶୈଳଶ୍ରୀ ବିହାର ରାସ୍ତା, ନିଳାଦ୍ରୀ ବିହାର-କନ୍ୟାଶ୍ରମ ରାସ୍ତା, ସିଆରପିି-ଜୟଦେବ ବିହାର ରାସ୍ତା ଓ ନନ୍ଦନକାନନ-ଜୟଦେବ ବିହାର ୪ ଥାକିଆ ରାସ୍ତାର ପ୍ରଶସ୍ତିକରଣ, ଉନ୍ନତି କରଣ ଓ ମରାମତି କାର୍ଯ୍ୟ ଚାଲୁ ରହିଛି । ସେହିପରି ବଜୁଳି ସେବା କ୍ଷେତ୍ରରେ ଉନ୍ନତି ପାଇଁ କଳାରାହାଙ୍ଗ ହାଉସିଂବୋର୍ଡ଼, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଜାଭିୟର୍ ଆଦି ଅଂଚଳରେ ଏମ୍ଭିଏର ଉନ୍ନତିକରଣ କରାଯାଇ ଉଚ୍ଚ କ୍ଷମତା ସଂପନ୍ନ ସବ୍ଷ୍ଟେସନ୍ ଓ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯାଇଛି । ଅନ୍ୟପକ୍ଷରେ ଗ୍ରାମାଂଚଳର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିଛି । ସେଥିମଧ୍ୟରେ ୨୫୩.୫୩ କୋଟି ଟଙ୍କା ବ୍ୟୟରେ ମଂଚେଶ୍ୱର, ବରିମୁଣ୍ଡ, ଝିଙ୍କିଡ଼ିହି ସନ୍ନିକଟସ୍ତ କୁଆଖାଇ ନଦୀବନ୍ଧର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ଲିଙ୍ଗିପୁର ଗ୍ରାମ୍ୟ ରାସ୍ତା, ନନ୍ଦନକାନନ-ଜରିପାଟଣା, ପଦାସାହି-ଭୋଟପଡ଼ା କେନାଲ୍ ରାସ୍ତା, କୃଷ୍ଣଶରଣପୁର ଗ୍ରାମ ରାସ୍ତା, ପ୍ରତାପନଗରୀ-ଝିଙ୍କରଡ଼ିହ ସେତୁ ଓ ବରିମୁଣ୍ଡ-କାନପୁର ରାସ୍ତା ପ୍ରଶସ୍ତିକରଣ ଆଦି କାର୍ଯ୍ୟ ପାଇଁ ପି୍ରୟଦର୍ଶି ବାବୁ ଜନସାଧାରଣଙ୍କର ନିକଟତର ହୋଇ ପାରିଛନ୍ତି । ୨୦୧୭ ତି୍ରସ୍ତରୀୟ ପଂଚାୟତ ନିର୍ବାଚନରେ ପି୍ରୟଦର୍ଶି ବାବୁଙ୍କର ସଫଳ ନିର୍ବାଚନ ପରିଚାଳନା ଯୋଗୁ ଉତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଆସନରେ ବିଜେଡ଼ି ପ୍ରାର୍ଥୀ ଯୁବନେତା କୁନାଲ୍ ରାଉତ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ବିଜେଡ଼ି ସମର୍ଥିତ ଅଧିକାଂଶ ୱର୍ଡ଼ମେମ୍ବର ଓ ସରପଂଚ ବିଜୟୀ ହୋଇଥିଲେ । ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ପି୍ରୟଦର୍ଶି ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ତାଙ୍କୁ ସାଧାରଣ ଲୋକଙ୍କର ନିକଟତର କରିପାରିଥିବା ଦେଖାଯାଉଛି । ତାଙ୍କର ପ୍ରଭାବଶାଳୀ ରାଜନୀତିକ କାର୍ଯ୍ୟକଳାପ ଓ ଉତ୍ସର୍ଗୀକୃତ ଜନସେବା ଯୋଗୁ ଭୁବନେଶ୍ୱର-ଉତର ବିଧାନସଭା ନିର୍ବାଚନମଣ୍ଡଳୀ ଚିରଦିନ ପାଇଁ ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିବ ବୋଲି ରାଜନୀତିକ ପଣ୍ଡିତ ମାନେ ମତ ଦେଉଛନ୍ତି । ।

Leave a Reply

Your email address will not be published.