ମହାନଦୀ ପୋଲ ପାଇଁ ବିପଦ ମାଲଭର୍ତି ଟ୍ରକ ଗୁଡିକର ଦୀର୍ଘସମୟ ରହଣି!

ମହାନଦୀ ପୋଲ ପାଇଁ ବିପଦ ମାଲଭର୍ତି ଟ୍ରକ ଗୁଡିକର ଦୀର୍ଘସମୟ ରହଣି!

ପାରାଦୀପ,(ଓଏନ୍ଏସ୍) ; ଜାତୀୟ ରାଜପଥ ଭୂତମୁଣ୍ଡାଇ ନିଳାଚଳ ବଜାର ମଧ୍ୟସ୍ଥ ମାହାନଦୀ ପୋଲ ଯାହା ଜଗତ୍ସିଂହପୁର କେନ୍ଦ୍ରାପଡା ଦୁଇଟି ଜିଲ୍ଲାକୁ ସଂଯୋଗ କରିଛି । ସେହି ପୋଲକୁ ବିପଦ ପହଁଚାଉଛି ମାଲବାହୀ ଯାନ ଗୁଡିକର ପାର୍କିଂ ବ୍ୟବସ୍ଥା । ପୋଲ ତିଆରି ହୋଇଛି ଗାଡି ଗୁଡିକ ଚଳାଚଳ ପାଇଁ । କିନ୍ତୁ ପୋଲ ଯେତିକି ଲମ୍ବ ତାହାର ଆରମ୍ଭରୁ ଶେଷ ଯାଏ ମାଲ ଭର୍ତି ଗାଡିଗୁଡିକ ଛିଡା ହୋଇ ରହିଥିବା ଉକ୍ତ ଗାଡି ସହ ପରିବହନ ସାମଗ୍ରୀର ମିଳିତ ଓଜନକୁ ଧରିରଖିବାର କ୍ଷମତା ପୋଲ ଗୁଡିକର ନଥାଏ । ତେଣୁ ଆଗତ ସମସ୍ୟା ମଧ୍ୟକୁ ଠେଲି ହୋଇଯାଉଛି ଏହି ପୋଲ । ଘଟଣା କ୍ରମ ଅନୁଯାଇ ପାରାଦୀପ ବନ୍ଦରର ପାଇଁ ଦୈନିକ ହଜାର ହଜାର ମାଲବାହୀ ଭାରୀଯାନ ଚଣ୍ଡିଖୋଲ ପଟରୁ ଲୁହା ଗୁଣ୍ଡ, ପଥର ସାମଗ୍ରୀ ଧରି ଜାତୀୟ ରାଜପଥ ୫ ( କ ) ର ମହାନଦୀ ପୋଲ ଉପରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହୁଛନ୍ତି । ଯାହା ଫଳରେ ଆବଶ୍ୟକ ବୋଝ ଠାରୁ ଅଧିକ ଲୋଡ ହୋଇ ରହୁଛି ପୋଲଟି ଉପରେ । ଯାହା ପୋଲ କୁ ଦୃବଳ କରୁଛି । ସେଥିପ୍ରତି କାହାର ନଜର ନାହିଁ । ପାରାଦୀପ ବନ୍ଦର ସ୍ଥାପନ ସମୟରେ ତିଆରି ହୋଇଥିବା ପୁରୁଣା ପୋଲ ଖରାପ ହୋଇ ଯିବାରୁ କିଛି ବର୍ଷ ପୂର୍ବେ ତାହାର ମରାମତି କରାଯାଇଥିଲା । ସେଥିରେ ଦୁଇ କଡର ବାଡା ଭାଙ୍ଗି ଯିବା ସହିତ ପାଦ ଚଲା ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ପଥଚାରୀମାନଙ୍କ ନିମନ୍ତେ ବିପଦ ସୃଷ୍ଟି କରିଛି । ପ୍ରଶାସନିକ ସ୍ଥାଣୁତା ଫଳରେ ପୋଲର ତୁରନ୍ତ ମରାମତି ଦୂରର କଥା ନୂଆ ପୋଲ ଉପରେ ଦୀର୍ଘ ଘଣ୍ଟା ଧରି ଛିଡା ହୋଇ ରହିଥିବା ଭାରୀ ଯାନ ଗୁଡିକୁ ଅପସାରଣ କରାଯାଉ ନାହିଁ । କିମ୍ବା ନୋ ପାର୍କିଂ ଯୋନ ଘୋଷଣା କରାଯାଉ ନାହିଁ । ଯାହା ଫଳରେ ଏଭଳି ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଦୁଇ ଜିଲ୍ଲାର ମିଳନ ସ୍ଥଳ ଭାବେ ଏହି ପୋଲ ଥିବାରୁ ହୁଏତ ପ୍ରଶାସନିକ ଅଧିକାରୀମାନଙ୍କ ଦୂରଦୃଷ୍ଟି ଅଭାବରୁ ନିଜର ସୀମା ସରହଦ ବୁଝିପାରୁ ନ ପାରି କାର୍ଯା୍ୟାନୁଷ୍ଠାନ ଗ୍ରହଣ କରୁନଥିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । କିନ୍ତୁ କୋଟି କୋଟି ଟଙ୍କାର ଜାତୀୟ ସମ୍ପତି ପ୍ରତି ବିପଦଥିବା ଘଟଣାକୁ ଗୁରୁତର ସହକାରେ ଗ୍ରହଣ ନ କଲେ ଆଗାମୀ ଦିନରେ ବଡ ଧରଣର କ୍ଷତିକୁ ଏଡାଇ ଦିଆଯାଇପାରିବ ନାହିଁ । ତେଣୁ ତୁରନ୍ତ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇ ପୋଲ ଉପରେ ଅବାଧ ଗାଡି ପାର୍କିଂ ବ୍ୟବସ୍ଥାକୁ ରୋକିବାକୁ ନିକଟସ୍ଥ ଦୁଇ ପନ୍ଚାୟତର ସରପନ୍ଚ , ବୁଦ୍ଧିଜୀବୀ , ସମାଜସେବୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published.