ମାଛଧରା ବୋଟରୁ ତେଲ ଚୋରୀ କରି ୩ ଅଭିଯୁକ୍ତ କୋର୍ଟ ଚାଲାଣ

ମାଛଧରା ବୋଟରୁ ତେଲ ଚୋରୀ କରି ୩ ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚାନ୍ଦପୁର ବସ୍ତିର ବାବୁରାମ ଓଝାଙ୍କ ବୋର୍ଟରୁ ଡିଜେଲ ଚୋରି ହୋଇଥିବା ନେଇ ଗତ୧୨ତାରିଖ ଦିନ ବାବୁରାମ ପାରାଦ୍ୱୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବାବୁରାମ ସେହି ବସ୍ତିର କହ୍ନେଇ ହାଲଦାରଙ୍କ ପୁଅ ଜଗା ହାଲଦାର, ବିମଳ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ ଓ ଅରବିନ୍ଦ ମଣ୍ଡଳଙ୍କ ପୁଅ ସଞ୍ଜୟ ମଣ୍ଡଳଙ୍କ ନାଁରେ ଅଭିଯୋଗ କରିଥିଲେ । ତଦନୁଯାୟୀ ଘଟଣାର ଅନୁସନ୍ଧାନ କରି ପାରାଦ୍ୱୀପ ପୋଲିସ ମଙ୍ଗଳବାର ଦିନ ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ବୁଧବାର ଦିନ ଏହି ଅଭିଯୁକ୍ତଙ୍କୁ କେସ୍ ନଂ ୪୨ରେ କୋର୍ଟ ଚାଲାଣ କରିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୭୯ ଓ ୩୪ ଆଇପିସି ରେ ମାମଲା ରୁଜୁ ହୋଇଛି । କୁଜଙ୍ଗ କୋର୍ଟରେ ଅଭିଯୁକ୍ତଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave a Reply

Your email address will not be published.