ମା’ ବାରଭୂଜା ପୀଠକୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ବିଗ୍ରହ ଆସିଲା

ଭୁବନେଶ୍ୱର,(ଓଏନ୍ଏସ୍): ସର୍ବଧର୍ମ ସମନ୍ୱୟ ମତବାଦର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଦାସଙ୍କ ପାଦୁକା ଓ ବିଗ୍ରହ ଶହ ଶହ ଭକ୍ତଙ୍କ ଗହଣରେ ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନ ହରିବୋଲ ହୁଳହୁଳି ଧ୍ୱନୀରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଓଁ କୃଷ୍ଣ ମଧୁସୂଦନ ସେବାଶ୍ରମ ଠାରୁ ମା’ ବାରଭୂଜା ପୀଠକୁ ୧୮ ତାରିଖ ଚତୁର୍ଦ୍ଦଶୀ ଦିନ ଯାଇଥିଲା । ମୁଖ୍ୟ ଆଶ୍ରମ ଅଧ୍ୟକ୍ଷ ବାବାଜୀ ଦାମୋଦାର ଦାସଙ୍କ ତତ୍ୱାବଧାନରେ ଶ୍ରୀ ଶ୍ରୀ ଗୁଦେବଙ୍କ ଷୋଡଶ ଉପଚାରେର ପୂଜାର୍ଚ୍ଚନା, ବନ୍ଦାପନା କରାଯିବା ପରେ ବର୍ଷକୁ ଥରେ ଏହି ମାଙ୍କ ପୀଠକୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ବିଗ୍ରହ ଆସିଥାଏ । କିମ୍ବଦନ୍ତୀ କହେ, ୧୯୬୦ ମସିହାରେ ପ୍ରେମାଚାର୍ଯ୍ୟ କେତେଜଣ ଶିଷ୍ୟଙ୍କୁ ସଙ୍ଗେ ନେଇ ସେହି ଖଣ୍ଡଗିରି ପାହାଡ ପଥ ଦେଇ ଗଲା ବେଳେ ମା ବାରଭୂଜା ପୀଠ ସମ୍ମୁଖରେ ହଠାତ ଅଟକି ଯାଇଥିଲେ ଏବଂ ଶିଷ୍ୟମାନଙ୍କ ସେହି ସ୍ଥାନରେ ତମ୍ବୁ ପକାଇ ସାଧୁସଙ୍ଗ ହେବ ବୋଲି ନିଦେ୍ର୍ଦଶ ଦେଇଥିଲେ । ସେହିଦିନ ଠାରୁ ଖଣ୍ଡଗିରିରେ କୁମ୍ଭମେଳା ନାମେ ପରିଚିତ । ସନ୍ଧ୍ୟାରେ ଶାଖା ଆଶ୍ରମରେ ବାବାଜୀ ଚିତ୍ତବିନୋଦନ ଦାସଙ୍କ ତତ୍ୱାବଧାନରେ ଶ୍ରୀ ଗୁରୁଦେବଙ୍କ ଗୁରୁ ପୂଜା କରାଯାଇଥିଲା । ମହନ୍ତ ତ୍ରିଲୋଚନ ଦାସ, ସ୍ୱାମୀ ଅଖିଳାନନ୍ଦ, ବାବାଜୀ ବାଳକାନନ୍ଦ ଯୋଗଦେଇ ପ୍ରେମାଚାର୍ଯ୍ୟଙ୍କ ଅଲୈାକିକ ଘଟଣା ଉପରେ ଆଲୋକପାତ କରିଥିଲେ । ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ବାବାଜୀ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚତୁର୍ଥ ପ୍ରହର ମହାମନ୍ତ୍ରରେ ନାମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବାବାଜୀ ବିବେକାନନ୍ଦ ଦାସ, ରଂଜନ କୁମାର ଦିକ୍ଷୀତ, ପ୍ରୀତିରଂଜନ ଦାସ ଓ ଶଶୀକାନ୍ତ ଖୁଂଟିଆ ପ୍ରମୁଖ ପରିଚାଳନା କରିଥିଲେ । ସାରା ଓଡିଶାର ବିଭିନ୍ନ ଆଶ୍ରମରୁ ଭକ୍ତମାନଙ୍କ ଆଗମନ ହୋଇଥିଲା ।

Leave a Reply

Your email address will not be published.