ରାଜନୀତିରେ ପ୍ରଶାସକ ମାନେ କେତେ ସଫଳ ?

ରାଜନୀତିରେ ପ୍ରଶାସକ ମାନେ କେତେ ସଫଳ ?

ଭାରତୀୟ ଜନତା ପାର୍ଟି(ବିଜେପି) ରେ ଜଣେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଯୋଗଦାନ ଦଳରେ ଯେପରି ଉସôାହର ଲହରି ସୃଷ୍ଟି କରିଛି ତାହା ଜଣାଇ ଦେଉଛି ଯେ ଏହି ଦଳ ଅନ୍ତସାର ଶୂନ୍ୟ ହୋଇ କଂଗ୍ରେସର ପଥ ବାଛି ନେଇଛି । କଂଗ୍ରେସ ମୁକ୍ତ ଭାରତ ଦାବି କରୁଥିବା ଦଳ ନିଜ ଅଜାଣତରେ କଂଗ୍ରେସର ନିତି ଓ ସଂସ୍କୃତିକୁ ଧିରେ ଧିରେ ଆପଣାଇ ନେଉଛି । ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ଦଳରେ ଯୋଗ ଦେବା ଆମ ଦେଶରେ ନୂଆ କଥା ନୁହେଁ । ଜଣେ ପ୍ରଥମ ଭାରତୀୟ ଆଇ.ସି.ଏସ ଅଫିସର ବଙ୍ଗଳାର ସୁରେନ୍ଦ୍ରନାଥ ବାନାର୍ଜି ଇଂରେଜ ଶାସନରେ ଅତିଷ୍ଠ ହୋଇ ଚାକିରୀରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ନେତାଜୀ ସୁବାସଚନ୍ଦ୍ର ବୋଷ ଆଇ.ସି.ଏସ ପରିକ୍ଷାରେ ବି୍ରଟିଶ ସାମ୍ରାଜ୍ୟରେ ଚତୁର୍ଥ ସ୍ଥାନ ପାଇଥିଲେ ମଧ୍ୟ ଇଂରେଜ ମାନଙ୍କର ଗୋଲାମ ନହୋଇ ଗାନ୍ଧୀଙ୍କ କଂଗ୍ରେସରେ ଯୋଗ ଦେଲେ ଓ ନିଜର ଦକ୍ଷତା ଯୋଗୁଁ ଦୁଇ ଥର କଂଗ୍ରେସର ସଭାପତି ପଦ ଅଳଂକୃତ କରିଥିଲେ । ପରେ କଂଗ୍ରେସରୁ ଇସ୍ତଫା ଦେଇ ଆଜଦ ହିନ୍ଦ ଫୌଜ ଗଠନ କରି ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ଦିଲ୍ଳୀର ମୁଖ୍ୟମନ୍ତ୍ରୀ ହୋଇ ଚମକ ସୃଷ୍ଟି କରିଥିବା କେଜରିୱାଲା ପ୍ରଥମେ ଜଣେ ପ୍ରଶାସକ ଥିଲେ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିସିଷ୍ଟ ଗାନ୍ଧୀବାଦୀ ନେତା ମୋରାର୍ଜି ଦେଶାଇ ମଧ୍ୟ ଜଣେ ପ୍ରଶାସକ ରୁପେ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ନୂଆ ନୁହଁ । ବିଶିଷ୍ଟ ସର୍ବୋଦୟ ନେତା ପୂଣ୍ୟ ଶ୍ଲୋକ ଗୋପବନ୍ଧୁ ଚୈାଧୁରୀ ଡେ.ପୁ.ଟି ପଦରୁ ଇସ୍ତଫା ଦେଇ ଭୂଦାନ ଆନେ୍ଦାଳନରେ ମିଶିଥିଲେ ଓ ଉକôଳ ଭାରତର ପ୍ରତିଷ୍ଠାତା ଐରଖାରବେଳ ସ୍ୱାଇଁ, ସମୃଦ୍ଧ ଓଡ଼ିଶାର ମୁଖ୍ୟ ଯତିଶ ମହାନ୍ତି ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ଗୋଟିଏ ଗୋଟିଏ ଦଳ ଗଠନ କରିଥିଲେ । ଏମାନେ ଏପର୍ଯ୍ୟନ୍ତ ରାଜନୀତିର ପ୍ରଥମ ପାହାଚ ଚଢି ପାରିନାହାନ୍ତି । ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ୟାରିମୋହନ ମହାପାତ୍ର ଅବସର ପରେ ରାଜନୀତିିରେ ଯୋଗଦେଇ ବି.ଜେ.ଡିର ମାର୍ଗ ଦର୍ଶକ ହେଲେ ଓ ପରେ ଦଳରୁ ତଡା ଖାଇଲେ । ବିଶିଷ୍ଟ ଆଇନ ଜୀବୀ ରଣଜିତ ମହାନ୍ତି, ଶିକ୍ଷାବିତ୍ ଶ୍ରୀରାମ ଦାଶ ଐତିହାସିକ ପ୍ରଫେସର ମନ୍ମଥ ଦାସ, ପ୍ରଶାସକ ଭାଗେ ଗୋବର୍ଧନ, ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର ମଧ୍ୟ ରାଜନୀତିିକୁ ଲମ୍ଫ ମାରି କେତେ ସଫଳ ହେଲେ ତାହା ସମସ୍ତେ ଜାଣନ୍ତି । ଏମାନଙ୍କର ଜାତି ସିନା ଗଲା ପେଟ ପୁରିଲା ନାହିଁ ।
ରାଜନିତିରେ ଆଦର୍ଶବାଦୀ ଓ ଲୋକପ୍ରୀୟ ନେତାଙ୍କ ଅଭାବ ଯୋଗୁଁ ଦଳ ମାନେ ଅଭିନେତା, ସଂଙ୍ଗିତଜ୍ଞ ଓ ଭୂତପୂର୍ବ ପ୍ରଶାସକ ମାନଙ୍କୁ ଦଳକୁ ନିମନ୍ତ୍ରଣ କରୁଛନ୍ତି । ଏମାନେ ସାମୟିକ ଚାଂଚଲ୍ୟ ସୃଷ୍ଟିକରି ମେଘରେ ବିଜୁଳି ଲୁଚିଲା ଭଳି ପୂଣି ଉଭାନ ହୋଇଯାଉଛନ୍ତି । ସ୍ୱାଧୀନତା ପରେ ଆମ ଦେଶରେ ଯେଉଁ ପ୍ରଶାସନିକ ଅଧିକାରୀ ରୁପି କଳା ସାହେବ ସୃଷ୍ଟି ହେଲେ ଇଂରେଜ ମାନଙ୍କ ଅମଳର କଟନ ସାହେବ, ରେଭେନ୍ସା ସାହେବ, ଅନସ୍ଲୋ ସାହେବ, ବେଲ ସାହେବ, ବିମ୍ସ ସାହେବ ଓ ଷ୍ଟର୍ଲିଙ୍ଗ ସାହେବଙ୍କ ଭଳି ସାମାଜିକ ଅଙ୍ଗିକାର ବଦ୍ଧତା ଏମାନଙ୍କର ନାହିଁ । ତଳ ସ୍ତରର କର୍ମଚାରୀ ମାନଙ୍କୁ ଭଲମନ୍ଦ ନବୁଝି ନିଲମ୍ବନ କରିବା, ର୍ଦୁବ୍ୟବହାର କରିବା ଓ ମନ୍ତ୍ରୀ ମାନଙ୍କୁ ନମାନିବା ସେମାନଙ୍କ ଦକ୍ଷତାର ମାନଦଣ୍ଡ । ସେଥିପାଇଁ ରାଜନୀତିରେ ଏମାନଙ୍କର ସଫଳତା ଆଶା କ୍ଷିଣ ଅଟେ । କଡା ପୋଲିସ ଅଧିକାରୀ କିରଣ ବେଦୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନା କରି ବିଜେପି ଦଳର ଅବସ୍ଥା କଣ ହେଲା ତାହା ବୋଧେ ସେମାନେ ଭୁଲି ଗଲେଣି ।
ଭାରତୀୟ ଜନସଂଘରୁ ବି.ଜେ.ପିର ଜନ୍ମ । ସ୍ୱାଧିନତା ପରେ କଂଗ୍ରେସର ସଂଖ୍ୟା ଲଘୁ ତୁଷ୍ଟି କରଣ, ଆଖିବୁଜା ଦୁର୍ନିତି, ଜାତି ଭିତିକ ସଂରକ୍ଷଣ ରାଜନୀତିକୁ ବିରୋଧ କରି ଏହି ଦଳ ରାଷ୍ଟି୍ରୟ ସ୍ୱୟଂ ସେବକ ସଂଘ ଠାରୁ ଜନ୍ମ ଗ୍ରହଣ କରିଥିଲେ । କମ୍ୟୁନିଷ୍ଟ ଦଳ ଭଳି ଏହା ଥିଲା ଏକ କ୍ୟାଡର ଭିତିକ ଦଳ । ସଂଘ ପରିବାରରେ କାର୍ଯ୍ୟ କଲାପରେ ଜଣେ କର୍ମି ଜନସଂଘରେ ଯୋଗ ଦେଉଥିଲା ଓ ଧିରେ ଧିରେ ଉପର ସ୍ତରକୁ ଯାଉଥିଲା । ଶୂନ୍ୟରୁ ଜଣେ ଆସି ଦଳର ସିଂହାସନରେ ବସି ପାରୁନଥିଲା । ଭୋଟ ମିଳୁ କି ନମିଳୁ ଦଳର ଆଦର୍ଶକୁ ଏମାନେ ଜାବୁଡି ଧରିଥିଲେ । ସେତେବେଳେ ଦଳରେ ଥିଲେ ବଳରାଜ ମାଧୋକ, ଦିନଦୟାଲ ଉପାଧ୍ୟାୟ, ଶ୍ୟାମ ପ୍ରସାଦ ମୁଖାର୍ଜି, ନାନାଜୀ ଦେଶମୁଖ, ସୁନ୍ଦର ସିଂ ଭଣ୍ଡାରୀ, ବିଜୟା ରାଜେ ସିଂଧିଆ, ବିଜୟ ମାଲହୋତ୍ରା, ଅଟଳ ବିହାରୀ ବାଜପେୟୀ ଓ ଲାଲ୍ କୃଷ୍ଣ ଆଡଭାନି ଙ୍କ ଭଳି ଉସôର୍ଗି କୃତ କର୍ମି ଓ ନେତା ମାନେ । ଦଳ ଜିତୁ କି ହାରୁ ବାହାର ଦଳର କର୍ମି ମାନଙ୍କୁ ଏମାନେ ପ୍ରଲୋଭିତ କରି ନିଜ ଦଳକୁ ଆଣୁନଥିଲେ । ତେଣୁ ପାର୍ଲାମେଂଟରେ ସଂଖ୍ୟା ଦୃଷ୍ଟିରୁ ସ୍ୱଳ୍ପ ହେଲେ ମଧ୍ୟ ଏମାନଙ୍କର ସ୍ୱର ବେଶ ଶାଣିତ ଥିଲା ।
କାଳ କ୍ରମେ ଜନସଂଘ ଦଳ ଜନତା ଦଳରେ ମିଶିଗଲା ଓ ୧୯୮୦ ମସିହାରେ ଜନତା ଦଳରୁ ବାହାରି ବିଜେପି ଦଳ ଗଠନ ହେଲା । ଏହାର କ୍ୟାଡର ଭିତିକ ସଂଗଠନ କେବଳ ନାମକୁ ମାତ୍ର ରହିଲା । କ୍ଷମତା ପାଇଁ ଏମାନେ କଂଗ୍ରେସର ବାଟ ଧରିଲେ । ଏକ ଆଦର୍ଶ ବାଦି ଦଳର ସଭାପତି ଲାଂଚ ନେଲା ବେଳେ ଧରା ପଡିଲେ । ଖଣି ଦୁର୍ନିତିରେ କଣ୍ଣାଟକର ବିଜେପି ସରକାର ଭାଙ୍ଗିଗଲା । ନେତା ମାନଙ୍କ ନାଁରେ ହାୱଲା କାରବାରର କଳଙ୍କ ଲାଗିଲା । ଆଦର୍ଶର ବାଛ ବିଚାର ନକରି ଏମାନେ ଯାହାକୁ ନାହିଁ ତାକୁ ଦଳରେ ମିଶାଇ ଦେଲେ । ଅନ୍ୟ ଦଳର ନେତାଙ୍କୁ ଡାକି ଟିକଟ ଦେଲେ ଓ ପରାଜୟ ବରଣକରି ଅପମାନିତ ହେଲେ । ନୀତିରେ ବିଶ୍ୱାସ କରୁନଥିବା ଦିଲିପ ରାୟ ଓ ବିଜୟ ମହାପତ୍ରଙ୍କ ଭଳି ଲୋକଙ୍କୁ ଦଳରେ ମିଶାଇ ନାଗ ଚୁଚୁନ୍ଦ୍ରା ଭଳି ଅବସ୍ଥା ଭୋଗକଲେ ।
କେବଳ କ୍ଷମତା ପାଇଁ ରାଜନୈତୀକ ଦଳ ଗଠନ କରାଯାଏନି । ନିତି ଓ ଆଦର୍ଶକୁ ନେଇ ଦଳ ଗଢାଯାଏ । ଭୁଲ ହେଉ କି ଠିକ୍ ହେଉ କମୁ୍ୟନିଷ୍ଟ ମାନେ ତାଙ୍କ ଦଳର ନିତିକୁ ଏପର୍ଯ୍ୟନ୍ତ ଅକ୍ଷତ ରଖିଛନ୍ତି । କମୁ୍ୟନିଷ୍ଟ ନେତା ଜ୍ୟୋତି ବସୁଙ୍କୁ ସେମାନେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ଅନୁମତି ଦେଲେନାହିଁ । ଲୋକସଭାର ବାଚସ୍ପତି ସୋମନାଥ ଚାଟାର୍ଜି ଦଳର ଆଦେଶ ନମାନିବାରୁ ଦଳରୁ ବହିସ୍କାର କଲେ । ନକ୍ସଲ ନେତା ଗଣପତି ପାର୍ଟିର ଅନୁମତି ନେଇ ନିଜ ପଦରୁ ଅବ୍ୟାହାତି ନେଲେ । ତାଙ୍କ ଆଦର୍ଶରେ ବିଶ୍ୱାସ କରୁନଥିବା ବ୍ୟକ୍ତିଙ୍କୁ ସେମାନେ ଗ୍ରହଣ କରିବେ ନାହିଁ । ସେଥିପାଇଁ ତାଙ୍କ ଦ୍ୱାରରେ ପ୍ରଶାସନିକ ଅଧିକାରୀ ବା ଚିତ୍ର ତାରକାଙ୍କର ଭିଡ ଜମୁ ନାହିଁ ।
ଇଂରାଜୀରେ କୁହାଯାଏ । ଦି କିଙ୍ଗ ଇଜ ଡେଡ୍, ଲଙ୍ଗ ଲିଭ ଦି କିଙ୍ଗ । କଂଗ୍ରେସ ପାର୍ଟି ଲୋପ ପାଇଲେ ମଧ୍ୟ କଂଗ୍ରେସର ସଂସ୍କୃତି ଦେଶର ଶିରା ପ୍ରଶିରାକୁ ବ୍ୟାପି ଯାଇଛି । କେବଳ କମୁ୍ୟନିଷ୍ଟ ଦଳ ଛଡା ଦେଶର ସମସ୍ତ ଦଳ ସେହି ସଂସ୍କୃତିର ଦାୟଦ । ନୋଟ ଦେଇ ଭୋଟ କିଣିବା, ନିର୍ବାଚନ ବେଳେ ମିଥ୍ୟା ପ୍ରତିସୃତି ଦେବା, ମିଥ୍ୟା ସତ୍ୟ ପାଠ କରିାବା, ଜାତି ଓ ଧର୍ମକୁ ନେଇ ରାଜନୀତି କରିବା ସଂରକ୍ଷଣକୁ ଜାବୁଡି ଧରିବା, ଖଣି ମାଲିକ ଓ ଶିଳ୍ପପତି ଓ ହାୱଲା ବେପାରିଙ୍କ ଠାରୁ ଚାନ୍ଦା ନେବା ଯାହା କଂଗ୍ରେସର ସଂସ୍କୃତି ଥିଲା ତାହା ଅନ୍ୟ ଦଳକୁ ଗ୍ରାସ କରିସାରିଲାଣି । ତେଣୁ କଂଗ୍ରେସ ଦଳର ମୃତୁ୍ୟ ହେଲେ ମଧ୍ୟ କଂଗ୍ରେସ ସଂସ୍କୃତି ଲୋପ ପାଇବ ନାହିଁ । କାରଣ ଯେଉଁଠି ଲୋକ ଚରିତ୍ର ନିତି ହିନ ସେଠାରେ ଭଲ ଦଳ ଓ ସରକାର ଆଶା କରିବା ସ୍ୱପ୍ନ ଅଟେ ।
   ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.