ରାଜନୀତି, ଗଣତନ୍ତ୍ର ଓ ଅସହିଷ୍ଣୁତା
ସୁବାସ ଷଡଙ୍ଗୀ
ଆମେ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଛୁ । ସମଗ୍ର ବିଶ୍ୱରେ ଆମେ ଆମର ଗଣତନ୍ତ୍ରକୁ ନେଇ ଗର୍ବିତ । କିନ୍ତୁ ଅନେକ ସମୟରେ ଏମିତି କିଛି ଘଟଣା ପଟେ ଯାହା ଆମକୁ ଆଂଦୋଳିତ କରେ । ଯେମିତି ଏବେ କା ବା ଏନଆରପିକୁ ନେଇ ଦେଖା ଦେଇଚି । ଧର୍ମନିରପେକ୍ଷତାକୁ ନେଇ ଆମେ ଗର୍ବ ଅନୁଭବ କରିଆସିଛୁ । କିନ୍ତୁ କେତେକ ଘଟଣା ସେମାନଙ୍କୁ ଚିନ୍ତାରେ ପକାଇଛି । ଆଉ ତାହାକୁ ନେଇ ଛାତ୍ରମାନେ ରାଜରାସ୍ତାକୁ ଓ୍ଲାଇଛନ୍ତି ।
ଅନେକ କହୁଛନ୍ତି ଆମ ସମ୍ବିଧାନ ପ୍ରତି ଏବେ ବିପଦ ଦେଖାଦେଇଛି । ସେଥିପାଇଁ ବୁଦ୍ଧିଜିବିମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଏବେ ଯେଉଁ ଜଅସନ୍ତେଷ ଦେଖାଦେଇଛି, ତାହାର ମୂଳରେ ରହିଛି ନାଗରିକ ସଂଶୋଧନ ଆଇନ । ଏହାକୁ ନେଇ ଲୋକଙ୍କ ମନରେ ଆଶଙ୍କା । ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଆଂଦୋଳନ କରୁଛନ୍ତି, ଏହାକୁ ସମର୍ଥନ କରୁଛନ୍ତି ଦଳିତମାନେ । ସମ୍ବିଧାନ ପରିଷଦରେ ନେହେରୁ- ପଟେଲ ଦୁଇଜଣଯାକ କହିଥିଲେ, ସଂଖ୍ୟାଲଘୁମାନଙ୍କ ନିରାପତା ସଂଖ୍ୟାଗୁରୁ ସମ୍ପ୍ରଦାୟର ସଦିଛା ଉପରେ ନିର୍ଭାଶୀଳ । ଭାରତୀୟ ସମ୍ବିଧାନରେ ସଂଖ୍ୟାଲଘୁମାନଙ୍କ ସ୍ୱତନ୍ତ୍ର ନିରାପତାର ବ୍ୟବସ୍ଥା କରାଯାଇନି । ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ ।
ଭାରତୀୟ ସମ୍ବିଧାନରେ ଭାରତୀୟ ରାଜ୍ୟ ସଂସଦକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର ହିସାବରେ ଘୋଷଣା କରାଯାଇଛି । ୧୯୩୦, ଜାନୁୟାରି ୨୬ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସରେ ସଂପୂର୍ଣ୍ଣ ସ୍ୱରାଜ ସମ୍ପର୍କୀୟ ସଂକଳ୍ପ ଗୃହିତ ଘୋଷିତ ହେଲା । ଏଇଦିନଟାକୁ ସ୍ମରଣ ରଖି ୧୯୫୦ ମସିହା ଜାନୁୟାରି ୨୬ ତାରିଖରେ ଆମ ସମ୍ବିଧାନ କାର୍ଯ୍ୟକାରି ହେଲା ।
ସମ୍ବିଧାନରେ ସରକାର ଗଠନ ଓ ଏହାର କାର୍ଯ୍ୟ ପଦ୍ଧତି, କ୍ଷମତା ଓ କତ୍ତବ୍ୟ ନିର୍ଦ୍ଧାରିତ ହେଲା । ଖାଲି ସେତିକି ନୁହେଁ, ଦେଶର ନାଗରିକମାନଙ୍କ ପାଇଁ ନ୍ୟାୟ ବିଚାର, ସମାନତା ଓ ସ୍ୱାଧୀନତା ସୁନିଶ୍ଚିତ କରିବା ଲାଗି ତଥା ଜାତୀୟ ସଂହତି ରକ୍ଷା କରିବା ଲାଗି ନାଗରିକମାନଙ୍କ ମଧ୍ୟରେ ପାରସ୍ପରିକ ଭାତୃଭାବ ଜାଗ୍ରତ କରିବାକୁ ଅନୁପ୍ରାଣିତ କରାଯାଇଛି । ସମାଜତାନ୍ତ୍ରିକ ଧର୍ମନିରପେକ୍ଷତା ଓ ସଂହତି ଏବଂ ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଭାତୃଭାବ ଏହା ଆମର ମୂଳ ଧ୍ୟେୟ ହେବା ଦରକାର ।
ପ୍ରତିବାଦ ଏକ ସାମ୍ବିଧାନିକ ଅଧିକାର । ମୋହନ ଦାସ କରମଚାନ୍ଦ ଗାନ୍ଧି, ମୌାଲାନା ଅବୁଲ କଲାମ ଆଜାଦଙ୍କ ଭଳି ନେତାମାନେ ଧର୍ମ ବା ଜାତି ଭିତିରେ ବିଭାଜନକୁ ଗ୍ରହଣ କରି ନଥିଲେ । ସେଥିପାଇଁ କଲିକତାରେ ଯେତେବେଳେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ସେତେବେଳେ ଗାନ୍ଧି ଛୁଟିଯାଇଥିଲେ ସେଠାକୁ । ଭାଇଚାର ରଖିବା ପାଇଁ ଅନଶନ କରିଥିଲେ ।
ସମ୍ବିଧାନର ରୂପକାର ଆମ୍ବେଦକର ଅନୁଭବ କରିଥିଲେ ଦଳିତମାନଙ୍କର ବିକାଶ ନହେଳେ ଏ ସମାଜ ବା ଦେଶ ଆଗକୁ ବଢି ପାରିବ ନାହିଁ । ତେଣୁ ସମାନତା ଆଣିବା ପାଇଁ ସେ ଦଳିତମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉପରେ ଜୋର ଦେଇଥିଲେ । ମାତ୍ର ଦଶବର୍ଷ ପାଇଁ ଏଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ତାହାର ଉଦେ୍ଦଶ୍ୟ ସଫଳ ନ ହେବାରୁ ଏ ପର୍ଯ୍ୟନ୍ତ ଚାଲୁ ରହିଛି ।
ଗୋଟାଏ କଥା ଆମକୁ ଗ୍ରହଣ କରିବାକୁ ହେବ ସମ୍ବିଧାନ ଆଇନର ଶାସନର ପ୍ରତୀକ ନୁହେଁ, ସମ୍ବିଧାନ ଦେଶର ପ୍ରତୀକ । ସମ୍ବିଧାନର ମୁଖବନ୍ଧ ଦେଶର ଆଦର୍ଶର ପ୍ରତୀକ । ଏହାକୁ ଜାତୀୟତାବାଦ କେବଳ ନୁହେଁ ଏକ ସଂହତି କୁହାଯାଇପାରେ । ଏବେ ତା ଉପରେ ସନେ୍ଦହ ସୃଷ୍ଟି ହୋଇଛି । ସେଥିପାଇଁ ସେମାନେ ଆଂଦୋଳନ କରିବାକୁ ରାଜରାସ୍ତା ଉପରକୁ ଆସିଛନ୍ତି ।
ପ୍ରତ୍ୟେକ ସମସ୍ୟାର ସମାଧାନ କରିହେବ । କିନ୍ତୁ କିପରି ହେବ ତାହାହିଁ ସବୁଠାରୁ ବଡ କଥା । କୁହାଯାଉଛି ନୂଆ ସରକାର ଆସିବା ପରେ ଏପରି ସମସ୍ୟା ଦେଖାଦେଇଛି । ଗଣତନ୍ତ୍ରରେ ାଂହାର ସଂଖ୍ୟା ବେଶୀ ସେ ଦଳ ସରକାର ଗଠନ କରିବ । ଏଣୁ ସରକାର ଉପରୁ ଲୋକଙ୍କର ଆସ୍ଥା ତୁଟିବା ଠିକ ନୁହେଁ । କାରଣ ଭୁଲ ସିଦ୍ଧାନ୍ତ ଅନେକ ସମୟରେ ସଠିକ ସିଦ୍ଧାନ୍ତର ମୂଳମନ୍ତ୍ରଭାବେ ଉଭା ହୁଏ । ପୂର୍ବରୁ ଅନେକ ସମସ୍ୟାର ଆମେ ସମୁଖୀନ ହୋଇଛେ, ଯାହାର ସମାଧାନ ମଧ୍ୟ ଠିକ ସମୟରେ ହୋଇ ପାରିଛି ।
କଥା ଉଠିଛି, ଆମ ଧର୍ମନିରପେକ୍ଷତାକୁ ନେଇ । ଭାରତ ସବୁବେଳେ ଏ ବିଶ୍ୱକୁ ନୂଆ ଦିଗଦର୍ଶନ ଦେଇ ଆସିଛି । ଏଣୁ ଆଲୋଚନା ମାଧ୍ୟମରେ ସବୁକଥାର ସମାଧାନ ହୋଇପାରିବ । ରାଜନୀତି ସମସ୍ୟାକୁ ଅଧିକ ପଙ୍କିଳ କରିଦିଏ । ଏଣୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର ନ କରି ବରଂ ଦେଶ କିପରି ସମସ୍ତଙ୍କୁ ନେଇ ଆଗକୁ ବଢି ପାରିବ ସେ ନେଇ ଆଲୋଚନା ହେବା ଦରକାର । ରାଜନୈତିକ ନେତାମାନଙ୍କର କାମ ହେଉଛି, ତିଳକୁ ତାଳ କରିବା । ସେଥିରୁ ରାଜନୈତିକ ଫାଇଦା ଉଠାଇବା ।ଏଣୁ ସରକାରଙ୍କ ପକ୍ଷରୁ ଯେଉଁ ବିବାଦ ସୃଷ୍ଟି କରାଯାଇଛି ତାହାକୁ ଅଧିକ ପଙ୍କିଳ କରୁଛି ବିରୋଧୀଙ୍କ ବୟାନବାଜି । ପ୍ରକୃତ ସମସ୍ୟା ଏହାଫଳରେ ପଛକୁ ଚାଲିଯାଉଛି । ରାଜନୈତିକ ପଶାପାଲିରେ ପ୍ରକୃତ ସମସ୍ୟା ବଳି ପଡୁଛି । ବିରୋଧୀ ଏଥିରୁ ସରକାର ପ୍ରଚାର ଆରମ୍ଭ କରୁଥିଲାବେଳେ ସରକାର ନିଜ ଜିଦରେ ଅଟଳ । ତେଣୁ ସମସ୍ୟା ଜଟିଳ ହେଉଛି ।
ଗଣତନ୍ତ୍ର ଦିବସରେ ଆମେ ଆଉଥରେ ଭାବିବାର ବେଳ ଆସିଛି । ରାଜନୈତିକ ଫାଇଦାକୁ ପଛକୁ ଠେଲି ଆମେ ସମସ୍ୟାର ସମାଧାନ ଖୋଜିବା ଦରକାର । ଗଣତନ୍ତ୍ର ଦିବସର ଏହି ଆହ୍ୱାନକୁ ସଭିଏଁ ଗ୍ରହଣ କରିବା ଦରକାର । କାରଣ କିଛି ଆଶଙ୍କା ଯୋଗୁ ଘଟଣା ଏବେ ଅଧିକ ଜଟିଳ ହେଉଛି । ଏଣୁ ଆଲୋଚନା ମାଧ୍ୟମରେ ସମାଧାନ ହେବାକୁ ମୁଁ ଆଜିର ଏଇ ଶୁଭ ଅବସରରେ ଅନୁରୋଧ ମଧ୍ୟ କରୁଛି ।
ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଆମେ ସବୁବେଳେ ସଦଭାବନାରେ ବିଶ୍ୱାସ କରୁ । ସେଥିପାଇଁ ସାରା ଭାରତରେ ଆମର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଇଏ ହେଉଛି ଏମିତି ଏକ ମାଟି ଯେଉଁଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ ।ଏଣୁ ଓଡିଶାରେ ଏ ନେଇ ବିଶେଷକିଛି ଘଟଣା ଘଟି ନାହିଁ । ମାତ୍ର ସମସ୍ୟା ହେଉଛି ସମସ୍ୟା । ଏହାର ସମାଧାନ ଦରକାର ।
୭୧ ତମ ଗଣତନ୍ତ୍ର ଦିବସ ଅବସରରେ ଏହା ଆମର କାମ୍ୟ ହେବା ଦରକାର । ଲୋକବିଚାର ମଧ୍ୟ ସବୁବେଳେ ଏଇ ଆଭିମୁଖ୍ୟକୁ ଗ୍ରହଣ କରିଆସିଛି । ସବୁବେଳେ ନିରପେକ୍ଷ ତର୍ଜମା କରିଛି । ପ୍ରଥମ କଥା ହେଲା ଲୋକଙ୍କ ମନରେ ଯେଉଁ ସମସ୍ୟା ଦେଖାଦେଇଛି ତାର ସମାଧାନ ହେବା ଦରକାର ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨