ଲକ୍ଡାଉନ, ଅପରାଧୀଙ୍କ ପୌଷମାସ: ଦିନରେ ମନ୍ଦିରରୁ·ଚୋରୀ!

ଲକ୍ଡାଉନ : ଅପରାଧୀଙ୍କ ପୌଷମାସ

ବାଲେଶ୍ୱର, (ଆଇଏନ୍ଏସ୍) : କରୋନା ପାଇଁ ଭାରତ ସମେବତ ସମଗ୍ର ବିଶ୍ୱ ବର୍ତମାନ ଲକ୍ଡାଉନ୍ । ସମଗ୍ର ବିଶ୍ୱ ବର୍ତମାନ ଅଟକି ଯାଇଥିବା ବେଳେ ଅଟକି ନାହିଁ ଅପରାଧୀଙ୍କ କାର୍ଯ୍ୟକଳାପ । ଲକଡାଉନ୍ ସେମାନଙ୍କ ପାଇଁ ପୌଷମାସ ପାଲଟିଛି । ପୋଲିସ ବର୍ତମାନ କରୋନା ପାଇଁ ଦିନରାତି କାର୍ଯ୍ୟକରୁଥିବା ବେବଳେ ଏହାର ସୁଯୋଗ ନେଉଛନ୍ତି ଅପରାଧୀ ।
ଲୋକମାନେ କରୋନା ପାଇଁଁ ଘରେ ରହୁଥିବା ଓ ପୋଲିସ କରୋନା ପାଇଁ କାର୍ଯ୍ୟବ୍ୟସ୍ତ ରହୁଥିବାର ସୁଯୋଗ ନେଇ ଚଳିତମାସ ୧୧ତାରିଖରେ ଦୁଇଜଣ ଚୋର ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗ୍ରାମରେ ଥିବା ଏକ ମନ୍ଦିରରୁ ରୂପା ମୁକୁଟ ଓ ୭ଟି ସୁନା ପଦକ ଚୋରି କରିନେଇଥିଲେ । ପୋଲିସ ତଦନ୍ତ କରି, ସରଶଙ୍ଖ ଗ୍ରାମର ୰ମହେନ୍ଦ୍ର ସାହୁଙ୍କ ପୁଅ ସହଦେବ (୨୪) ଓ କୁଡ଼େଇ ଗ୍ରାମର ଦାମୋଦର ଦାସଙ୍କ ପୁଅ ପ୍ରବୀର ଦଦାସ (୩୦)ଙ୍କୁ ଗିରଫ କରିବା ସହିତ ଚୋରୀ ଅଳଙ୍କାର ଉଦ୍ଧାର କରିିଛି । ଚୋରୀ ଅଳଙ୍କାରକୁ କୁଡ଼େଇ ଗ୍ରାମର ଆଦିବାସୀ ସାହିରେ ଜଣକ ପାଳଗଦାରେ ଲୁଚାଇ ରଖାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ମମଲାର କେସ୍ ନଂ.- ୧୨୨/୨୦୨୦ ।

Leave a Reply

Your email address will not be published.