ଲେଖକଟିଏ ପାଠକ ପ୍ରତି ଥିବା ଉତରଦାୟିତ୍ୱକୁ ଉପଲବ୍ଧି କରିବା ଉଚିତ: ସୌମ୍ୟରଂଜନ ପଟ୍ଟନାୟକ

ଲେଖକଟିଏ ପାଠକ ପ୍ରତି ଥିବା ଉତରଦାୟିତ୍ୱକୁ ଉପଲବ୍ଧି କରିବା ଉଚିତ: ସୌମ୍ୟରଂଜନ ପଟ୍ଟନାୟକ

ରଂଜନ ପ୍ରଧାନଙ୍କ ଉପନ୍ୟାସ “ବୁଢାବଳଙ୍ଗର ମାଝି”ଲୋକାର୍ପିତ
ଭୁବନେଶ୍ୱର, (ଆଇଏନ୍ଏସ୍): ବିଶିଷ୍ଟ ଗାଳ୍ପିକ ତଥା ଜନଜାତି ଗବେଶକ ରଂଜନ ପ୍ରଧାନଙ୍କର ରଚିତ ପ୍ରଥମ ଉପନ୍ୟାସ “ବୁଢାବଳଙ୍ଗର ମାଝି” ସମ୍ବାଦ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପ୍ରଖ୍ୟାତ ଔପନ୍ୟାସିକ ବିଭୁତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଉପନ୍ୟାସ କେବଳ କାଳ୍ପନିକତା ଉପରେ ନିର୍ଭର କରି ଗଢି ଉଠେନା, ବରଂ ଏଥିପାଇଁ ବ୍ୟାପକ ଗବେଷଣା ଆବଶ୍ୟକ । “ସଂବାଦ”ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ପୁସ୍ତକକୁ ଉନ୍ମୋଚନ କରି କହିଲେ, ଉପନ୍ୟାସଟିଏ ଲେଖିବାବେଳେ ଯଥେଷ୍ଟ ଯତ୍ନବାନ୍ ହେବା ଉଚିତ । ଲେଖକଟିଏ ମୁଖ୍ୟତଃ ପାଠକ ପ୍ରତି ଥିବା ଉତରଦାୟିତ୍ୱକୁ ଉପଲବ୍ଧି କରିବା ଉଚିତ । “କଥା”ର ସଂପାଦକ ଗୌରହହି ଦାସ କହିଲେ, ଉପନ୍ୟାସ ହେଉଛି କଳ୍ପନା ଓ କାହାଣୀ, ଯାହା ମାଧ୍ୟମରେ ଆମେ ସତ ପାଖରେ ପହଂଚୁ । ରଂଜନଙ୍କ ମଧ୍ୟରେ ଛଳଛଳ ପ୍ରବଣତା ରହିଥିବାରୁ ସେ ନିଜର ବିଚିତ୍ର ଅନୁଭବକୁ ନେଇ ଲେଖକୀୟ କାର୍ଯ୍ୟରେ ବିନିଯୋଗ କରି ପାରିବେ । “ପୌରୁଷ”ର ସଂପାଦକ ଅସିତ ମହାନ୍ତି ଉପନ୍ୟାସ ସଂପର୍କରେ ବିଶଦ ଆଲୋଚନା କରିବା ସହିତ ଏହାର ଆରମ୍ଭ ଓ ପରିଣତି ଅତ୍ୟନ୍ତ ସୁନ୍ଦର ହୋଇଛି ବୋଲି କହିଥିଲେ । ଗବେଷକ ଅନିଲ୍ ଧୀର୍ କହିଥିଲେ ଯେ, ନଦୀର ଇତିହାସ ଏକ ସଭ୍ୟତାର ଇତିହାସ । ଉପନ୍ୟାସର ଲେଖକ ରଂଜନ ପ୍ରଧାନ ନିଜ ଲେଖକୀୟ ଅଭିଜ୍ଞତା ସଂପର୍କରେ ସୂଚନା ଦେଇଥିଲେ । ସମ୍ବାଦର ଉପ-ମହାପ୍ରବନ୍ଧକ ଗୌତମବୁଦ୍ଧÿ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ “ଆମ ଓଡ଼ିଶା”ର ସଂପାଦକ ସ୍ୱରାଜ ମିଶ୍ର, “ଶ୍ରୀ ସାହିତ୍ୟ”ର ସଂପାଦକ କୃଷ୍ଣ ନାୟକ, ସମାଜସେବୀ ସଂଜୟ ପାତ୍ର, ସମ୍ବାଦ ଉପ-ମହାପ୍ରବନ୍ଧକ ଭବାନୀଶଙ୍କର ତି୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସମ୍ବାଦର ସହ ସଂପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.