ସୁଧାର ନ ଆସିଲେ ବିରୋଧ ଆହୁରି ତୀବ୍ର କରାଯିବ- ଡଃ ଅୟସକାନ୍ତ ରାୟ

ସୁଧାର ନ ଆସିଲେ ବିରୋଧ ଆହୁରି ତୀବ୍ର କରାଯିବ- ଡଃ ଅୟସକାନ୍ତ ରାୟ

ପାରାଦ୍ୱୀପ, (ଓଏନ୍ଏସ୍): ବନ୍ଦର ଓ ଶିଳ୍ପ ନଗରୀ ପାରାଦୀପରେ କ୍ରମବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନିକ ସ୍ତରରେ ଏକ ଖସଡା ବା ଯୋଜନା କରିବା ପାଇଁ ଅଗ୍ରଣୀ ପରିବେଶ ସଂଗଠନ ପାରାଦୀପ ନାଗରିକ ମଂଚ ବିଭିନ୍ନ ସମୟରେ ଦାବି କରିଆସୁଅଛି । ଗତ ଜାନୁଆରୀ ୨୪ ତାରିଖ ଓ ଫେବୃଆରୀ ୪ ତାରିଖରେ ଦୁଇଟି ପତ୍ର ମାଧ୍ୟମରେ ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ପରିବେଶବିତ୍ ଓ ନାଗରିକ ମଂଚର ସଭାପତି ଅୟସକାନ୍ତ ରାୟଙ୍କ ନେତୃତ୍ୱରେ ଏକ ଦିନିକିଆ ପ୍ରତିକାତ୍ମକ ବିରୋଧ ଶୋଭାଯାତ୍ରା ଧୂଳି ସତ୍ୟାଗ୍ରହ ଏବଂ ରାଜ୍ୟ ପ୍ରଦୃ୍ୟଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟ ପାରାଦୀପ ଶାଖା ସମ୍ମୁଖରେ ଧାରଣା ଦିଆଯାଇଥିଲା । ନାଗରିକ ମଂଚର ୧୫ଗୋଟି ଦାବୀ ଗୁଡିକ ହେଲା ପାରାୀଦପ ବନ୍ଦର ଭିତିକ ଶିଳ୍ପାଂଚଳରେ ପରିବେଶ ସନ୍ତୁଳନ ପାଇଁ ଦୀର୍ଘ ମିଆଦି ଖସଡା, ବନ୍ଦର ସହରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ବାୟୁ ପ୍ରଦୂଷଣର ନିୟନ୍ତ୍ରଣ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ପ୍ରତ୍ୟେକ ଶିଳ୍ପାଂଚଳ ଓ ପାରାଦୀପ ବନ୍ଦର ସେମାନଙ୍କ ନିଜସ୍ୱ ଅଂଚଳ ଓ ପାରିପାଶ୍ୱର୍ିକ ଅଂଚଳରେ ପରିବେଶ ସୁରକ୍ଷାକାରୀ ବୃକ୍ଷଲଗାଇ ସବୁଜ ବଳୟ ସୃଷ୍ଟି କରିବା, ନଦୀ ଓ ମୁହାଣ ଅଂଚଳକୁ ଖନନ କରି ତାହାର ଦୁଇ ପାଶ୍ୱର୍ରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ପାଇଁ ଏକ ନାଗରିକ ସ୍ତରୀୟ କମିଟି, ପ୍ରଶାସନ, ଶିଳ୍ପସଂସ୍ଥା ଏବଂ ସ୍ଥାନୀୟ ଲୋକମାନଙ୍କୁ ନେଇ କରାଯାଉ, ଏହି କମିଟି ପ୍ରତି ମାସରେ ଥିରେ ବସି ଏହାର ସମୀକ୍ଷ କରିବା, ପିପିଏଲ, ଇଫକୋ ସାରକାରଖାନାର ବର୍ଜ୍ୟବସ୍ତୁ .ଜିପସମର ସୁପରିଚାଳନା ଏବଂ ଏହାକୁ ପାହାଡ ସଦୃଶ ଗଚ୍ଛିତ କରାଯିବା ଦ୍ୱାରା ଏହା ବହୁଳ ପରିମାଣରେ ବାୟୁ ଓ ଭୂତଳ ଜଳକୁ ପ୍ରଦୂଷିତ ରୁଛି , ପ୍ରତ୍ୟେକ ଶିଳ୍ପ ସଂସ୍ଥା ସେମାନଙ୍କର ମୂଳ ଜାଗାର ୩୩ ପ୍ରତିଶତ ଅଂଚଳକୁ ସବୁଜ ବଳୟ କରିବା ନିୟାମକୁ କଡାକଡି ପାଳନ କରିବା ବଡପଡିଆ ଥାନା ଛକ ଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାର ଧୂଳିକଣାକୁ ନିୟନ୍ତ୍ରଣ କରିବା ପାଇଁ କଠୋର ବ୍ୟବସ୍ଥା, ଦୃର୍ଘଟଣା ମୁକ୍ତି ପାଇଁ ଟ୍ରାଫିକ ବ୍ୟବସ୍ଥା ସଜାଡିବା, ଶିଳ୍ପ ସଂସାର ଲାଭାଂଶ ଅର୍ଥର କିଛି ଅଂଶ ଅଂଚଳବାସୀଙ୍କର ଦକ୍ଷତା ବିକାଶ କ୍ଷେତ୍ରରେ ବିନିଯୋଗ, ପ୍ରତ୍ୟେକ କମ୍ପାନୀ ସି.ଏସ୍.ଆ କାର୍ଯ୍ୟକ୍ରମକୁ ସାର୍ବଜନୀନ କରିବା, ଏସାର କନ୍ଭେୟର ବେଲ୍ଟ ଲାଇନ ନିବୁଜ କରିଯିବା କାରଣ ଏହାର ବହୁ ଅଂଶ ଖୋଲା ଥିବାରୁ ବାୟୁ ପ୍ରଦୁ୍ୟଷଣ ବୃଦ୍ଧି ହେଉଛି , ରାସ୍ତାରେ ପରିବହନ ସମୟର ଖସିପଡୁଥିବା ପଣ୍ୟ ନିୟମିତ ସଫେଇ ଓ ପଣ୍ୟବାହୀ ଗାଡିଗୁଡିକୁ ପାଲଦ୍ୱାରା ନିବୁଜ କରାଯାଇ ପରିବହନ କ୍ଷେତ୍ରରେ କଡାକଡି ନିୟମ ଲାଗୁ କରିବା । ଏଣୁ ଉପରୋକ୍ତ ନିବେଦନ ଓ ଦାବିପତ୍ର ସମ୍ପର୍କରେ ବିଚାର କରି ନିଶ୍ଚିତ ଗଠନ ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ମଂଚ ପ୍ରଶାସନକୁ ଅନୁରୋଧ କରିଛି । ଏହି ଅଂଚଳ ପ୍ରଦୂଷଣ ଭବିଷ୍ୟତ ପିଢିଙ୍କ ପାଇଁ ଘାତକ ହେବାକୁ ଯାଉଛି ଏବଂ ଏଥିରେ ସୁଧାର ନ ଆସିଲେ ମଂଚ ପକ୍ଷରୁ ଏଭଳି ବିରୋଧ ଓ ସଚେତନତା କାର୍ଯ୍ୟକ୍ରମ ଆଗୁକ ଆହୁରି ତୀବ୍ର କରାଯିବ ବୋଲି ମଂଚ ସଭାପତି ଡଃ. ଋାୟ କହିଛନ୍ତି । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ସ୍ଥାନୀୟ ସୁନମଧନ୍ୟ ସ୍ୱେଚ୍ଛାସେବୀ ଶ୍ରୀବଲ୍ଲଭକର, ନାଗରିକ ମଂଚର କାର୍ଯ୍ୟକର୍ତା ଓ ସଭ୍ୟ ଏବଂ ବୃଦ୍ଧିଜିବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.