ସୁରକ୍ଷା ଅଭାବରୁ ବିଶ୍ୱ ବିଖ୍ୟାତ ଗହୀରମଥା ସଂପୂର୍ଣ୍ଣ ଧ୍ୱଂସ!
ଭୁବନେଶ୍ୱର/କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ରାଜ୍ୟ ସରକାରଙ୍କ ସୁରକ୍ଷା ଅଭାବରୁ ବିଶ୍ୱ ବିଖ୍ୟାତ ଗହୀରମଥା ସଂପୂର୍ଣ୍ଣ ଧ୍ୱଂସ । ପେଟୋଲିଂ ପାଇଁ ଥିବା ୨ ଟି ଟ୍ରଲର ଅଚଳ, ଯାହାର ସ୍ଥାୟୀ ମରାମତି ହେଉନାହିଁ କିମ୍ବା ନୂଆ ଟ୍ରଲର ଯୋଗାଇÿ ଦିଆଯାଉନାହିଁ । ଯେଉଁ ମାଛ ମାଫିଆଙ୍କର ବୋଟ୍ ସିଜ୍ ହେଉଛି, ସଲାସୁତୁରାରେ ସେମାନଙ୍କୁ ତୁରନ୍ତ ଛାଡ଼ି ଦିଆ ଯାଉଛି । ଗହୀରମଥା ସମୁଦ୍ର ଓ ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଯେଉଁ ନୂଆ ରେଂଜର ମାନଙ୍କୁ ନିଯୁକ୍ତି ଦିଆଯାଉଛି, ସେମାନେ ଅପେକ୍ଷାକୃତ ପରିଚାଳନାରେ ଅନଭିଜ୍ଞ । ଉପରିସ୍ତ ଅଧିକାରୀଙ୍କ ସହ ଚିଙ୍ଗୁଡ଼ି ମାଫିଆଙ୍କର ପ୍ରଚ୍ଛନ ସଂପର୍କ ରହିଛି । ପାରାଦିପ ଓ ଧାମରା ପାଖରେ ଶହଶହ ମଲା କଇଁଛ ମରିପଡ଼ିଛନ୍ତି । କୋଷ୍ଟ ଗାର୍ଡ଼ ମଧ୍ୟ ମାଫିଆଙ୍କର ଟ୍ରଲର ସିଜ୍ ନକରି ନିରବଦ୍ରଷ୍ଟା ସାଜିଛନ୍ତି । ଭଦ୍ରକ ଡ଼ିଏଫଓ ସଂପୂର୍ଣ୍ଣ ଅନଭିଜ୍ଞ ବୋଲି ଚର୍ଚ୍ଚା ହେଉଛି । କଇଁଛ ସୁରକ୍ଷା ପାଇଁ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆ ଯାଉଥିଲେ ବି କେହି କିଛି କରୁନାହାନ୍ତି । କଇଁଛ ମାନଙ୍କର ଅଣ୍ଡା ଦେବା ସମୟ ପାଖେଇ ଆସୁଛି । ରେଂଜର ଓ ବରିଷ୍ଠ ଅଧିକାରୀ ମାନେ ନିଷ୍ଟାର ସହ କାର୍ଯ୍ୟ କରୁନାହାନ୍ତି । ଏଣୁ ଗହୀରମଥା ପୃଥିବୀ ମାନଚିତ୍ରରୁ ଲୋପ ପାଇବାର ଆଶଙ୍କା ସୃଷ୍ଟି ହେଲାଣି । ଏହି ଘଡ଼ିସନ୍ଧି ସମୟରେ ସରକାର ଗହୀରମଥାର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।