ସେଚ୍ଛାସେବୀ ଅନୁଷ୍ଠାନ‘ସୋର୍ଡ଼’ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ
ଭୁବନେଶ୍ୱର, (ଆଇଏନ୍ଏସ୍): ଆମ ଦେଶକୁ କରୋନା ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର କରୁଣ ଅବସ୍ଥା! ଏହି ସମୟରେ ଦେଖାଯାଉଛି, ଅନେକ ଅସହାୟ ମଣିଷମାନେ ବହୁ ଅସୁବିଧାରେ ଜୀବନ କାଟୁଛନ୍ତି । ଏଭଳି ବିକଳ ଅବସ୍ଥା ଦେଖି ସାରା ଦେଶରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସେହି ଅସହାୟ ମଣିଷ ମାନଙ୍କୁ ସହଯୋଗ ଯୋଗାଇ ଦେବାକୁ ନିଜର ହାତ ବଢେଇଛନ୍ତି । ସେହି ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମଧ୍ୟରେ ବହୁ ଆଗରେ ରହିଛି ଭୁବନେଶ୍ୱରର “ସୋର୍ଡ଼୍” ଅନୁଷ୍ଠାନ । ଏହି ସେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ତ କେତେକ ବସ୍ତୀ ଅଂଚଳରେ ରହୁଥିବା ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇ ଆସୁଛି । ଅନୁଷ୍ଠାନର କର୍ମକର୍ତା ମାନେ ଗତ ୩ ଦିନ ତଳୁ ପ୍ରତିଦିନ ପ୍ରାୟ ୨୦୦ ଅସହାୟ ଲୋକଙ୍କୁ ଚାଉଳ, ଡ଼ାଲି, ତେଲ, ଆଳୁ, ମାକ୍ସ ଓ ସାବୁନ ଆଦି ଅତ୍ୟାବଶ୍ୟକ ଜିନିଷ ବଂଟନ କରୁଛନ୍ତି । ଅନୁଷ୍ଠାନର ସଂପାଦକ ସୌଭାଗ୍ୟ ରଞ୍ଜନ ଭୂୟାଁ, ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଗ୍ୟାନ ରଂଜନ ଜେନା, ଦିପ୍ତୀ ଦାଶ, ସୁବର୍ଣ୍ଣା ପ୍ରଧାନ, ପ୍ରୀତି ରଂଜନ, ହିମାଂଶୁ ପାଲ୍ ଏବଂ ଦୀପକ ପାତ୍ର ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି । ଅନୁଷ୍ଠାନର ନିଜସ୍ୱ ପ୍ରଚେଷ୍ଟାରେ ଏହି ଅଭିନବ ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଅନୁଷ୍ଠାନର ସଂପାଦକ ସୌଭାଗ୍ୟ ରଞ୍ଜନ ଭୂୟାଁ ଓ ସମାଜସେବୀ ଅଶ୍ୱିନୀ ସୁନ୍ଦରାୟ ପ୍ରକାଶ କରିଛନ୍ତି ।