ସ୍ୱଚ୍ଛ ଭାରତ ମିଶନ:ଗାଲୁଆଙ୍କ ବାରବାଟି ଚାଷ
ସୋର ପୌରପାଳିକା ତାହାର ନଗ୍ନ ଉହାହରଣ
ବାଲେଶ୍ୱର, (ଆଇଏନ୍ଏସ୍): ୨୦୧୪ ଅକ୍ଟୋବର ୨ତାରିଖ ଠାରୁ କାନ୍ଥ, ବାଡ଼, ଖବରକାଗଜ, ଟେଲିଭିଜନ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଗୋଟିଏ ଆଲୋଚନା, ‘ସ୍ୱଚ୍ଛ ଭାରତ ମିଶନ’ । ପରିବେଶ ପରିସ୍କାର ରହିଲେ ରୋଗ ଦୂରେଇ ରହିବ, ସ୍ୱାସ୍ଥ୍ୟ ଭଲ ରହିବ । ଏହିଭଳି ବହୁ କିଛି ଦୀର୍ଘ ୫ବର୍ଷ ହେଲା ଦେଖିବାକୁ ଓ ଶୁଣିବାକୁ ମିଳୁଛି । ସ୍ୱଚ୍ଛ ଭାରତ ମିଶନରେ ବିଜ୍ଞାପନ ବାବଦ କୋଟିକୋଟି ଟଙ୍କା ସରକାରୀ ତହବିଲରୁ ଖବର କାଗଜ ଓ ଯିଭି ଚ୍ୟାନେଲ ମାଲିକ ନେଇ ମାଲେମାଲ ହୋଇଛନ୍ତି । ଶୋ÷ଚାଳୟ ନିର୍ମାଣ ବାବଦରେ ମଧ୍ୟ କିଛି କମ୍ ଟଙ୍କା ହୋଇହୋଇନାହିଁ । କିନ୍ତୁ ସବୁ କିଛି ଗାଲୁଆଙ୍କ ବାରବାଟି ଚାଷ ସଦୃଶ ।
ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୋର ପୌରପାଳିକାରେ । ସୋର ପøରପାଳିକାରେ ସାଧାରଣ ଜନତାଙ୍କ ପାଇଁ ମାତ୍ର ଗୋଟିଏ ଦେୟଯୁକ୍ତ ଶୋ÷ଚାଳୟ ସୋର ଡାକ୍ତରଖାନା ଆଗରେ ରହିଛି । ଏହି ଶୋ÷ଚାଳୟ ବ୍ୟତୀତ ୪ଗୋଟି ଶୋ÷ଚାଳୟ ପରିତ୍ୟକ୍ତ ଅବସ୍ଥାରେ ରହିଛି ।
। ଏସ୍.ବି.ମ ଅନୁଦାନରେ ସୋର ପୋ÷ରପାଳିକାର ୧୪ନମ୍ବର ୱାର୍ଡ଼, ଗୋପୀନାଥପୁର ଗ୍ରାମରେ (ମୂଳେଶ୍ୱର ବୋଲି ଲେଖା ହୋଇଛି) ୧ଲକ୍ଷ ୪ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଜଙ୍ଗଲ ଭିତରେ ରହିଛି । ମଣିଷ ତ’ ଦୂରର କଥା ସେଠାକୁ କୋ÷ଣସି ପଶୁ ମଧ୍ୟ ଯିବା ଅସମ୍ଭବ ।
ସେହିପରି ୭ଲକ୍ଷ ଟଙ୍କା ବ୍ୟୟରେ ଉତରେଶ୍ୱର (ଜାତୀୟ ରାଜପଥ କଡ଼ରେ) ଏକ ଉଠା ଶୌଚାଳୟ ସାଧାରଣ ଜନତାଙ୍କ ବ୍ୟବହାର ଉଦେ୍ଦଶ୍ୟରେ ବସା ଯାଇଥିଲା । କିନ୍ତୁ ଶୌଚାଳୟ ସ୍ଥାପନ ହେବାଠାରୁ ଏହି ଶୌଚଳୟର ଚାବି କାହାପାଖରେ ରହିଛି, ସେହି ଶୌଚାଳୟକୁ କିଏ ବ୍ୟବହାର କରୁଛି ତାହା ସମସ୍ତଙ୍କ ଅଗୋଚରରେ । ଏବେ ତାହାର ଏପରି ଅବସ୍ଥାରେ ରହିଛିଯେ, ତାହା ପରିବେଶକୁ ସ୍ୱଚ୍ଛ ରଖିବା ପରିବର୍ତେ ପରିବେଶକୁ ପ୍ରଦୂଷିତ କରିବାରେ ଲାଗିଛି । ଉତରେଶ୍ୱରର ଜେନା ପୋଖରୀ ଆଡ଼ିରେ ବହୁ ପୂର୍ବରୁ ‘ଜନତା ଶୌଚାଳୟ’ ନାମରେ ଏକ ଦେୟ ଯୁକ୍ତ ଶୌଚାଳୟ ଥିବା ବେଳେ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ । ତାହା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅନୂପଯୋଗୀ ।
ଠିକ୍ ସେହିପରି ସୋର ହେଡ ପୋଷ୍ଟଅଫିସ୍ ନିକଟରେ ଗୋଟିଏ ଶୌଚାଳୟ ରହିଛି, ଯାହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏହିଠାରେ ସିନେମା ହଲ ଥିବାରୁ ପ୍ରତିଦିନ କିଛି ନା’ କିଛି ଲୋକ ସମାଗମ ହେଉଥିବାରୁ ଶୌଚାଳୟର ଆବଶ୍ୟକତା ରହିଛି । କିନ୍ତୁ ପୌରପାଳିକାର ସେଥିପ୍ରତି ଦୃଷ୍ଟିନାହିଁ ।
ଅତଏବ ସୋର ପୌରପାଳିକାର ଉତରେଶ୍ୱର ଠାରୁ ଆରମ୍ଭକରି ରେଳ ଷ୍ଟେସନ, ଅଡ଼ଙ୍ଗ ବଜାର, କୋର୍ଟଛକ (ଯେଉଁଠି, କୋର୍ଟ ସମେତ, ପøରପାଳିକା କାର୍ଯ୍ୟାଳୟ, ଟାଉନ୍ ହଲ, ମହିଳା କଲେଜ ପ୍ରଭୃତି ରହିଛି) ପ୍ରଭୃତି ସ୍ଥାନରେ ହଜାରହଜାର ଲୋକ ସମାଗମ ହୁଅନ୍ତି, ସେହିସବୁ ସ୍ଥାନରେ ଏକାଧିକ ଶୋ÷ଚାଳୟର ଆବଶ୍ୟକତା ଥିଲେ ମଧ୍ୟ ପøରପାଳିକା ଗୋଟିଏ ବି ଶୌଚାଳୟ ନିର୍ମାଣ କରିନାହିଁ । ଲୋକମାନେ ଶୌଚ ହେବାପାଇଁ (ବିଶେଷକରି ପରିସ୍ରା କରିବା ପାଇଁ) ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏକ୍ଷେତ୍ରରେ ମହିଳା ମାନଙ୍କ ସମସ୍ୟା କଥା ନକହିବା ଭଲ । କିନ୍ତୁ ସ୍ୱଚ୍ଛ ଭାରତ ମିଶନ ସମ୍ପର୍କରେ ଗାଲୁମାରିବାରେ ନେତା/ଅଧିକାରୀମାନେ ଧୁରନ୍ଦର ।
ଯେହେତୁ ପରିସ୍ରାଗାର ନାହିଁ ଲୋକମାନେ ଖୋଲା ସ୍ଥାନରେ ପରିସ୍୍ରା କରିବେ, ନା’ ଡାକ୍ତରଖାନାରେ ମିଳୁଥିବା ପରିସ୍ରା ମୂଣା, ବୋତଲ, ପ୍ରଭୃତି ଜିନିଷ ଧରି ଆସିବେ? ଅଧିକାରୀ/ନେତାମାନଙ୍କ ମୁହଁକୁ କିପରି ଲଜ୍ୟାନାହିଁ, ସ୍ୱଚ୍ଛଭାରତ ସମ୍ପର୍କରେ କହିବା ନାହିଁ ତାହା ହିଁ ଆଶ୍ଚର୍ଯ୍ୟର ବିଷୟ । ଅପରପକ୍ଷରେ ସୋର ପøରପାଳିକା, ୧୬ନମ୍ବର ଜାତୀୟ ରାଜପଥ କଡ଼କୁ ଡମ୍ପିଂୟାଡ଼ ଭାବେ ବ୍ୟବହାର କରୁଛି । ଗୋଟିଏ ପଟେ ପାଇକାଳି ଏବଂ ଅନ୍ୟପଟରେ ଜାତୀୟ ରାଜପଥର ରେଳ ଓଭରବ୍ରିଜ୍ ନିକଟରେ ସୋର ପøରପାଳିକାର ସମସ୍ତ ଆବର୍ଜନାକୁ ଢଳା ଯାଉଛି ।ଏହି ସ୍ଥାନରେ ରାଜପଥରେ ଯିବା ସମୟରେ ନାକରେ ୨/୩ ପରସ୍ତ କଳା ବାନ୍ଧି ଗଲେ ମଧ୍ୟ ଦୁର୍ଗନ୍ଧରୁ ନିସ୍ତାର ମିଳୁନାହିଁ । କିନ୍ତୁ ସ୍ୱଚ୍ଛ ଭାରତ ମିଶନରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ।ଏହି ଟଙ୍କା କୁଆଡ଼େ ଯାଉଛି, କିଏ ନେଉଛି, କାହିଁକି ନେଉଛି ତାହା ସର୍ବସାଧାରଣଙ୍କ ଅଗୋଚରରେ । ମୋଟ ଉପରେ କହିବାକୁ ଗଲେ ସ୍ୱଚ୍ଛଭାରତ ମିଶନ ଗାଲୁଆଙ୍କ ବାରବାଟି ଚାଷ ପାଲଟିଛି ।