ସ୍ୱଚ୍ଛ ସର୍ବେକ୍ଷଣ୨୦୨୦: ଓଡିଶାକୁ ପୁରସ୍କାର

ପାରାଦ୍ୱୀପ ପୌରପାଳିକାକୁ ୮ମ ସ୍ଥାନ

ପାରାଦ୍ୱୀପ, (ଆଇଏନ୍ଏସ୍): ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ବେକ୍ଷଣ୨୦୨୦’ ପଂଚମ ପାଳିରେ ଇନେ୍ଦାରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଥିବା ବେଳେ ଓଡିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି । ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡିଶା । ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଥିବା ବେଳେ ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଓଡିଶାର ୬ ସହର ପାରାଦ୍ୱୀପ(୮), ବଡବିଲ (୧୨), ଢେଙ୍କାନାଳ (୧୪), ରାଜଗାଙ୍ଗପୁର (୧୭), ବ୍ୟାସନଗର (୧୯) ଓ ଚୌଦ୍ୱାର (୨୦) ସ୍ଥାନରେ ରହିଛନ୍ତି । ତେବେ ପାରାଦ୍ୱୀପ ସର୍ବଭାରତୀୟ ସ୍ତରରେ ଏସଏସ୨୦୧୯ରେ ୧୮୭ ଶ୍ରେଣୀରୁ ଏସଏସ୍ ୨୦୨୦ରେ ୮ମ ଶ୍ରେଣୀକୁ ଉନ୍ନିତ ହୋଇଛି । ତେବେ ଏହି ସଫଳତା ପାଇଁ ପୂର୍ବତନ ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଥିଲା ।

Leave a Reply

Your email address will not be published.