ହାଇଟେକ୍ ଟ୍ରକ ଟର୍ମିନାଲକୁ ବିରୋଧ କଲେ ଦୁଇ ପ୍ରାକ୍ତନ ସରପଂଚ ଏବଂ ସାଥି

ହାଇଟେକ୍ ଟ୍ରକ ଟର୍ମିନାଲକୁ ବିରୋଧ କଲେ ଦୁଇ ପ୍ରାକ୍ତନ ସରପଂଚ ଏବଂ ସାଥି

ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦର ତରଫରୁ ଭୂତମୁଣ୍ଡାଇ ଠାରେ ପ୍ରସ୍ଥାବିତ ହାଇଟେକ ଟ୍ରକ୍ ଟର୍ମିନାଲକୁ ଆଜି ପୁଣିଥରେ ଘୋର ବିରାଧ କରାଯାଇଛି । ପ୍ରାପ୍ତ ସୂଚନା ମୂତାବକ ଆଜି ପାରାଦୀପ ବନ୍ଦର ତରଫରୁ କାର୍ଯନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଭୂତମୁଣ୍ଡାଇ ଠାରେ ପାରାଦୀପ ବନ୍ଦର ତରଫରୁ ପୂର୍ବ ନିର୍ଦ୍ଧାରିତ ଯୋଜନା ମୂତାବକ ବାଲି ଫିଲିଂ କରାଯାଉଥିଲା । ଯାହାକୁ ଯାଣିପାରି ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ବିରୋଧ କରିଥିଲେ । ଯାହାର ମଙ୍ଗ ଧରିଥିଲେ ପାରାଦୀପ ଗଡ ପନ୍ଚାୟତର ପୂର୍ବତନ ସରପନ୍ଚ ସଂଜୟ ବେହେରା ଏବଂ ଭୂତମୁଣ୍ଡାଇ ପୂର୍ବତନ ସରପନ୍ଚ ସଂଜୟ ସ୍ୱାଇଁ । ଅଭିଯୋଗ କରିଥିଲେ ଏଠାରେ ହାଇଟେକ୍ ମେଡିକାଲ କଲେଜ ସ୍ଥାପନ ପାଇଁ ସରକାରଙ୍କ ଠାରୁ ବନ୍ଦର ପ୍ରଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ଏହାକୁ ବେଖାତିର କରି ପାରାଦୀପ ବନ୍ଦର କାହିଁକି ଏଠାରେ ଟ୍ରକ ଟର୍ମିନାଲ କରିବା ପାଇଁ ମସୁଧା ଜାହିର କରୁଛି । ଯାହା ପ୍ରତିଦାନ ଦେବାକୁ ପଡିବ ପଛେ କେବେବି ଏଠାରେ ଟ୍ରକ ଟର୍ମିନାଲ କରାଇ ଦେବୁନାହିଁ । କାରଣ ଏଠାରେ ଟର୍ମିନାଲ ହେଲେ ଲୋକମାନେ ଅଧିକା ପ୍ରଦୂଷଣର ଶୀକାର ହେବେ । ବର୍ତମାନ ପାରାଦୀପ ପ୍ରଦୂଷଣର ରେଡ୍ ସିଗନାଲ ମଧ୍ୟରେ ରହୁଛି । ତାହାର ପ୍ରତିକାର କରା ନଯାଇ ପୁଣି ସ୍ଥାନୀୟ ଜନସାଧାରଣଙ୍କୁ କାହିଁକି ପ୍ରଦୂଷଣର ବିଷ ଜ୍ୱାଳାକୁ ଠେଲି ଦିଆ ଯାଉଛି । ଏମାନଙ୍କ ପ୍ରଶ୍ନର ଉତରରେ ନିର୍ବାହୀ ଯନ୍ତ୍ରୀ କହିଥିଲେ ଟର୍ମିନାଲ ହେଲେ ପ୍ରଦୂଷଣ ହେବନାହିଁ ବରଂ ମେଡିକାଲ ହେଲେ ଅଧିକ ପ୍ରଦୂଷଣ ହେବ । ଏହି କଥା ଉପରେ ଦୁଇ ସରପନ୍ଚ ଏବଂ ସ୍ଥାନୀୟ ଜନସାଧାରଣ କ୍ଷୁବ୍ଧ ହୋଇ କହିଛନ୍ତି କି ଭଳି ଭାବେ ଜଣେ ଉଚ୍ଚ ପଦସ୍ତ ଅଫିସର ଏଭଳି ଯୁକ୍ତି ବାଢୁଛନ୍ତି । ତାହ ଲଜ୍ଜା କର ବିଷୟ । ତେଣୁ ଯାହା ହୋଇଯାଉ ପଛେ କେବେବି ଏଠାରେ ଟ୍ରକ ଟର୍ମିନାଲ କରାଇ ଦେବେ ନାହିଁ ବୋଲି ଚେତାବନି ଦେଇଛନ୍ତି ପ୍ରତିବାଦ କାରୀ ଜନସାଧାରଣ । ଏଠାରେ ସୂଚନା ଦିଆଯାଏ ବିଗତ ଏକ ବର୍ଷତଳେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଗଣ ମାଧ୍ୟମ ଆଗରେ କହିଥିଲେ ଭୂତମୁଣ୍ଡାଇ ଠାରେ ଏକ ହାଇଟେକ ଟ୍ରକ ଟର୍ମିନାଲ କରାଯିବ । ସେହିଠାରୁ କଣ୍ଟ୍ରୋଲ କରି ଗାଡି ଗୁଡିକ ବନ୍ଦର ମଧ୍ୟକୁ ଛଡା ଯିବାର ବ୍ୟବସ୍ଥା କରାଯାଉଛି । ସେଠାରେ ଶୈାଚ ବ୍ୟବସ୍ଥା, ମେଡିକାଲ ବ୍ୟବସ୍ଥା, ଡ୍ରାଇଭରଙ୍କ ରହଣି, କ୍ୟାଣ୍ଟିନ୍ ବ୍ୟବସ୍ଥା, ସ୍ୱଚ୍ଛତା ଅବଲମ୍ବନ କରାଯିବ । ଯାହା ଫଳରେ ରାସ୍ତା ଯାମ୍ ହେବ ନାହିଁ କିମ୍ବା ରାସ୍ତାରେ ଦୂର୍ଘଟଣା ଏତେ ଘଟିବ ନାହିଁ । ତେଣୁ ତାହାକୁ ସଫଳ କରିବାକୁ ବନ୍ଦର ଅଧିକାରୀ ଚେଷ୍ଠା କରୁଥିବା ବେଳେ ସ୍ଥାନୀୟ ଜନସାଧାରଣ ବିରୋଧ କରୁଛନ୍ତି । ବାକି ରହିଲା ଦେଖିବାକୁ କାହାର ଦାବି ପୂରଣ ହେଉଛି । ବନ୍ଦର କର୍ତୃୁପକ୍ଷ କେଉଁ ଘଟଣାକୁ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published.