ୟୁପିଏସସି ପରୀକ୍ଷାରେ ଜଗତସିଂହପୁର ଜିଲ୍ଳା ପାଇଁ ଗୌରବ ଆଣିଲେ ଅନୁପ ଓ ବିଶ୍ୱରଞ୍ଜନ
ପାରାଦ୍ୱୀପ, (ଆଇଏନ୍ଏସ୍): ଚଳିତ ବର୍ଷ ୟୁପିଏସ୍ ପରୀକ୍ଷା ଫଳ ଗତ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଜଗତସିଂହପୁର ଜିଲ୍ଲାର ଦୁଇଜଣ ପରୀକ୍ଷାର୍ଥୀ ସଫଳତାର ସହ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି । ଜିଲ୍ଲାର ନାଉଗାଁ ବ୍ଳକର ଯଅଁକୋଟି ପଂଚାୟତ ଅନ୍ତର୍ଗତ ବେରୁଆଁ ଗ୍ରାମର ବେଣୁଧର ଦାସ ଓ ମିନତୀ ଦାସଙ୍କ ପୁଅ କୁମର ବିଶ୍ୱରଂଜନ୧୮୨ତମ ର୍ୟାଙ୍କ ପାଇଛନ୍ତି । ବାପା ବେଣୁଧର କୃଷକ ହୋଇଥିବା ବେଳେ ପିଲାଙ୍କ ପାଠ ପଢା ପାଇଁ ମାଆ ମିନତୀ ଟେଲରିଂ କାମ କରନ୍ତି । ପିଲାଙ୍କୁ ଉଚତର ଶିକ୍ଷାଦେବା ପାଇଁ ଗାଁରୁ ଭୁବନେଶ୍ୱର ଆସି ଭଡାଘରେ ରହୁଥିଲେ ବିଶ୍ୱରଂଜନଙ୍କ ବାପା ମାଆ । ମାଟି୍ରକ୍ ପରୀକ୍ଷାରେ ରାଜ୍ୟରେ ଷଷ୍ଠସ୍ଥାନ ପାଇ +୨ବିଜ୍ଞାନରେ ସଫଳତା ପାଇବା ପରେ ଆଇଆଇଟି ଗୌହାଟୀରୁ ବିଟେକ୍ କରିବା ପରେ ସିଭିଲ୍ ସର୍ଭିସରେ ୩୯୧ ର୍ୟାଙ୍କ ପାଇଥିବା ବିଶ୍ୱରଂଜନ ଆଇ୍ଏଏସ୍ ରେ ଯୋଗ ଦେଇଥିଲେ । ସେହିପରି ଭାରତୀୟ ରେଲୱେର ପୂର୍ବତନ କର୍ମଚାରୀ ସ୍ୱର୍ଗତ ନୃସିଂହ ଦାସ ଓ ମଧୁସ୍ମିତ ଦାସଙ୍କ ପୁଅ ଅନୁପ ଦାସ୧୨୦ତମ ସ୍ଥାନ ପାଇ ଜିଲ୍ଳା ପାଇଁ ଗର୍ବ ଆଣି ଦେଇଛନ୍ତି । ପାରାଦ୍ୱୀପ ବନ୍ଦର କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍ ପାସ କରିବା ପରେ ଅନୁପ ଭୁବନେଶ୍ୱର ବିଜେବି କଲେଜରୁ +୨ ପାସ୍ କରିଥିଲେ । ଏହା ପରେ ସେ ଉଚତର ଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ । ନିଜର ତୃତୀୟ ଚେଷ୍ଟାରେ ଚଳିତ ଥର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଥିବା ଅନୁପଙ୍କ ଘର ନାଉଗାଁ ଅନ୍ତର୍ଗତ କୋକିଢିଅ ଗ୍ରାମରେ । ଏହି ଦୁଇ ସଫଳ ପ୍ରତିଭାଙ୍କୁ ଜିଲ୍ଳାବ୍ୟାପି ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଅଭିନନ୍ଦନ ଜଣାଇଛନ୍ତି ।