ଅବାଧ, ବେଆଇନ୍ ଗୋ-ଚାଲାଣ ଉପରେ ଅଙ୍କୁଶ ନାହିଁ!

ଅବାଧ, ବେଆଇନ୍ ଗୋ-ଚାଲାଣ ଉପରେ ଅଙ୍କୁଶ ନାହିଁ!

ବାଲେଶ୍ୱର,(ଆଇଏନ୍ଏସ୍): ଗୋ-ଚାଲାଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଗୋ-ଚାଲାଣକୁ କେତେକ ହିନ୍ଦୁ ସଙ୍ଗଠନ ବିରୋଧ କରୁଥିବା ବେଳେ ଅନ୍ୟ କିଛି ସମ୍ପ୍ରଦାୟ ଗୋ-ଚାଲାଣକୁ ନିଜର ବୃତି/ବ୍ୟବସାୟ ଭାବରେ ଆପଣେଇ ନେଇଛନ୍ତି । ହିିନ୍ଦୁ ଧର୍ମାବଲମ୍ବୀମାନେ ଗୋରୁକୁ ନିଜର ଇଷ୍ଟଭାବେ ପୂଜା କରୁଥିବା ବେଳେ ଅନ୍ୟ କେତେକ ଧର୍ମାବଲମ୍ବୀମାନେ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି । ଅପରପକ୍ଷରେ ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇଥିବାରୁ, ଗୋ ହତ୍ୟା ନିଷେଧ ପାଇଁ ହିନ୍ଦୁ ସଙ୍ଗଠନ ଗୁଡ଼ିକ ଦାବୀ କରୁଛନ୍ତି । ଏହି ସବୁ ଘଟଣା କ୍ରମରେ କିନ୍ତୁ ଗୋ-ଚାଲାଣ କମିବା ଦେଖିବାକୁ ମିଳୁନାହିଁ । ଗୋ-ଚାଲାଣ ବୃଦ୍ଧି ସହିତ ଗୋ-ଚାଲାଣକୁ ବିରୋଧ ହେବା ଫଳରେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସହିତ ମାଡ଼ପିଟ୍, ଏପରିକି ମରଣାନ୍ତକ ଆକ୍ରମଣ ହେଉଥିବାର ନଜିର ରହିିଛି । ଗୋରୁ ଚାଲାଣକାରୀମାନେ ରାଜ୍ୟର ବିଭିନ୍ନ ଅଂଚଳରୁ ଗୋରୁ ସଂଗ୍ରହ କରି ଚାଲାଣ କରିଥାଆନ୍ତି । ଉପକୂଳ ଅଂଚଳରେ ଗୋରୁ ଗୁଡ଼ିକୁ ପଶ୍ଚିମବଙ୍ଗର କୋଲକାତା ସହରକୁ ପଠାଯାଉଛି । ୧୬ ନମ୍ବର ଜାତୀୟ ରାଜପଥ ଓ ୬୦ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଛି । ପ୍ରତିଦିନ ଶହଶହ ଗୋରୁ ବୋଝେଇ ଟ୍ରକ୍ ଏହି ଦୁଇଟି ଜାତୀୟ ରାଜପଥରେ କଲିକତାକୁ ଗୋରୁ ଚାଲାଣ କରୁଛନ୍ତି ଚାଲାଣକାରୀମାନେ । ବିଭିନ୍ନ ସମୟରେ କେତେକ ସଙ୍ଗଠନ ଏହି ବେଆଇନ ଗୋରୁ ବୋଝେଇ ଟ୍ରକ୍କୁ ଅଟକାଉ ଥିବାର ଦେଖିବାକୁ ମିଳିଛି । ନିକଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ (ଓଡି ୦୧ ବି ୫୮୪୨) କଲିକତା ଅଭିମୁଖେ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନସ୍ଥ ସେରଗଡ଼ ଟୋଲଗେଟ୍ ନିକଟରେ ଗୋସୁରକ୍ଷା ସେନାର କର୍ମକର୍ତାମାନେ ଗାଡ଼ିଟିକୁ ଅଟକାଇ, ସେଥିରେ ଅମାନୁଷିକ ଓ ବେଆଇନ ଭାବେ ବନ୍ଧା ହୋଇଥିବା ୧୭ ଗୋରୁଙ୍କୁ ଉଦ୍ଧାର କରି ବାମପଦା ସ୍ଥିତ ଗୋଶାଳାକୁ ହସ୍ତାନ୍ତର କରିବା ସହିତ ସଙ୍ଗଠନର କର୍ମକର୍ତା ସୁମନ ଦାସଙ୍କ ଅଭିଯୋଗ କ୍ରମେ ଖନ୍ତାପଡ଼ା ପୋଲିସ ଗାଡ଼ିକୁ ଜବତ କରିବା ସହିତ ୧୦୪/୧୯ ନମ୍ବରର ଏକ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି । ଏହି ଘଟଣା ଏକ ନମୂନା ମାତ୍ର । ପ୍ରତିଦିନ ଏହିପରି ଶହଶହ ଟ୍ରକ୍ରେ ବେଆଇନ୍ ଭାବେ ଜାତୀୟ ରାଜପଥରେ ବେଫିକର ଭାବେ ଗୋରୁ ପରିବହନ କରାଯାଉଛି । ପ୍ରକାଶଯୋଗ୍ୟଯେ, ଗୋରୁ ପରିବହନ କରିବା ପାଇଁ ସରକାରଙ୍କର ସ୍ୱତନ୍ତ୍ର ନିୟମ ରହିଛି ।‘The prevention of cruelity to Animals Act-1960 (59 of 1960). As amended by central Act 26 of 1982. Act 47 to 56, Transport of cattle, (Issued by-Animal Welfare Board of India, Ministry of Environment & forests, Govt, of India) ’ö
ଏହି ଆଇନ୍ରେ ପଶୁ ପରିବହନ ସମ୍ପର୍କରେ ନିୟମ ରହିଛ । ଆଇନ୍ ଅନୁସାରେ, ଜଣେ ଯୋଗ୍ୟତା ସମ୍ପନ୍ନ ପଶୁ ଡାକ୍ତରଙ୍କ ଠାରୁ, ପରିବହନ ହେବାକୁଥିବା ପଶୁ ମାନଙ୍କର ଫିଟ୍ନେସ୍ ସାର୍ଟିଫିକେଟ୍ (ପଶୁମାନେ କୋ÷ଣସି ସଂକ୍ରମକ ରୋଗ ଦ୍ୱାରା ଆକ୍ରାନ୍ତ ନୁହଁନ୍ତି ଏବଂ ଗାଡ଼ିରେ ଯାତ୍ରା କରିବା ପାଇଁ ଫିଟ୍ ଅଛନ୍ତି) ଆବଶ୍ୟକ । ଏହି ସାର୍ଟିଫିକେଟ୍ ନଥିଲେ ଯାନରେ ପଶୁ ପରିବହନ କରିବା ମନା । ଏହି ସର୍ଟିଫିକେଟ୍ schedule ‘E’ରେ ହୋଇଥିବା ଉଚିତ୍ ।
ସେହିପରି, ପଶୁ ପରିବହନ କରାଯାଉଥିବା ପ୍ରତ୍ୟେକ ଗାଡ଼ିରେ ପଶୁମାନଙ୍କ ପାଇଁ ‘First Aid’ ଥିବା ଜରୁରୀ । ପ୍ରତ୍ୟେକ ଗାଡ଼ିରେ ବଡ଼ବଡ଼ ଲାଲ୍ ଅକ୍ଷରରେ ପଶୁମାନଙ୍କୁ ପଠାଉଥିବା ଏବଂ ପଶୁମାନଙ୍କୁ ଗ୍ରହଣ କରୁଥିବା ବ୍ୟକ୍ତି ନାମ, ଠିକଣା ଓ ଫୋନ ନମ୍ବର ଲେଖା ହେବା ସହିତ ଗାଡ଼ିରେ ଥିବା ପଶୁମାନଙ୍କ ସଂଖ୍ୟା ଏବଂ ସେମାନଙ୍କ ପାଇଁ କେତେପରିମାଣର ଖାଦ୍ୟ ରହିଛି ତାହା ମଧ୍ୟ ଲେଖା ହେବା ଜରୁରୀ । ପଶୁମାନଙ୍କୁ ଠିକ୍ ଭାବରେ ଖାଦ୍ୟ ଓ ପାନୀୟ ଦିଅଯାଇ ଗାଡ଼ିରେ ଚଢ଼ାଯିବା ଉଚିତ୍ । ଗର୍ଭଧାରଣ କରିଥିବା ପଶୁମାନଙ୍କୁ ଅନ୍ୟ ପଶୁମାନଙ୍କ ସହିତ ନିଆଯାଇ ପାରିବ ନାହିଁ । ଜଳ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା ଓ ବାୟୁ ଚଳାଚଳର ସୁବ୍ୟବସ୍ଥା ହେଇଥିବା ଉଚିତ୍ ।
      ଆଇନ୍ ଅନୁସାରେ, ସ୍ୱତନ୍ତ୍ର ପଶୁ ବୋହିବା ଗାଡ଼ି ବ୍ୟତୀତ ଅନ୍ୟ ଗାଡ଼ିରେ ପଶୁ ପରିବହନ ନିଷେଧ । ଯାନର ଚଟାଣ ଖସଡ଼ା ହୋଇଥିଲେ ନଡ଼ିଆକତାର ଗାଲିଚା କିମ୍ବା କାଠ ପଟା ଖଞ୍ଜାଯିବା ଉଚିତ୍ । ୬ଗୋଟି ପଶୁରୁ ଅଧିକ ପଶୁଙ୍କୁ ଗୋଟିଏ ଗାଡ଼ିରେ ପରିବହନ କରାଯିବା ନିଷେଧ । ଗୋଟିଏ ପଶୁ ଗାଡ଼ିପାଇଁ ଜଣେ ସେବକ (Attendant) ରହିବେ । ପଶୁ ପରିବହନ ଗାଡ଼ିରେ ଅନ୍ୟ କିଛି ମାଲ ପରିବହନ କରାଯାଇ ପାରିବ ନାହିଁ । ପଶୁମାନେ ମରାମରି ନହେବା ଏବଂ ଖଣ୍ଡିଆ ନହେବା ପାଇଁ ସେମାନଙ୍କୁ ଇଞ୍ଜିନ ଆଡ଼କୁ ମୁହଁ କରି ରଖାଯିବାର ନିୟମ ରହିଛି ।
କିନ୍ତୁ ଯାହା ଦେଖ୍ିବାକୁ ମିଳେ କୋ÷ଣସି ଗୋଟିଏ ବି ଗୋରୁ ନେଇ ଯାଉଥିବା ଯ୍ରକକ୍ ଏହି ନିୟମକୁ ପାଳନ କରୁ ନାହାନ୍ତି । ଗୋଟିଏ ଗାଡ଼ିରେ ମାତ୍ର ୬ଗୋଟି ପଶୁ ନେବାର ନିୟମ ଥିବା ବେଳେ ଟ୍ରକ୍ରେ ବସ୍ତା ଥାକ ମାରିଲା ଭଳି ଗୋଟିଏ ପରେ ଗୋଟିଏ ଗୋରୁଙ୍କୁ ଲଦି ନିଆଯାଉଛି । ସେରଗଡ଼ ଟୋଲଗେଟ୍ ନିକଟରେ ଜବତ କରାଯାଇଥିବା ପିକ୍ଅପ୍ରୁ ୧୭ ଗୋରୁଙ୍କୁ ଉଦ୍ଧାର କରାଯିବା ଗୋରୁ ପରିବହନ ନିୟକର ଖୋଲାଖୋଲି ଉଲ୍ଲଙ୍ଘନର ପ୍ରମାଣ ।
ଅପରପକ୍ଷରେ ଏହି ବେଆଇନ୍ ଗୋରୁ ପରିବହନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ । ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର ମଇତ୍ାପୁର ଠାରୁ ବାଲେଶ୍ୱରର ଫୁଲାଡ଼ି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ଓ ଫୁଲାଡ଼ି ଠାରୁ ଜଳେଶ୍ୱର ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ବେଲଗାମ୍ ଗୋରୁ ଚାଲାଣ ଚାଲିଛି । ବିଡ଼ମ୍ବନା ବିଷୟ- ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ସିମୁଳିଆ, ସୋର, ଖନ୍ତାପଡ଼ା, ବାଲେଶ୍ୱର ସଦର ଓ ଶିଳ୍ପାଞ୍ଚଳ ଥାନା ସହିତ ସେରଗଡ଼ ଫାଣ୍ଡି ରହିଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥ କଡ଼ରେ ରୁପ୍ସା, ବସ୍ତା, ଜଳେଶ୍ୱର ଥାନା ସହିତ ଅମର୍ଦ୍ଦା ଓ ହଳଦୀପଦା ଫାଣ୍ଡି ରହିଥିବା ବେଳେ ପ୍ରତିଦିନ ଶହଶହ ବେଆଇନ୍ ଗୋରୁ ବୋଝେଇ ଟ୍ରକ୍ ଯାଇଥିଲେ ମଧ୍ୟ ପୋଲିସ ତାହାକୁ ଧରିବାରେ ବିଫଳ । ଯାହା କେତେ ଗୋଟି ଟ୍ରକ୍ ଧରା ହେଉଛି କେବଳ ବିଭିନ୍ନ ସଙ୍ଗଠନ ପାଇଁ ହିଁ ଜବତ ହେଉଛି । ଏହି ଜବତରେ ପୋଲିସର ଭୂମିକା ‘ଜିରୋ’ । ଏହା ପୋଲିସର କାର୍ଯ୍ୟଧାରା, ଦକ୍ଷତା ଓ ସାଧୁତା ଉପରକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ପୋଳିସ କର୍ମଚାରୀମାନେ ଏହିସବୁ ଗୋରୁ ବୋଝେଇ ଟ୍ରକ୍ରୁ ମୋଟା ଅଭ୍କର ବଟି ନେଇ ସେମାନଙ୍କୁ ସହଯୋଗ କରୁଛନ୍ତି । ଏହା ବ୍ୟତୀତ ହିନ୍ଦୁ ସଙ୍ଗଠନ ଗୁଡ଼ିକ ଠାରୁ ସୁରକ୍ଷାଦେଇ ଗୋରୁ ଟ୍ରକ୍କୁ ଠିକଣା ସ୍ଥାନରେ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଟ୍ରକ୍ର ଆଗ ଓ ପଛରେ କିଛି ଅସାମାଜିକ/ଅପରାଧୀକ ବ୍ୟକ୍ତି ଅସ୍ତ୍ର-ସସ୍ତ୍ରରେ ସଜ୍ଜିତ ହୋଇ ଏସ୍କଟ୍ ଦେଉଛନ୍ତି । କୋ÷ଣସି ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟିହେଲେ ଏମାନେ ଗୁଳି ଚଳାଇବାକୁ ମଧ୍ୟ ପଛାନ୍ତିନାହିଁ । ଏସମସ୍ତ ଘଟଣା ପୋଲିସକୁ ଅବଗତ ଥିଲେ ମଧ୍ୟ ପୋଲିସ, ଯେହେତୁ ଅର୍ଥର ରଜ୍ଜୁରେ ବନ୍ଧା ତେଣୁ ଧୃତରାଷ୍ଟ୍ର ସାଜି ବସିଛି । ଲୋକଙ୍କ ମନରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଦେଖା ଦେଇଛିଯେ, ଏହି ବେଆଇନ୍ ପରିବହନର କଣ ସମାପ୍ତି ନାହିଁ(?) ଯଦି ଅଛି, କେବେ ଅନ୍ତଃ ଘଟିବ ଏହି ବେଆଇନ୍ କାର୍ଯ୍ୟର ।

Leave a Reply

Your email address will not be published.