ଅବିଭକ୍ତ ସମ୍ବଲପୁର ଜିଲ୍ଲା ରାଜନୀତି ଚାଲିଛି କିପରି?

ଅବିଭକ୍ତ ସମ୍ବଲପୁର ଜିଲ୍ଲା ରାଜନୀତି ଚାଲିଛି କିପରି?

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଏହି ଜିଲ୍ଲାରେ ୧୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ଡ଼ା.ରାସେଶ୍ୱରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ୨୦୧୪ରେ ବିଜୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିବା ବେଳେ ବିଧାୟକ ରମେଶ ପଟୁଆ ରେଙ୍ଗାଲି ଆସନରେ ପ୍ରଥମ ଥର ପାଇଁ ୨୦୧୪ରେ ବିଜେଡ଼ି ଟିକଟରେ ଓ ବିଧାୟକ ରୋହିତ ପୂଜାରୀ ରେଢାଖୋଲ ଆସନରେ ପ୍ରଥମ ଥର ପାଇଁ ୨୦୧୪ରେ ନିର୍ବାଚିତ ହୋଇଛନ୍ତି । ବିଧାୟକ ରବି ନାରାୟଣ ନାଏକ ବିଜେପି ଟିକଟରେ ୨୦୦୦, ୨୦୦୪ ଓ ୨୦୧୪ ରେ କୁଚିଣ୍ଡା ବିଧାନସଭା ଆସନରେ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି ।
ଝାରସୁଗୁଡ଼ା ବିଧାନସଭା ଆସନରେ ନବ କିଶୋର ଦାସ କଂଗ୍ରେସ ଟିକଟରେ ଲଗାତାର ୨୦୦୯ ଓ ୨୦୧୪ରେ ନିର୍ବାଚିତ ହୋଇଥିବା ବେଳେ ଏଇ ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଛନ୍ତି । ବିଧାୟକ ଥିବାବେଳେ ସେ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଟିକଟରେ ବ୍ରଜରାଜନଗର ଆସନରେ ପ୍ରଥମ ଥର ପାଇଁ ୨୦୧୪ରେ ନିର୍ବାଚିତ ହୋଇ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ଏହି ଆସନରେ ପୁଣିଥରେ ସେ ସହଜରେ ନିର୍ବାଚିତ ହେବେ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ।
ମନ୍ତ୍ରୀ ସୁଶାନ୍ତ ସିଂ ବିଜେଡ଼ି ଟିକଟରେ ଭଟଲି ବିଧାନସଭା ଆସନରୁ ୨୦୦୯ ଓ ୨୦୧୪ରେ ନିର୍ବାଚିତ ହୋଇଥିଲେ । ତାଙ୍କର ବିଧାୟକତ୍ୱ ସମୟରେ ସେ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଥିଲା ବେଳେ ୨୦୧୭ ମଇ ୭ ତାରିଖ ରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ୨୦୧୮ ମାର୍ଚ୍ଚ ୩ ତାରିଖରୁ ଶକ୍ତି ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଭାବେ ନିଜ ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ମନ୍ତ୍ରୀ ସ୍ନେହାଙ୍ଗିନ ଛୁରିଆ ବିଜେଡ଼ି ଟିକଟରେ ଅଟାବିରା ବିଧାନସଭା ଆସନରୁ ୨୦୧୪ରେ ନିର୍ବାଚିତ ହୋଇ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ, ହ୍ୟାଣ୍ଡିକ୍ରାଫ୍ଟ ବିଭାଗର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ଅଳ୍ନଦିନ ପାଇଁ ଜାତି ଓ ଜନଜାତି ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ । ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଅକାଳ ବିୟୋଗ ପରେ ସେହି ଆସନରେ ତାଙ୍କର ପତ୍ନୀ ରିତା ସାହୁ ବିଜେଡ଼ି ଟିକଟରେ ଉପନିର୍ବାଚନରେ ବିଜୟୀ ହୋଇ ୨୦୧୮ ଫେବୃୟାରୀ ୨୪ ତାରିଖରୁ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି ।
ବିଧାୟକ ଦେବେଶ ଆଚାର୍ଯ୍ୟ ବିଜେଡ଼ି ଟିକଟରେ ବରଗଡ଼ ଆସନରୁ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ଟିକଟରେ ପଦ୍ମପୁର ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେହିଭଳି ଦେବଗଡ଼ ଆସନରୁ ବିଧାୟକ ନିତେଶ ଗଙ୍ଗଦେବ ୨୦୦୪ରେ କଂଗ୍ରେସ ଟିକଟରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲା ବେଳେ ୨୦୧୪ରେ ବିଜେପି ଟିକଟରେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।
ତେବେ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଜେଡ଼ି ନେତାଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀତ୍ୱକୁ ନେଇ କନ୍ଦଳ ସୃଷ୍ଟି ହେବାରେ ଲାଗିଛି । ପ୍ରାୟ ସବୁ ଆସନରେ ବିଜେଡ଼ି ପକ୍ଷରୁ ନୂଆ ମୁହଁକୁ ପ୍ରାର୍ଥୀତ୍ୱ ଦେବାକୁ ଦଳୀୟ ସୁପ୍ରିମୋ ଚିନ୍ତା କରୁଥିବା ଆଲୋଚନା ହେଉଛି । ଏଥିପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀ ମାନେ ମତଦାତା ମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସଭା, ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିବା ଦେଖା ଯାଉଛି । ଏହାକୁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି । ଆଶାୟୀ ନେତାମାନେ ଏବେ ଲୋକପି୍ରୟତା ହାସଲ କରିବା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପତିଆରା ବୃଦ୍ଧି କରିବା ପାଇଁ ଉଦ୍ୟମ କରୁଛନ୍ତି । ଅଟାବିରାରେ ବିଜେଡ଼ି ପ୍ରାର୍ଥୀତ୍ୱ ପାଇଁ ୩ରୁ ୪ ଜଣ ଆଶାୟୀ ରହିଛନ୍ତି । ସେହିପରି ବରଗଡ଼, କୁଚିଣ୍ଡା,ବିଜେପୁର ରେ ୪ରୁ ୫ ଜଣ ଆଶାୟୀ ବିଜେଡ଼ି ଟିକଟ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ମୁଖ୍ୟତଃ ସମ୍ବଲପୁର ବିଧାନସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେଡ଼ି ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ଅବସ୍ଥା ମଧ୍ୟ ବଦଳି ଚାଲିଛି । ବିଭିନ୍ନ କାରଣକୁ ନେଇ ବିଧାୟିକା ଡ଼ା ପାଣିଗ୍ରାହୀ ଓ ବିଧାୟକ ରୋହିତ ପୂଜାରୀଙ୍କ ମଧ୍ୟରେ ଗତ କିଛିବର୍ଷ ତଳୁ ଶୀତଳ ଯୁଦ୍ଧ ଲାଗି ରହିଥିବା ଦେଖା ଯାଇ ଆସୁଛି । ଏପରିକି ସେମାନଙ୍କ ବିବାଦ ନିକଟ ଭବିଷ୍ୟତରେ ବିଷ୍ପୋରକ ମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ଦୃଷ୍ଟିରୁ କୁଆଡ଼େ ଦଳ ପକ୍ଷରୁ ନୂଆ ମୁହଁ ଖୋଜା ଚାଲିଥିବା କୁହା ଯାଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଆସନରେ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ଚନ୍ଦ୍ରଲେଖା (ବହିଦାର) ପଟ୍ଟନାୟକ । ୬୪ ବର୍ଷିୟା ଶ୍ରୀମତୀ ପଟ୍ଟନାୟକ ଉଚ୍ଚ ଶିକ୍ଷିତ ଓ ଜଣେ ସମାଜସେବୀ ଭାବେ ପରିଚିତ । ସେ ଇଂରାଜୀରେ ମାଷ୍ଟରଡ଼ିଗ୍ରୀ ହାସଲ କରିଛନ୍ତି । ଜୀବନସାରା ସେ ଅଧ୍ୟାପନାରେ ନିଜକୁ ସାମିଲ କରିଛନ୍ତି । ତାଙ୍କର ସ୍ୱାମୀ ଡ଼ଃ ଚିତରଂଜନ ପଟ୍ଟନାୟକ ଜଣେ ଅବସରପ୍ରାପ୍ତ ସେଂଟ୍ରାଲ ପାରାମିଲିଟାରୀ ଫୋର୍ସର ଇନିସପେକ୍ଟର ଜେନେରାଲ । ତାଙ୍କର ବାପା ସ୍ୱର୍ଗତ ମାନଭଂଜନ ବହିଦାର ଜଣେ ପ୍ରତିଷ୍ଠିତ ଓକିଲ ତଥା ସମାଜସେବୀ ଥିଲେ । ସମ୍ବଲପୁର ଅଂଚଳରେ ଶ୍ରୀମତୀ ପଟ୍ଟନାୟକ ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ସ୍ୱେଚ୍ଛାସେବୀ ସଂସ୍ଥା “ପ୍ରଶ୍ରୟ ଅନୁଷ୍ଠାନ”ର ସଭାନେତ୍ରୀ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀମତୀ ପଟ୍ଟନାୟକ ବିଭିନ୍ନ ବସ୍ତୀର ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ସେ ଜଣେ ସମାଜସେବୀ ଭାବେ ଅନେକ ଗୁରୁତ୍ପପୂର୍ଣ୍ଣ ପଦପଦବୀରେ ରହି ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଇ ଆସୁଛନ୍ତି । କଲେଜରେ ପଢୁ ଥିବାବେଳେ ଶ୍ରୀମତୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ, ଯାହା ତାଙ୍କୁ ଆଜି ବିଜେଡ଼ି ରାଜନୀତିରେ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଛି । ବହୁପ୍ରତିଭାର ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ସମ୍ବଲପୁର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମନୋନିବେଶ କରିଛନ୍ତି । ତେବେ ଶ୍ରୀମତୀ ପଟ୍ଟନାୟକ ସମ୍ବଲପୁର ବାସୀ ଓ ବିଜେଡ଼ି କର୍ମୀଙ୍କ ପାଇଁ ଗ୍ରହଣୀୟ ବୋଲି ରାଜନୀତିକ ବିଷାରଦମାନେ ମତ ଦେଉଛନ୍ତି । ଇତିଧ୍ୟରେ ନିଜର ନିର୍ମଳ ଭାବମୂର୍ତି, ଜନସେବା, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ସମ୍ବଲପୁର ବାସୀଙ୍କର ଅତି ନିକଟତର ହୋଇପାରିଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କର ସମ୍ବଲପୁର ଅଂଚଳରେ ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ସମ୍ବଲପୁର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published.