(ଏକାଦଶାହ ଉପଲକ୍ଷେ:-)
ଆଧ୍ୟାତ୍ମ ପ୍ରେମୀ ଥିଲେ ସ୍ୱ.ଦେବୀ ଶାନ୍ତିସୁଦ୍ଧା?
ଏମିତି କେତେକ ଯୋଗଜନ୍ମା ଅଛନ୍ତି, ଯେଉଁମାନେ ଅଧିକ ଯଶ-ଖ୍ୟାତିର ଅଧିକାରୀ ହୋଇଥାନ୍ତି ଓ ଅଜାତଶତ୍ରୁର ଆଖ୍ୟା ପାଇଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଲେ, ସ୍ୱର୍ଗତ ଶାନ୍ତିସୁଧା ଦାସ । ଜଗତସିଂପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ୍ ବାଲିସାହି(ଦାସସାହି) ଗ୍ରାମର ଏକ ପ୍ରତିଷ୍ଠିତ ପରିବାରର ଶାନ୍ତିସୁଧା ଦାସ ୧୧ ଦିନ ତଳେ ୭୫ ବର୍ଷ ବୟସରେ ପରଲୋକ ଗମନ କଲେ ।
ବାସ୍ତବରେ ସ୍ୱର୍ଗତ ଶାନ୍ତିସୁଧା ଜଣେ ଆଦର୍ଶ ମହିଳା ଓ ଆଦର୍ଶ ମା’ଭାବରେ ସେ ଅଂଚଳରେ ଜଣାଶୁଣା । ସେ ଜଣେ ଅମାୟିକ, ପରୋପକାରୀ ଓ ବନ୍ଧୁବତ୍ସଳ ଭାବରେ ସାରା ଅଂଚଳରେ ପରିଚିତ ଥିଲେ । ସେ ମଧ୍ୟ ଜଣେ ସଫଳ ଗୃହିଣୀ ଓ ସଫଳ ମହିଳା ଭାବରେ ଜଣାଶୁଣା । ସାଧାରଣ ମଣିଷର ସେବା ତାଙ୍କ ଜୀବନର ମୂଳ ଲକ୍ଷ୍ୟ ରହିଥିଲା । ପ୍ରତି ମଣିଷକୁ ଆପଣାର କରିବାର କୌଶଳରେ ସେ ନିପୁଣ ଥିଲେ । ସମସ୍ତଙ୍କୁ ସେ ସହଯୋଗର ହାତ ବଢେଇବାକୁ ଆଗେଇ ଆସୁଥିଲେ । ସେ କାହାକୁ ନିଜର ଶତ୍ରୁ ବୋଲି ଭାବୁନଥିଲେ ଓ ସମସ୍ତଙ୍କୁ ସେ ବନ୍ଧୁତା ରଜ୍ଜୁରେ ବାନ୍ଧୁଥିଲେ । ତାଙ୍କର ଅମାୟିକ ବ୍ୟବହାର, ସରଳତା, ନିଷ୍ଠାପରତା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ଚିରଦିନ ସମସ୍ତଙ୍କ ଭିତରେ ସ୍ମରଣୀୟ ହୋଇ ରହିବେ । ସେ ମଧ୍ୟ ଗଭୀର ଈଶ୍ୱର ବିଶ୍ୱାସୀ ଥିଲେ । ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କ ଭିତରେ ଆଚ୍ଛନ୍ନ ଥିଲା । ସର୍ବଧର୍ମ ସମନ୍ୱୟ ମତବାଦର ପ୍ରତିଷ୍ଠାତା ତଥା ପ୍ରାଚୀ ଗୁରୁଦେବଙ୍କ ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବାଙ୍କର ପ୍ରମୁଖ ଶିଷ୍ୟା ଥିଲେ ।
ସେ ନିଜର ବଡ଼ପୁଅ ପ୍ରୀତିରଂଜନ ଦାସଙ୍କ ସମେତ ସବୁ ପୁଅ ଓ ବୋହୂ ମାନଙ୍କୁ ପ୍ରତିଷ୍ଠିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବାସ୍ତବରେ ମଣିଷ ପରି ମଣିଷଟିଏ ଥିଲେ ସିଏ, କୋଟିକରେ ଗୋଟିଏ । ଆଜି ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଆଖିରୁ ଲୁହ ଝରୁଛି । ତାଙ୍କର ଅମାୟିକତ୍ୱ ଓ ମଣିଷ ପଣିଆ ଦେଖି ସାଧାରଣ ଲୋକେ ଅଭିଭୂତ ହୋଇଛନ୍ତି । ମାନବିକତାର ପ୍ରଲେପ ସ୍ୱଷ୍ଟ ବାରି ହୋଇଯାଏ ତାଙ୍କ ଭିତରେ । ସମସ୍ତଙ୍କ ପାଇଁ ସେ ପାଲଟି ଯାଇଥିଲେ ଯେମିତି ଏକ ସଫଳ ମଣିଷର ସଜ୍ଞା । ମୃତୁ୍ୟ ଚିରନ୍ତନ ସତ୍ୟ । ଏହା ଯେତେ ନିଷ୍ଠୂର ଓ କଠୋର ଲାଗିଲେ ବି ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି, ତାକୁ ନିଜ ପାଖକୁ ଶୀଘ୍ର ନେଇଯାଆନ୍ତି ବୋଲି ଧାରଣା ରହିଛି । ସ୍ୱର୍ଗତ ଦେବୀ ଶାନ୍ତିସୁଧାଙ୍କ କ୍ଷେତ୍ରରେ ସେଇଆ ଘଟିଲା ବୋଲି ସମସ୍ତେ ଭାବୁଛନ୍ତି । ସେ ନିଜ ପରିବାର ପାଇଁ ଯାହା କରିଛନ୍ତି, ତାହା କେହି ଭୁଲି ପାରିବେ ନାହିଁ! ୧୧ ଦିନ ତଳେ ଗୋଟିଏ ଅଦିନିଆ ଝଡ ଆସିଲା, ସେ ଏମିତି ବାହୁଡ଼ି ଗଲେ ଯେ ଆଉ ଫେରିଲେନି! ଆଜି ସେହି ମହୀୟସୀ ଦେବୀ ଶାନ୍ତିସୁଧାଙ୍କର ପବିତ୍ର ଏକାଦଶାହଃ ତିଥି ଅବସରରେ ତାଙ୍କର ଅମ୍ଲାନ କିର୍ତୀ ସମସ୍ତଙ୍କ ସାମ୍ନାରେ ଭାସି ଉଠୁଛି । ତାଙ୍କର ପାର୍ଥିବ ଶରୀର ସିନା ପଂଚଭୂତରେ ଲୀନ ହୋଇଯାଇଛି, ହେଲେ ତାଙ୍କର ସଫଳ କାର୍ଯ୍ୟ, କର୍ତବ୍ୟ ପରାୟଣତା ଓ ହସ ହସ ମୁହଁ ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ।