ଏହା କି’ ମାନସିକତା?

ଏହା କି’ ମାନସିକତା?

ବାଲେଶ୍ୱର, (ଆଇଏନ୍ଏସ୍) : କଥାରେ ଅଛି – କିସ ପୁଣି ଦେଖା ନଯାଏ ଜିଇଁ ଥିଲେ ଜୀବରେ । ବିଭିନ୍ନ ସମୟରେ ଘଟୁଥିବା ଘଟଣାକୁ ଲକ୍ଷ୍ୟ କଲେ ଏହି କଥାର ଯେ ଯଥାର୍ଥତା ରହିଛି, ତାହା ଅସ୍ୱୀକାର କରିହେବ ନାହିଁ । ଜଣେ ଜେ.ଇ.(ଯିଏ ଜଣେ ଶିକ୍ଷିତା ଓ ସରକାରୀ କର୍ମଚାରୀ ମଧ୍ୟ)ଙ୍କର କାର୍ଯ୍ୟକୁ ଦେଖିଲେ ଉପରୋକ୍ତ କଥାର ଯଥାର୍ଥତା ଉପଲବ୍ଧି କରିହୁଏ ।
ଜାତୀୟ ପତାକା, ଅଶୋକ ଚକ୍ର ଓ ଅଶୋକ ସ୍ତମ୍ଭ ଆମ ଜାତୀୟତାର ପ୍ରତୀକ, ଯାହା ପ୍ରତ୍ୟେକ ଭାରତୀୟଙ୍କର ସମ୍ମାନୀୟ । ଯେ କୋ÷ଣସି ପରିସ୍ଥିତିରେ ହେଉନା କାହିଁକି ଏହାର ଅସମ୍ମାନ କରିବା କେବଳ ଦେଶପ୍ରତି ଅପମାନ କିମ୍ବା ଅସମ୍ମାନ ନୁହେଁ, ଦଣ୍ଡନୀୟ ଅପରାଧ ମଧ୍ୟ । ଏସବୁ ପରେ ମଧ୍ୟ ସୋସିଆଲ ମିଡିଆରୁ ମିଳିଥିବା ଫଟୋ ଚମକିଲା ଭଳି ଘଟଣା ଥିଲା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଜେ.ଇ. (ମିଳିଥିବା ସୂଚନା ଅନୁସାରେ ମହିଳା ଜେ.ଇ.ଜଣକ ଦିବ୍ୟାଙ୍ଗ ଅଟନ୍ତି) ଅଶୋକ ସ୍ତମ୍ଭ ଉପରେ ବସିଛନ୍ତି, ପୁଣି ଜୋତା ପିନ୍ଧି । ବାହାନଗା ବ୍ଲକର ଦାଣ୍ଡହରିପୁର ଗ୍ରା.ପ. ଅନ୍ତର୍ଗତ ଆରୁହା ସ୍କୁଲରେ ହୋଇଥିବା କ୍ୱାରେଂଟାଇନ୍ ସେଂଟରକୁ ପରିଦର୍ଶନରେ ଆସି ସେଠାରେ ଥିବା ଅଶୋକ ସ୍ତମ୍ଭ ଉପରେ ବସିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।
ଜଣେ ଶିକ୍ଷିତା ପୁଣି ସରକାରୀ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟ କେବେ ବି ଗ୍ରହଣୀୟ ନୁହେଁ । ଜେ.ଇ. ମହୋଦୟାଙ୍କ ଏଭଳି କାର୍ଯ୍ୟ, ଦେଶ/ଜାତୀୟତାକୁ ଅସମ୍ମାନ କରିବାର ମାନସିକତା ଯେତିକି ଆଶ୍ଚର୍ଯ୍ୟ ଜନକ ତା ଠାରୁ ବେଶି ଆଚମ୍ବିତ କଥା ହେଲା ଜେ.ଇ. ମହୋଦୟାଙ୍କର ଅଶୋକ ସ୍ତମ୍ଭ ଉପରେ ବସିବା ଘଟଣାରେ ବାଲେଶ୍ୱର ଏସ୍.ପିଙ୍କ ସଫେଇ । ଟୁଇଟରରେ ଏସ୍.ପି ମହୋଦୟ ଲେଖିଛନ୍ତିଯେ, ‘ଇଗ୍ଦ ଗ୍ଧଷର ରଦ୍ଭକ୍ତଙ୍କସକ୍ସଚ୍ଚ କ୍ସରକ୍ଟ୍ରକ୍ଟକ୍ସଗ୍ଧ ଗ୍ଦଙ୍କଭଜ୍ଞସଗ୍ଧଗ୍ଧରୟ ଭଚ୍ଚ ଓଓଉ ଝକ୍ଟକ୍ସକ୍ଟ ଚଝ ଗ୍ଧଷବଗ୍ଧ ଔଋ ଗବୟବଜ୍ଞ ସଗ୍ଦ ୬୫% ୟସଗ୍ଦବଭକ୍ଷରୟ ଙ୍ଗସଗ୍ଧଷ ଷରକ୍ସ କ୍ସସଶଷଗ୍ଧ କ୍ଷରଶ, ଗ୍ଦବଗ୍ଧ କ୍ଟଦ୍ଭ ଇଗ୍ଦଷକ୍ଟଳ ଚସକ୍ଷକ୍ଷବକ୍ସ ଌ ବକ୍ଟ୍ରକ୍ଟ୍ରକ୍ଷସରୟ ଜ୍ଞରୟସମସଦ୍ଭର ସଦ୍ଭ କ୍ଟ୍ରକ୍ସରଗ୍ଦରଦ୍ଭମର କ୍ଟଲ ଉଷବସକ୍ସଜ୍ଞବଦ୍ଭ କ୍ଟଲ ଗ୍ଧଷର ଝମଷକ୍ଟକ୍ଟକ୍ଷ, ସଦ୍ଭଗ୍ଧରଦ୍ଭଗ୍ଦସକ୍ଟଦ୍ଭ ସଗ୍ଦ ଦ୍ଭକ୍ଟଗ୍ଧ ଗ୍ଧକ୍ଟ ୟସଗ୍ଦଷକ୍ଟଦ୍ଭକ୍ଟଙ୍କକ୍ସ.’ ଏସ୍.ପି ମହୋଦୟଙ୍କ ସଫେଇରେ ଯାହା ଲେଖାଯାଇଛି, ସବୁ ସତ୍ୟ ଭଳି ମନେ ହେଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ମାଡାମ ୬୫% ୟସଗ୍ଦବଭକ୍ଷର ସମ୍ପର୍କରେ କିଛି କହିବାର ନାହିଁ କିନ୍ତୁ ବାକି ସବୁ ସତ୍ୟ ଭଳି ମନେ ହେଉନଥିବା କୁହାଯାଉଛି । କାରଣ ଫଟୋ ଯାହା କହୁଛି, ମାଡାମଙ୍କ ଗୋଡ଼ ତଳକୁ ଲାଗୁ ନାହିଁ । ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ସେ ତଳେ ନବସି ଅଶୋକସ୍ତମ୍ଭ ଉପରକୁ ଉଠିଲେ କିପରି? ସୋର ଥାନା ଆଇଆରସି (ଯିଏ ଚ୍ୟାମ୍ବରରୁ ବାହାରନ୍ତି ନାହିଁ)ଙ୍କ ତଦନ୍ତ ରିପୋର୍ଟ ଓ ସ୍କୁଲ ଚେୟାରମେନଙ୍କ ବୟାନ ତିଆରି କରାଗଲା ଭଳି ଲାଗୁଥିବା କୁହାଯାଉଛି । ସରକାରୀ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ବଂଚାଇଲା ଭଳି ଘଟଣା କ୍ରିଏଟ୍ କରା ଯାଇ ନାହିଁ ତ? ଦ୍ୱିତୀୟରେ ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ନାମରେ କେସ୍ କରିଛି ସୋର ପୋଲିସ । ବେଆଇନ୍ କାର୍ଯ୍ୟକୁ ଲୋକ ଲୋଚନକୁ ଆଣିବା ଟା କ’ଣ ଅପରାଧ? ଏହି ଘଟଣାରେ ପୋଲିସ କଣ ତଦନ୍ତ କଲାଯେ, ସାମ୍ବାଦିକ ଜଣକ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରି କେସ୍ ରୁଜୁ କଲା? କେସ୍ ରୁଜୁ ମୂଳରେ ଅନ୍ୟ କିଛି ରହସ୍ୟ ନାହିଁ ତ? ଏହି ଘଟଣାରେ ପୋଲିସର କାର୍ଯ୍ୟ ପ୍ରଣାଳୀ ସନେ୍ଦହ ଜନକ । ଏହି ଘଟଣାରେ କେନ୍ଦ୍ର ଗୃହ ବିଭାଗ ହସ୍ତକ୍ଷେପ କରିବା ଜରୁରୀ ।

Leave a Reply

Your email address will not be published.