କେତେ ପାରଙ୍ଗମ ମୁଖ୍ୟମନ୍ସ୍ରୀଙ୍କ ବ୍ୟକ୍ତିଗତ ସଚୀବ!!
ଶରତ କୁମାର ରାଉତ
ଓଡ଼ିଶା ରାଜ୍ୟ ସଚିବାଳୟର ତୃତୀୟ ମହଲା କିଛି ବର୍ଷ ତଳୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜନୈତିକ ନେତା ହୁଅନ୍ତୁ କି ସାଧାରଣ ଲୋକେ କି ଅନ୍ୟ କେହି, ସରକାରୀ ସ୍ତରରେ ନିଜର ସ୍ୱାର୍ଥରେ ସାମାନ୍ୟ ଆଂଚ ଆସିଲେ, ସେମାନେ ସିଧା ତୃତୀୟ ମହଲାକୁ ଇଂଗିତ କରିଥାନ୍ତି । ମୁଖ୍ୟତଃ ବିଭିନ୍ନ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ସମାଲୋଚନା କରନ୍ତି । ଏହାର କାରଣ ହୁଏତ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ପ୍ରକାଶ୍ୟରେ ସମାଲୋଚନା କରିବାର ସତ୍ ସାହସ କାହାରି ନାହିଁ । ପ୍ରାୟ ସମସ୍ତଙ୍କର କହିବା କଥା ଯେ, ନବୀନ ବାବୁ ବେଶ୍ ଭଲ ଲୋକ । ଏହି ହିସାବରେ ତାଙ୍କର ବ୍ୟକ୍ତିଗତ ସଚିବ ବା ପରାମର୍ଶ ଦାତା ନିଶ୍ଚୟ ଜଣେ ଅମାୟିକ ମଣିଷ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଶାସନ କରିବାର କ୍ଷମତା କେବଳ ମୁଖ୍ୟମନ୍ତ୍ରୀଙ୍କର ରହିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ କୌଣସି ଅଫିସରଙ୍କର ନିଜସ୍ୱ କାର୍ଯ୍ୟ କରିବାର ଅଧିକାର କିଛି ନାହିଁ । ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ବା ସେ ଯାହା ଚାହୁଁଛନ୍ତି, ତାହା ହିଁ ଅଫିସରମାନେ କରୁଛନ୍ତି । ଯେଉଁ ମୁହୂର୍ତରେ ମୁଖ୍ୟମନ୍ତ୍ରୀ ଚାହିଁବେ, ତାଙ୍କର କ୍ଷମତା-ପ୍ରତିପତି ସବୁ ଉଭେଇ ଯିବ । ମାତ୍ର କିଛି ଲୋକଙ୍କର ଧାରଣା ଯେ, ଅନ୍ୟ କେହି ଲୋକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରୁଛି ଓ ତାଙ୍କ ପରାମର୍ଶରେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ୨୦୧୨ ପୂର୍ବରୁ କୁହାଯାଉଥିଲା ଯେ, ପ୍ୟାରୀମୋହନ ମହାପାତ୍ର ସବୁ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ କେବଳ ମୋହର ମାରୁଛନ୍ତି । ସେହିପରି ଏବେ ଅଧିକାଂଶ ଲୋକଙ୍କର ଧାରଣ ଯେ, ମୁଖ୍ୟମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ୍ ସବୁକିଛି କରୁଛନ୍ତି । ଅବଶ୍ୟ ରାଜ୍ୟ ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ କାହାର ପରାମର୍ଶ ନେବା ଏକ ସାଧାରଣ କଥା । ମାତ୍ର ଘଟଣା ପ୍ରବାହରୁ ମନେ ହୁଏ, ନବୀନ ବାବୁଙ୍କ ନିଷ୍ୱତି ସର୍ବଦା ସ୍ୱତନ୍ତ୍ର । ସମସ୍ତେ ଜାଣନ୍ତି ଯେ, ମୁଖ୍ୟମନ୍ତ୍ରୀ ନବିନ ବାବୁ ଭଲ ଭାବରେ ଓଡ଼ିଆ କହି ପାରନ୍ତି ନାହିଁ । ଅଳ୍ପ କଥା କୁହନ୍ତି । ତଥାପି ଲୋକମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି । ବିପୁଳ ସମର୍ଥନ ଦେଉଛନ୍ତି । ସେଥିପାଇଁ ବିଜେଡ଼ିର ଭୋଟ ହାର ଆଶାତୀତ ଭାବେ ବଢି ଚାଲିଛି । ଏପରିକି ବିଭିନ୍ନ ରାଜନୀତିକ ଦଳର ବଡ଼ବଡ଼ ନେତାମାନେ ନବୀନ ବାବୁଙ୍କ ଆଦର୍ଶରେ ଆକର୍ଷିତ ହୋଇ ବିଜେଡ଼ିରେ ଯୋଗ ଦେଉଛନ୍ତି । ନେତାମାନଙ୍କ ଭିତରେ ଏକ ଧାରଣା ସୃଷ୍ଟି ହୋଇଛି ଯେ, ବିଜେଡ଼ି ଟିକଟ ବିନା ବିଧାୟକ ବା ସାଂସଦ ଭାବେ ନିର୍ବାଚିତ ହେବା ସମ୍ଭବ ନୁହେଁ । ଏହାର ମୂଳ କାରଣ ହେଲା, ସମସ୍ତ ସରକାରୀ ସେବା ଠିକ୍ ସମୟରେ ସାଧାରଣ ଲୋକଙ୍କ ପାଖରେ ପହୁଂଚୁଛି । ବିଭିନ୍ନ ଉନ୍ନୟନ ଯୋଜନାର ଲାଭ ଲୋକେ ପାଉଛନ୍ତି । ରାଜ୍ୟ ବିକାଶ ପଥରେ ଆଗଉଛି । ବେଶ ଖୁସିରେ ଅଛନ୍ତି ରାଜ୍ୟବାସୀ ।
ବାସ୍ତବତା ଦେଖାଗଲେ, ଶ୍ରୀ ପାଣ୍ଡିଆନ୍ ହେଉଛନ୍ତି ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା । ତାଙ୍କର ଘର ତାମିଲନାଡ଼ୁ ରାଜ୍ୟରେ । ୨୦୦୦ ମସିହା ଆଇଏଏସ୍ ବ୍ୟାଚ୍ ଓ ଓଡ଼ିଶାରେ ସରକାରୀ ଚାକିରିରେ ଯୋଗ ଦିଅନ୍ତି ୨୦୦୨ ମସିହା ସେପ୍ଟେମ୍ବର ୪ତାରିଖରେ । ତାଙ୍କର ସହଧର୍ମିଣୀ ସୁଜାତା ରାଉତ ମଧ୍ୟ ୨୦୦୦ ମସିହା ଆଇଏଏସ୍ ବ୍ୟାଚ୍ ଓ ୨୦୦୨ ମସିହା ସେପ୍ଟେମ୍ବର ୪ତାରିଖରେ ଓଡ଼ିଶାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ଆଇଏଏସ୍ ସୁଜାତା ରାଉତ ଜଣେ ଓଡ଼ିଆ ଝିଅ । ତାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ । ପରେ ସେ ନିଜ ସାଙ୍ଗିଆ ବଦଳାଇ ଥିଲେ, “ସୁଜାତା (ରାଉତ) କାର୍ତିକେୟନ୍” । ବର୍ତମାନ ସେ ମହିଳା ଓ ଶିଶୁ ବିକାଶ ବିଭାଗରେ ‘ମିଶନ ଶକ୍ତି’ର କମିସନର ତଥା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଜିଲ୍ଲାରେ ଶ୍ରୀ ପାଣ୍ଡିଆନ୍ ଜିଲ୍ଲାପାଳ ଥିଲା ବେଳେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ସଂପୃକ୍ତ ଜିଲ୍ଲାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କର ନିଷ୍ଠାପର କାର୍ଯ୍ୟ ଯୋଗୁ ସେହିସବୁ ଅଂଚଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପରାଧ ହ୍ରାସ ପାଇଥିଲା । ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଲାଭ ସିଧା ଗରିବ ଲୋକଙ୍କ ପାଖରେ ପହଂଚି ପାରିଥିଲା । ୨୦୧୧ ମଇ ୨ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନିଜର ନିଷ୍ଠାପର କାର୍ଯ୍ୟ ଯୋଗୁ କ୍ରମେ ଶ୍ରୀ ପାଣ୍ଡିଆନ୍ ରାଜ୍ୟର ସବୁଠୁ ପ୍ରଭାବଶାଳୀ ସରକାରୀ ଅଫିସର ଭାବେ ପରିଚିତ ହୋଇଗଲେ । ତାଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ କ୍ଷମତାର ଦ୍ୱିତୀୟ କେନ୍ଦ୍ର ବୋଲି କୁହାଯଇ ଆସୁଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାରୀ ନୀତି ଓ ନିଷ୍ପତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଅଫିସରମାନଙ୍କର କର୍ତବ୍ୟ । ଏସବୁ ନିର୍ଦ୍ଧାରିତ ନିୟମ ଅନୁସାରେ ହୋଇଥାଏ । ଅଫିସରମାନେ ନିଜ କର୍ତବ୍ୟ ବା ସରକାରଙ୍କ ନିର୍ଦ୍ଦେଶକୁ ନିୟମିତ ପାଳନ କରି କାର୍ଯ୍ୟକାରୀ କରନ୍ତି । ସେମାନେ ଏକପାଖିଆ କୌଣସି ନିଷ୍ପତି ନେଇ ପାରିବେ ନାହିଁ । ବିଭିନ୍ନ ନିୟମ-କାନୁନ ମଧ୍ୟରେ ରହି ସେମାନେ କାମ କରନ୍ତି । ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସହାୟକ ବା ପରାମର୍ଶଦାତା ଭାବେ ରାଜ୍ୟରେ ନବୀନ ବାବୁଙ୍କ ବିକାଶର ଧାରାକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହୁଏତ ଏହି କାରଣରୁ ଶ୍ରୀ ପାଣ୍ଡିଆନ୍ଙ୍କୁ ଶାସକ ଦଳର ହିରୋ ବା ଚାଣକ୍ୟ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ଜଣାପଡ଼ୁଛି, ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କର ଏକାନ୍ତ ବିଶ୍ୱସ୍ତ । ବାସ୍ତବରେ ସେ ଜଣେ ସୁଦକ୍ଷ, ସଚ୍ଚୋଟ ଓ ନିର୍ମଳ ଭାବମୂର୍ତି ସଂପନ୍ନ ଆଇଏଏସ୍ ଅଫିସର । ହୁଏତ ଏଥିପାଇଁ ଶ୍ରୀ ପାଣ୍ଡିଆନ୍ଙ୍କୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଶ୍ରୀ ପାଣ୍ଡିଆନ୍ଙ୍କ ବ୍ୟତୀତ ଅନ୍ୟ ମାନଙ୍କ ଠାରୁ ବି ପରାମର୍ଶ ନେଉଥାଇ ପାରନ୍ତି, ହେଲେ ସେ ନିଜ ମନ-ମସ୍ତିଷ୍କରେ ବ୍ୟାପକ ସମୀକ୍ଷା କରି ତାହା କାର୍ଯ୍ୟକାରୀ କରନ୍ତି । ଏପରିକି ଯଦିଓ ଶ୍ରୀ ପାଣ୍ଡିଆନ୍ କିମ୍ବା ଆଉ କାହା ପରାମର୍ଶରେ ରାଜନୈତିକ ନିଷ୍ୱତି ନେଉଥାନ୍ତି, ତେବେ ଏଥିରେ କାହାର କିଛି କହିବାର ନାହିଁ । ଏହା ସ୍ୱାଭାବିକ ପ୍ରକ୍ରିୟା ।
ରାଜନୀତିରେ ଜଣଙ୍କ ଉପରେ ନିର୍ଭର କରିବା ବା ଶାସନ କାର୍ଯ୍ୟରେ ପରାମର୍ଶ ନେବା କିଛି ନୂଆ କଥା ନୁହେଁ । ପଣ୍ଡିତ ନେହରୁ କୃଷ୍ଣ ମେନନ୍ଙ୍କ ଉପରେ ନିର୍ଭରଶୀଳ ଥିଲେ । ସୋନିଆ ଗାନ୍ଧିଙ୍କର ସମସ୍ତ କାର୍ଯ୍ୟ ପ୍ରଚ୍ଛଦ ପଟରେ ଭି.ଜର୍ଜ ହିଁ କରିଥାନ୍ତି । ଜାନକୀ ବାବୁଙ୍କ ସମୟରେ ବସନ୍ତ ବିଶ୍ୱାଳଙ୍କୁ ସୁପର ଚିଫ୍ ମିନିଷ୍ଟର କୁହା ଯାଉଥିଲା । ପୂର୍ବରୁ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ସମସ୍ତ ଦଳୀୟ କାର୍ଯ୍ୟ ବୁଝୁଥିଲେ ।
ତେବେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଅନ୍ୟାନ୍ୟ ରାଜ୍ୟ ଠାରୁ ଭିନ୍ନ । ଗତ ୩ ବର୍ଷ ଭିତରେ ନବୀନ ସରକାର ସାମ୍ନା କରିଥିଲା କୋଭିଡ଼୍ ଭଳି ମହାମାରୀକୁ । ଏହି ସମୟରେ ବିଭିନ୍ନ ସମସ୍ୟାର ସଫଳ ମୁକାବିଲା ସହ ବିକାଶର ନୂଆ ଅଧ୍ୟାୟ ଲେଖି ଓଡ଼ିଶା ପାଲଟିଛି ବିଶ୍ୱର ରୋଲ୍ ମଡ଼େଲ୍ । ଆଉ ସବୁ ସଫଳତା ପଛରେ ରହିଛି ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫରମେସନ୍ । ଏହି ୫-ଟି ମନ୍ତ୍ରରେ ଆଗେଇ ଚାଲିଛି ଓଡ଼ିଶା । ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ପର୍ଯ୍ୟଟନ ଆଦି ସବୁଥିରେ ଆସିଛି ଯୁଗାନ୍ତକାରୀ ପରିବର୍ତ୍ତନ । ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର ଲଗାତାର ଶାସନ ଭିତରେ ଗତ ୩ ବର୍ଷରେ ପ୍ରଶାସନିକ ବ୍ୟବସ୍ଥାରେ ଆସିଛି ବୈପ୍ଲବିକ ରୂପାନ୍ତରଣ । ଇତିମଧ୍ୟରେ ଆହୁରି ସକ୍ରିୟ ହୋଇଛି ସରକାରୀ କଳ । କରୋନା ମହାମାରୀ ସମୟରେ ବି ପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ଓଡ଼ିଶା । ଏସବୁ ସମ୍ଭବ ହୋଇଛି ୫-ଟିର ସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ । ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ ଆସିଛି । ଗରିବ ଲୋକ ମାନଙ୍କୁ ନିଭର୍ୟ କରାଇ ଦେଇଛି ‘ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼” । ତେବେ ୫-ଟି ଯୋଜନାରେ ଏସ୍ସିବିର ନବକଳେବର କାର୍ଯ୍ୟ ଆରମ୍ଭ ହୋଇଛି । ଏପରିକି କୋଭିଡ଼୍ ମୁକାବିଲା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଦ୍ଧକାଳୀନ ଭିତିରେ ମଜଭୁତ ଭିତିଭୂମି ଛିଡ଼ା କରାଇ ପାରିଥିଲା, ଯାହା କଳ୍ପନାର ବାହାରେ ଥିଲା । ଏହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧିର ମୁଖ୍ୟ କାରଣ ।
ବାସ୍ତବରେ ୨୪ ବର୍ଷ ତଳର ବିଜୁବାବୁଙ୍କ ପୁତ୍ର ନବୀନ ଆଉ ପୁରୁଣା ନବୀନ ହୋଇ ନାହାନ୍ତି । ଆଜି ସେ ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ । ଓଡ଼ିଶା ବାସୀଙ୍କର ହର୍ତାକର୍ତା । ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ନବୀନ ବାବୁଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ରାଜନୀତିକ ଦଳ ବା ବ୍ୟକ୍ତି ସକ୍ଷମ ନୁହନ୍ତି । ସେ ଓଡ଼ିଶା ରାଜନୀତିକୁ ଆସିବା ପରଠାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଆଚରଣ, କଥାବାର୍ତା ଓ ନିର୍ମଳ ଭାବମୂର୍ତି ସେହିଭଳି ଅତୁଟ ରହିଛି । ନିଜର ସ୍ୱଳ୍ପ କଥାବାର୍ତା ଓ ମାର୍ଜ୍ଜିତ ବ୍ୟବହାର ଦ୍ୱାରା ସେ ଲୋକଙ୍କ ହୃଦୟ ସିଂହାସନରେ ବସି ପାରିଛନ୍ତି । ସେ ମଧ୍ୟ ୨୦୧୭ ପାଇଁ ସର୍ବଶ୍ରେଷ୍ଠ ପ୍ରଶାସକ ମାନ୍ୟତା ଅର୍ଜ୍ଜନ କରି ସାରା ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ଏହା ହିଁ ତାଙ୍କର ରାଜନୀତିକ ତଥା ପ୍ରଶାସନିକ ଜ୍ଞାନର ସ୍ପଷ୍ଟ ପରିଚୟ ଦେଉଛି ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮
Where at least 3 studies were available, these groups were then pooled where to buy priligy usa
where can i buy priligy Comparative studies on the effects of steroidal and nonsteroidal oestrogen antagonists on the proliferation of human breast cancer cells
10, 325 reports where to get generic cytotec prices
Can you be more specific about the content of your article? After reading it, I still have some doubts. Hope you can help me.
But it is a pretty good proxy 500 125 augmentin
zFYOPBW0Dm0
VeloH8ryuv6
FsZM3LCm6sv
pMetiudTT8Y
MLZEmo2z1Gb
27HVZZ0UMKe
xLHx8ZFsTY4
fT1N7P4lG2I
c0KDVGqDG7z
OlPpKhV4WAl
H9r4qIGF8U0
TpnczTdoQSB
RPiVcDe70WQ
PjwDGDLYhvo
03rDFgqCOA8
GqT5TDcwvON
k95CDyg8beT
5YQ2oTjMdVy
kQj5ddOpn1l
SAsYt9xcZk8
8ZkPdrq9LYw
wgvmyMbbBmy
NgW85w2laXS
vF8kG3SEQX2
ZsJfdmLOq87
7SpTpe0uqLq
jMKJwrF3nhf
XozXNxPaWhm
ajPm3gKTukY
R1S1UO2KQtQ
vtelhjBUw6D
PL3tQtQN6XN
Wk95jaOcFQU
mWMHS7k3TgV
SepLfswBeu7