କେନ୍ଦ୍ରାପଡାରେ ପୁସ୍ତକ ମେଳା

କେନ୍ଦ୍ରାପଡାରେ ପୁସ୍ତକ ମେଳା

କେନ୍ଦ୍ରାପଡା,(ଓଏନ୍ଏସ୍): କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ପକ୍ଷରୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଅଷ୍ଠାଦଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡା ପୁସ୍ତକ ମେଳା ଓଡିଶାର ପ୍ରାକ୍ତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦଙ୍କ କରକମଳରେ ଉଦ୍ଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ ନାୟକ, ମୁଖ୍ୟ ବକ୍ତା ବରିଷ୍ଠ କବି କୁମାର ହସନ୍ ଓ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ପୂର୍ବତଟ ରେଳପଥ ବିଭାଗର ଲୋକସଂମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ ପୁସ୍ତକର ତାତ୍ପର୍ୟ୍ୟତା ଉପରେ ଆଲୋକପାତ କରିଥିଲେ। “ପୁସ୍ତକ ମଣିଷର ପ୍ରକୃତ ବନ୍ଧୁ” ଯାହା ସମାଜରେ ଭଲ ମଣିଷ ଟିଏ ଗଢିତୋଳିବାରେ ବିଶେଷଭୂମିକା ଗ୍ରହଣ କରିଥାଏ । ପୁସ୍ତକ ବିନା ସଂସ୍କାର ଓ ସଂସ୍କୃତୀ ଗଠନ ଅପରିହାର୍ୟ୍ୟ ଏହା ନିଶ୍ଚିନ୍ତ । ଯେଉଁମାନେ ପୁସ୍ତକକୁ ପ୍ରିୟବଂନ୍ଧୁ ଭାବେ ଆଦର, ଶ୍ରଧା ଓ ସ୍ନେହ କରିଛନ୍ତି, ସେମାନେ ଆଜି ସମାଜ ଓ ଦେଶର ପ୍ରତିଷ୍ଠିତ ବ୍ୟକ୍ତି ଭାବେ ବିବେଚିତ ହେବା ସହିତ ସମାଜକୁ ଦିଗ୍ ଦର୍ଶନ ଦେବାରେ ସୁନାମ ଅର୍ଜନ କରିଛନ୍ତିଵ । ପୁସ୍ତକ ଓ ପାଠକଙ୍କ ମଧ୍ୟରେ କୌଣସି ଦୂରତ୍ୱ ନରହିବା ଉଚିତ୍ ବୋଲି , ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଉଦ୍ଘାଟନୀ ମଞ୍ଚରେ ଅନୁଷ୍ଠାନ(କେମ୍)ର ମୁଖପତ୍ର କେନ୍ଦ୍ରାପଡା ପରିକ୍ରମାର “ରାଜନୀତି ବିଶେଷାଙ୍କ ଡ: ବିରଜା ରାଉତରାଏଙ୍କ ସଷ୍ଠ ଗଳ୍ପ ସଂକଳନ “ତାରାଭର୍ତୀ ଆକାଶ”, ଅଧ୍ୟାପକ ବୃନ୍ଦାବନ ଦାସଙ୍କ ତୃତୀୟ କବିତା ସଂଙ୍କଳନ “ଚହଲା ପାଣିର ଛବି” ଓ କବି ଫକୀର ଓଝାଙ୍କ “ଆଶରର କବିତା” ପାଠକ ମାନଙ୍କ ପାଇଁ ଭେଟି ଦେଇଥିଲେ । ରାଜ୍ୟସ୍ତରୀୟ ଏହି ପୁସ୍ତକ ମେଳା ଚଳିତ ଫେବୃୟାରୀ ମାସ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.