କେନ୍ଦ୍ରାପଡ଼ାର ଉନ୍ନତି ପାଇଁ ସାଂସଦ ଓ ବିଧାୟକ ମାନେ କାର୍ଯ୍ୟ କରିବାକୁ ଆହ୍ୱାନ
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ଅତୀତରେ କେନ୍ଦ୍ରାପଡ଼ା ଜିଲ୍ଲାର ଉନ୍ନତି ପାଇଁ ସ୍ୱର୍ଗତ ବିଜୁବାବୁ ଯଥେଷ୍ଟ ଉଦ୍ୟମ କରିଥିଲେ । ମାତ୍ର ଗତ ୧୯ବର୍ଷ ମଧ୍ୟରେ ରାଜନୀତିକ ଆକ୍ରୋଶର ଶିକାର ଏହି ଜିଲ୍ଲା ଅବହେଳାର ଚରମ ସୀମାକୁ ଟପି ଯାଇଛି । କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରୁଥିବା ବିଜୁବାବୁଙ୍କ ହାତରେ ଗଢା ଲୋକପି୍ରୟ ନେତା ମାନେ ପ୍ରାୟ ରାଜନୀତିରେ ନାହାନ୍ତି । କେନ୍ଦ୍ରାପଡ଼ାର କେତେକ ସୁଦକ୍ଷ-ଲୋକପି୍ରୟ ରାଜନେତାଙ୍କୁ ଅଯଥାରେ ନିନ୍ଦିତ କରାଯାଇ ପ୍ରଚ୍ଛନ୍ନରେ ଜିଲ୍ଲାର ଅଶେଷ କ୍ଷତି କରାଯାଇଥିବା ଅଭିଯୋଗ ହୋଇ ଆସୁଛି । ଏହି ସମୟ ମଧ୍ୟରେ ବିଜେଡ଼ିରେ ଯେଉଁ ନୂଆ ନେତା ସୃଷ୍ଟି କରା ଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଲୋକଙ୍କ ଠାରୁ ଦୂରେଇ ରହୁଥିବା କୁହାଯାଉଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶିଳ୍ପ ବିହୀନ ଏହି ଜିଲ୍ଲାକୁ ସବୁଜ ସୁନ୍ଦର ସହ ଶିଳ୍ପ କାରଖାନାରେ ଭରିଦେବେ ବୋଲି କହିଥିଲେ । ମାତ୍ର ତାଙ୍କର ସମୟ କାଳ ଭିତରେ ସାଂସଦ ନିଜ ଭାଷଣ ପ୍ରତିଶ୍ରୂତି ମୁତାବକ କାର୍ଯ୍ୟ କରିନଥିବା ଅଭିଯୋଗ ହେଉଛି । ମହାକାଳପଡ଼ା ବିଧାୟକ ଅତନୁ ଶବ୍ୟସାଚୀ ନାୟକଙ୍କ କାର୍ଯ୍ୟକଳାପରେ ଲୋକେ ଅସନ୍ତୁଷ୍ଟ ଥିବାÿ କହି ବୁଲୁଛନ୍ତି । ନିଜ ଅଂଚଳର ଉନ୍ନତି ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସେ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ଏହା ତାଙ୍କର ରାଜନୀତିକ ଅପରିପକ୍ୱତା ଓ ଲୋକଙ୍କ ପ୍ରତି ହେୟ ମନୋଭାବ ବୋଲି ଚର୍ଚ୍ଚା ହେଉଛି । ତାଙ୍କର କାର୍ଯ୍ୟଧାରାକୁ ନେଇ ଲୋକେ ସମାଲୋଚନା କରି କୁହୁଛନ୍ତି, ଆମେ ଭୋଟ୍ ଦେଉଛୁ ନବିନ ପଟ୍ଟନାୟକଙ୍କ ଶଙ୍ଖ ଚିହ୍ନକୁ । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ପାଟକୁରା ବିଧାୟିକା ସାବିତି୍ର ଅଗ୍ରୱାଲା ନିଜ ଅଂଚଳର ବିକାଶ ଦିଗରେ ଏପର୍ଯ୍ୟନ୍ତ କୌଣସି ସନ୍ତୋଷ ଜନକ କାର୍ଯ୍ୟ କରିଥିବା ଦେଖାଯାଉନାହିଁ । ରାଜନଗର ବିଧାୟକ ଧୃବ ଚରଣ ସାହୁ ଓ ଆଳି ବିଧାୟକ ପ୍ରତାପ ଦେବ ଜିଲ୍ଲାର ଉନ୍ନତି ପାଇଁ ଉଦ୍ୟମ କରୁଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ଥିବା ଦେଖା ଯାଇ ଆସୁଛି । ତେବେ ସାଂସଦ ଓ ସମସ୍ତ ବିଧାୟକ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି । ଆଇଏନ୍ଏସ୍ ।
want to buy priligy in pakistan 4USD ml Afrin no drip sinus pump mist 0
Arq Bras Endocrinol Metabol, 2012, 56, s priligy online