ଗାନ୍ଧିଙ୍କ ଲଙ୍ଗମାର୍ଚ ବା ଦୀର୍ଘ ଯାତ୍ରା

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

ବିଶ୍ୱ ଇତିହାସରେ ଲଙ୍ଗ ମାର୍ଚ୍ଚ କହିଲେ ଚୀନର କମୁ୍ୟନିଷ୍ଟ ନେତା ମାଓ ସେତୁଂଙ୍କର ୧୬ ଅକ୍ଟୋବର ୧୯୩୪ରୁ ୨୨ ଅକ୍ଟୋବର ୧୯୩୫ ମସିହା ମଧ୍ୟରେ ଚୀନ୍ ଦେଶରେ କରିଥିବା ୫୦୦୦ ମାଇଲର ଯାତ୍ରାକୁ ବୁଝାଏ । ଗାନ୍ଧିଙ୍କର ଦାଣ୍ଡି ପଦ ଯାତ୍ରା, ନୂଆ ଖାଲି ପଦ ଯାତ୍ରା ଓ ହରିଜନ ପଦଯାତ୍ରା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି । ମାତ୍ର ୧୯୧୩ ମସିହାରେ ସୁଦୂର ଦକ୍ଷିଣ ଆଫ୍ରିକାରେ, ପ୍ରବାସୀ ଭାରତୀୟ ମାନଙ୍କର ବିଭିନ୍ନ ଦାବି ନେଇ ଗାନ୍ଧିଜୀ ସେହି ଦେଶର ନୁ୍ୟ କ୍ୟାସଲ ଠାରୁ ଟା୍ରନ୍ସଭାଲ ରେଥିବା ଟ୍ରଲଷ୍ଟ୍ରୟ ଆଶ୍ରମ ପର୍ଯ୍ୟନ୍ତ କରିଥିବା୨୫୦ମାଇଲ ଯାତ୍ରାକୁ ଲଙ୍ଗ ମାର୍ଚ୍ଚ ନାମରେ ଇତିହାସ ଲିଖିତ କରିଛି ।
ଦକ୍ଷିଣ ଅଫ୍ରିକାରେ ବିଭିନ୍ନ ବି୍ରଟିଶ କଲୋନୀ ଯଥା- କେପ୍ କଲୋନୀ, ନାଟାଲ, ଟ୍ରାନ୍ସଭାଲ ଓ ଅରେଞ୍ଜଫ୍ରିଷ୍ଟେଟ ଇତ୍ୟାଦିରେ ବିଭିନ୍ନ ଖଣି ଓ କୃଷି କର୍ମ କରିବା ପାଇଁ ହଜାର ହଜାର ଭାରତୀୟ ମାନଙ୍କୁ ଚୁକ୍ତି ଭିତିକ ଶ୍ରମିକ ହିସାବରେ ଅଣାଯାଇଥିଲା । ଏହି ଚୁକ୍ତି ସରିଲା ପରେ ସେଥିରୁ ଅନେକ ନିଜ ଦେଶକୁ ନଫେରି ସେଠାରେ ବାଣିଜ୍ୟ ବ୍ୟବସାୟ କରି ରହି ଯାଉଥିଲେ । ଭାରତୀୟ ମାନେ ଅତ୍ୟନ୍ତ କଷ୍ଟ ସହିଷ୍ନୁ ଓ ମିତବ୍ୟୟୀ ଥିଲେ । ପିଠିରେ ବୋଝ ବୋହି ସେମାନେ ୩୦ ରୁ ୪୦ କି.ମି ଦୂର ଜୁଲୁ ଗାଁ କୁ ଯାଇ ବେପାର କରୁଥିଲେ । ତେଣୁ ବ୍ୟବସାୟ ବାଣିଜ୍ୟରେ ସେମାନେ ଗୋରା ମାନଙ୍କ ଠାରୁ ବହୁ ଆଗରେ ଥିଲେ ଓ ସେମାନଙ୍କ ଇର୍ଷାର କାରଣ ହୋଇଥିଲେ । ଭାରତୀୟ ତଥା ଅନ୍ୟ କଳା ଲୋକ ମାନଙ୍କର ପ୍ରତିପତିକୁ କମେଇବା ପାଇଁ ସେଠାକାର ଗୋରା ସରକାର ନାନା କଳା ଆଇନ ସେମାନଙ୍କ ଉପରେ ଲଦି ଦେଇଥିଲେ । ସେମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟ କରାଯାଉଥିଲା । ପ୍ରତି ଲୋକ ଉପରେ ବାର୍ଷୀକ ୩ ପାଉଣ୍ଡ କର ବସାଯଅଉଥିଲା । ସେ ସମୟରେ ଆଇନ ବ୍୍ୟବସାୟ କାର୍ଯ୍ୟରେ ସେଠାକୁ ଯାଇଥିବା ମୋହନ ଦାସ କରମ ଚାନ୍ଦ ଗାନ୍ଧି ,ଭାରତୀୟ ମାନଙ୍କ ଅଧିକାର ପାଇଁ ଆନେ୍ଦାଳନ କରିବାକୁ ସ୍ଥିର କଲେ ଓ ଦକ୍ଷିଣ ଆଫ୍ରିକା ସରକାର ତଥା ବିଲାତ ସରକାରଙ୍କୁ ଲେଖା ମାଧ୍ୟମରେ ଜଣାଇଲେ । ବିଭିନ୍ନ ସ୍ତର ଦେଇ ଆନେ୍ଦାଳନ ମଧ୍ୟ ଚାଲିଲା । ନିଜେ ଗାନ୍ଧି ମଧ୍ୟ ହିଂସା କାଣ୍ଡର ଶିକାର ହେଲେ । ଦକ୍ଷିଣ ଆଫ୍ରିକାର ଭାରତୀୟ ମାନଙ୍କର ଦାବି ସମ୍ବନ୍ଧ ରେ ଭାରତରୁ ମଧ୍ୟ ସମର୍ଥନ ମିଳିଲା । ଗାନ୍ଧିଙ୍କୁ ସହଯୋଗ ଦେବାପାଇଁ କଂଗ୍ରେସର ବିଶିଷ୍ଟ ନେତା ଗୋପାଳ କୃଷ୍ଣ ଗୋଖେଲ ଦକ୍ଷିଣ ଆଫ୍ରିକା ଯାଇ ସରକାରଙ୍କ ସହ ଆଲୋଚନା କଲେ ଓ ତାଙ୍କୁ ସେଠିକା ସରକାର ଭାରତୀୟ ମାନଙ୍କ ଦାବି ସମ୍ବନ୍ଧରେ ବିଚାର କରିବେ ବୋଲି ପ୍ରତଶୃତି ଦେଲେ । ଗାନ୍ଧିଙ୍କୁ ସାନ୍ତ୍ୱନାର ବାଣୀ ଶୁଣାଇ ଗୋଖେଲ ଭାରତକୁ ଫେରିଗଲେ । ଗୋରା ଲୋକ ମାନଙ୍କର ବିରୋଧ ଯୋଗୁଁ କୈାଣସି ଦାବି ପୁରଣ ହୋଇ ପାରିଲା ନାହିଁ, ବଂର କେପ କଲୋନୀରେ ଏକ ଆଇନ କରାଗଲା ଯେ,- ଖ୍ରୀଷ୍ଟିଆନ ବିବାହ ଛଡା ଅନ୍ୟ ସବୁ ବିବାହ ବେଆଇନ ଅଟେ । ଅନ୍ୟ ବିବାହ ଦ୍ୱାରା ଉତରା ଧିକାରୀ ଅଧିକାର ମିଳିବ ନାହିଁ । ଭାରତୀୟ ମହିଳା ମାନେ ଏହାକୁ ତିବ୍ର ବିରୋଧ କଲେ ।
ଗୋଖେଲଙ୍କ ପ୍ରତି ବିଶ୍ୱାସ ଘାତକତାରେ ମର୍ମାହତ ଗାନ୍ଧିଜୀ ଶେଷ ସଂଗ୍ରାମ ପାଇଁ ୧୯୧୩ ମସିହାରେ ପ୍ରସ୍ତୁତି ଆରମ୍ଭ କଲେ । ଲୋକ ମାନଙ୍କୁ ଆନେ୍ଦାଳନ ପାଇଁ ଖବର ଦିଆଯାଇ ସମର୍ଥନ ଲୋଡାଗଲା । ଗାନ୍ଧି ସ୍ଥିର କଲେ ଯେ, ଉଭୟ ନାଟାଲ ଓ ଗ୍ରାନ୍ସଭାଲର କିଛି ମହିଳା ସତ୍ୟାଗ୍ରହୀ, ବିପରିତ ଦିଗରେ ସୀମାନ୍ତ ଅତିକ୍ରମ କରି ସତ୍ୟାଗ୍ରହ ଘୋଷଣା କରିବେ ଓ ସରକାରଙ୍କ ଦ୍ୱାରା ଗିରଫ ହେବେ । ପ୍ରତିଦିନ ଦଳ ଦଳ ଏହି କାର୍ଯ୍ୟ କରିବେ । ତଦ୍ ଅନୁଯାୟି ନାଟାଲ ଶିଷ୍ଟର ମାନେ ଚାଲର୍ସ ଟାଉନ ଠାରେ ସୀମାନ୍ତ ଅତିକ୍ରମ କରି ଟ୍ରାନ୍ସଭାଲ ରାଜ୍ୟରେ ପ୍ରବେଶ କଲେ । ସେମାନଙ୍କୁ କୈାଣସି ବାଧା ଦିଆଗଲା ନାହିଁ । ଅବଶ୍ୟ କିଛି ଦିନ ପରେ ସେମାନଙ୍କୁ ଗିରଫ କରାଗଲା । ଟ୍ରାନ୍ସଭାଲରୁ ଆସୁଥିବା ସିଷ୍ଟର ମାନେ ସୀମାନ୍ତ ଅତିକ୍ରମ କରି ନାଟାଲ ରାଜ୍ୟରେ ପ୍ରବେଶ କଲେ । ସେମାନଙ୍କୁ ଗିରଫ ନକରିବାରୁ ସେମାନେ ନୁ୍ୟ କ୍ୟାସଲ କୋଇଲା ଖଣି ଅଂଚଳରେ ପହଂଚିଲେ ଓ ସେଠାରେ ଭାରତୀୟ ଶ୍ରମିକ ମାନଙ୍କୁ କାମ ଛାଡି ଧର୍ମଘଟରେ ଯୋଗ ଦେବାପାଇଁ ଆହ୍ୱାନ କଲେ । ଶ୍ରମିକ ମାନେ ହଠାତ୍ ବାହାରି ଆସି ଧର୍ମଘଟ ଆରମ୍ଭ କଲେ । କୋଇଲା ଖଣି କମ୍ପାନି ସେମାନଙ୍କ ଘରୁ ପାଣି ଓ ଆଲୁଅ କାଟିଦେଲା ।
ଏ ଖବର ଗାନ୍ଧିଜୀ ପାଇ ଟଲଷ୍ଟ୍ରୟ ଆଶ୍ରମରୁ ନୁ୍ୟ କ୍ୟାସଲକୁ ଯାତ୍ରା କଲେ । ଶ୍ରମିକ ମାନଙ୍କୁ କାମକୁ ଫେରିଯିବାକୁ କହିଲେ ମଧ୍ୟ ସେମାନେ ଶୁଣିଲେ ନାହିଁ । ଆନେ୍ଦାଳନ ଦୀର୍ଘ ଦିନ ଚାଲିପାରେ । ସେମାନେ ଖାଇବେ କଣ, ରହିବେ କେଉଠ?ି ଏହି ଚିନ୍ତା ଗାନ୍ଧିଜୀଙ୍କୁ ଘାରିଦେଲା । ସବୁ ଶ୍ରମିକ ମାନଙ୍କୁ ନେଇ ସୀମାନ୍ତ ଅତିକ୍ରମ କରି ଜେଲ ଯିବା ହିଁ ସେମାନଙ୍କ ପକ୍ଷରେ ସବୁଠାରୁ ଭଲ ହେବ ବୋଲି ସେମାନଙ୍କୁ ବୁଝାଇ ଦେଲେ ଓ ସେଠାରୁ ସିମାନ୍ତ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ଥିର କଲେ । କ୍ୟାମ୍ପରୁ ବାହାରି ସମସ୍ତେ ଜଣେ ଖ୍ରୀଷ୍ଟିଆନ ପାଦ୍ରି ଏମ.ଡି.ନିଜାରସ ଙ୍କ ଘର ବାହାରେ ଆଶ୍ରୟ ନେଲେ । ଗାନ୍ଧିଙ୍କର ଅନୁଗତ କାଲେନ ବ୍ୟାକ୍ ସେମାନଙ୍କ ଖାଇବା ବୁଝିଲେ । ଗାନ୍ଧି ପତ୍ର ମା୍ମମରେ ସରକାରଙ୍କୁ ତାଙ୍କର କାର୍ଯ୍ୟକ୍ରମ ଜଣାଇ ଦେଲେ ଓ ୧୩/୧୦/୧୯୧୩ ଦିନ ୨୦୧୭ ପୁରୁଷ ଲୋକ ୧୨୭ ଜଣ ସ୍ତ୍ରୀ ଓ ୫୭ ଜଣ ଶିଶୁଙ୍କୁ ନେଇ ତାଙ୍କର ଯାତ୍ରା ଆରମ୍ଭ ହେଲା । ନୁ୍ୟକ୍ୟାସଲ ଠାରୁ ସୀମାନ୍ତ ସହର ଚାର୍ଲସ ଟାଉନ(ଉଐଇଜଖଋଝ ଞଙଡଘ) ୩୦ ମାଇଲ ଦୂର । ସେଠାରେ ଯାତ୍ରା ନିରାପଦରେ ପହଂଚିଲା । ସରକାରଙ୍କ ତରଫରୁ ସେମାନଙ୍କୁ କୈାଣସି ବାଧା ଦିଆଗଲା ନାହିଁ । ସେମାନଙ୍କୁ ଜେଲ ନନେବାରୁ ଗାନ୍ଧି ଚିନ୍ତାରେ ପଡିଗଲେ । ଚାର୍ଲ୍ସ ଟାଉନର ଭାରତୀୟ ମାନେ କିଛି ଦିନ ପାଇଁ ସେମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କଲେ । ସେଠାରୁ ଟ୍ରଲଷ୍ଟୟ ଫାର୍ମ ଯିବାକୁ ଦିନକୁ ୨୦ ମାଇଲ ଚାଲିଲେ ୮ ଦିନ ଲାଗିବ । ପ୍ରତିଦିନ ଖାଦ୍ୟ ଦେବାକୁ ସହରର ଏକ ରୁଟି କମ୍ପାନିକୁ ଦାୟିତ୍ୱ ଦିଆଗଲା । ଚାର୍ଲ୍ସ ଟାଉନ ଠାରୁ ଭୋକାରେଷ୍ଟ ଏକ ମାଇଲ ଦୂର । ଭୋକାରେଷ୍ଟ ଠାରେ ଗୋରା ଲୋକମାନେ ଉତେଜିତ ହୋଇ ଗାନ୍ଧିଙ୍କ ଦଳକୁ ବାଧା ଦେବାପାଇଁ ପ୍ରସ୍ତୁତ ହୋଇ ରହିଲେ । ମାତ୍ର କାଲେନ ବାଗ୍ ସେଠାରେ ପହଂଚି ସେମାନଙ୍କୁ ବୁଝାଇ ଦେଲେ । “ଗୋରା ମାନଙ୍କର ସମ୍ପତି ଲୁଟ କରିବା ପାଇଁ ଭାରତୀୟ ମାନେ ଯାଉ ନାହାନ୍ତି । ସେମାନେ ସଂପୂର୍ଣ୍ଣ ଶାନ୍ତି ପୂଣ୍ଣ ରହିଛନ୍ତି । ତୁମେ ମାରିଲେ ମଧ୍ୟ ସେମାନେ ହାତ ଉଠାଇବେ ନାହିଁ । ତାଙ୍କର ନେତା ଜଣେ ମହା ମାନବଅଟନ୍ତି” ।
କୌଣସି ବାଧା ନପାଇ ସତ୍ୟାଗ୍ରହୀ ମାନେ ଆଗେଇ ଚାଲିଲେ । ବାଟରେ ଘୋଡା ସବାର ପୋଲିସ ଥିଲେ ମ୍ମ ସେମାନଙ୍କୁ ବାଧା ଦେଲେ ନାହିଁ । ପରବର୍ତି ରହଣି ପଲମପୋର୍ଟ ଠାରେ ହେଲା । ଯାତ୍ରୀ ମାନେ ବିଶ୍ରାମ ନେଲେ । ରାତିରେ ପୋଲିସ ଆସି ଗାନ୍ଧିଙ୍କୁ ଗିରଫ ହେଲେ ବୋଲି ଜଣାଇ ଦେଲେ । ଗାନ୍ଧି ପି.କେ. ନାଇଡୁଙ୍କୁ ନିଦରୁ ଉଠାଇ ଯାତ୍ରା ଦାୟିତ୍ୱ ଦେଇ ପୋଲିସ ସାଙ୍ଗରେ ଚାଲିଗଲେ । ମାତ୍ର ମାଜିଷ୍ଟ୍ରେଟ ଗାନ୍ଧିଙ୍କୁ ଜାମିନ ଦେଇଦେଲେ । ବାହାରେ ଅପେକ୍ଷା କରିଥିବା କାଲେନବାଗ ଗାନ୍ଧିଙ୍କୁ କାରରେ ବସାଇ ଶୋଭାଯାତ୍ରୀ ମାନଙ୍କ ପାଖକୁ ନେଇଗଲେ । ତାହାପରେ ଯାତ୍ରୀ ମାନେ ଷ୍ଟାନ ଫର୍ଟ ଠାରେ ବିଶ୍ରାମ ନେଲେ । ସେଦିନ ରାତିରେ ଜଣେ ମାଜିଷ୍ଟ୍ରେଟ ଆସି ଗାନ୍ଧିଙ୍କୁ ଗିରଫ କରି ନେଇଗଲେ । ଏହା ଥିଲା ୦୬/୧୧ ର ଘଟଣା ଓ ମାଜିଷ୍ଟ୍ରେଟ ପୁଣି ଜାମିନ ଦେଇଦେଲେ । ୩ ଦିନ ପରେ ୯/୧୧ ଦିନ ରାତିରେ ପୋଲିସ ଗୋଟିଏ ଗାଡିରେ ଗାନ୍ଧିଙ୍କୁ ନେଇଗଲେ । ୧୪ ତାରିଖ ଦିନ ତାଙ୍କୁ ମାଜିଷ୍ଟେଟଙ୍କ ଆଗରେ ହାଜର କରାଗଲା । ଗାନ୍ଧି ଦୋଷ ସ୍ୱୀକାର କରିବାରୁ ଗାନ୍ଧି, କାଲେନ ବ୍ୟାକ ଓ ପୋଲକଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ ଦିଆଗଲା ।
ନେତା ବିହିନ ହୋଇ ଯାତ୍ରୀ ମାନେ ଚାଲିଲେ । ବାଲାଫୋଟ ଠାରେ ପୋଲିସ ସେମାନଙ୍କୁ ଅଟକାଇଲା । ସେଠାରେ ୩ଟି ସ୍ୱତନ୍ତ୍ର ଟ୍ରେନ ଠିଆ ହୋଇଥିଲା । ଟ୍ରେନ ମାନଙ୍କରେ ସତ୍ୟାଗ୍ରହୀ ମାନଙ୍କୁ ବସାଇ ନୁ୍ୟ କ୍ୟାସଲ ନିଆଗଲା । ତାର ବାଡ ଘେରା କ୍ୟାମ୍ପରେ ସେମାନଙ୍କୁ ଛାଡି, ଖଣି କମ୍ପାନିକୁ ଦାୟିତ୍ୱ ଦିଆଗଲା । ଖଣି କର୍ମଚାରୀ ମାନେ ସେମାନଙ୍କୁ ଗୋଇଠା ଓ ଲାଠି ମାରିଲେ । ତଥାପି ଶୋଭାଯାତ୍ରୀ ମାନେ କାମକୁ ଗଲେ ନାହିଁ । ଏହି ଘଟଣା ଦକ୍ଷିଣ ଆଫ୍ରିକାରେ ଭାରତୀୟ ମାନଙ୍କୁ ଆହୁରି ଉତେଜିତ କଲା । ଶ୍ରମିକ ଓ ବ୍ୟବସାୟୀ ସମସ୍ତେ ଧର୍ମଘଟରେ ଯୋଗ ଦେଲେ । ଗୁଳିକାଣ୍ଡରେ ଅନେକ ଲୋକ ମଲେ । ଉଭୟ ଭାରତ ଓ ଇଂଲଣ୍ଡରେ ପ୍ରତିବାଦର ସ୍ୱର ଉଠିଲା । ଭାରତରୁ ଦାନର ସୁଅ ଛୁଟିଲା । ସି.ଏଫ.ଏଣ୍ଡୃଜ ଓଡବ୍ଲ.ୁଡବ୍ଲୁପିଅରସନ ଫିନିସ ଆଶ୍ରମ ଯାଇ ଇଣ୍ଡିଆନ ଓପିନିଅନର ସମ୍ପାଦକ ପଦ ସମ୍ଭାଳି ନେଲେ । ଗାନ୍ଧିଙ୍କର ବ୍ୟକ୍ତିଗତ ସହାୟକ ସୁନିଆ ସିଲେସ ଅତି ଦକ୍ଷତାର ସହିତ ଆର୍ଥୀକ ବ୍ୟବସ୍ଥା ସମ୍ଭାଳି ନେଲେ ଓ ନୂଆ ନୂଆ ସତ୍ୟାଗ୍ରହୀ ମାନଙ୍କୁ ପଠାଇବାକୁ ଲାଗିଲେ । ହଠାତ୍ ସରକାର ଗାନ୍ଧିଙ୍କୁ ଜେଲରୁ ମୁକ୍ତ କରିଦେଲେ ୧୯ ଡିସେମ୍ବର ୧୯୧୩ ଦିନ ।ଭାରତୀୟ ମାନଙ୍କ ଦାବି ବିଚାର ପାଇଁ ଏକ କମିସନ ବସିଲା । ଏହି କମିସନରେ ଥିବା ବ୍ୟକ୍ତି ମାନେ ଅତୀତରେ ଭାରତୀୟ ମାନଙ୍କ ପ୍ରତି କଠୋର ମନ୍ତବ୍ୟ ମାନ ଦେଇଥିବାରୁ ଗାନ୍ଧି ଏହାକୁ ପ୍ରତ୍ୟାଖାନ କଲେ ଓ ଡରବାନ ଠାରେ ଏକ ବିଶାଳ ସମାବେଶରେ ୦୧/୦୧/୧୯୧୪ ଦିନ ଆଉଥରେ ସତ୍ୟାଗ୍ରହ କରିବେ ବୋଲି ଘୋଷଣା କଲେ । ଦରକାର ହେଲେ ଆତ୍ମ ସମ୍ମାନ ପାଇଁ ଜୀବନ ଦେବାକୁ ସତ୍ୟାଗ୍ରହୀ ମାନେ ପ୍ରସ୍ତୁତ ହୁଅନ୍ତୁ ବୋଲି ଆହ୍ୱାନ ଜଣାଇଲେ । ଠିକ୍ ଏତିକି ବେଳେ ଦକ୍ଷିଣ ଆଫ୍ରୀକାରେ ରେଳ ଧର୍ମଘଟ ଆରମ୍ଭ ହେଲା । ଗୋରା କର୍ମଚାରୀ ମାନେ ଧର୍ମଘଟ ଆରମ୍ଭ କରିଦେଲେ । ସରକାରଙ୍କୁ ଅସୁବିଧାରେ ନପକାଇବା ପାଇଁ ସଦିଚ୍ଛାର ଚିହ୍ନ ସ୍ୱରୁପ ଗାନ୍ଧି ନିଜର ପ୍ରସ୍ତାବିତ ଧର୍ମଘଟ ବନ୍ଦ ହେଲା ବୋଲି ଘୋଷଣା କଲେ ଓ କହିଲେ, ଜଣେ ସତ୍ୟାଗ୍ରହୀ ଶତୃର ଅସୁବିଧାର ସୁଯୋଗ ନିଏ ନାହ’ିାଁ ଏହି ଘଟଣା ଦକ୍ଷିଣ ଆଫ୍ରିକାର ଶାସକ ଜାନ୍ ସ୍ମଟଙ୍କୁ ଅବିଭୁତ କରିଦେଲା ଓ ଇଂଲଣ୍ଡରୁ ଲର୍ଡ ଆମଥୀଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଲେ ।
ଭାରତର ଭାଇସରାୟ ଲର୍ଡ ହାଡିଂସ ଦକ୍ଷିଣ ଆଫ୍ରିକା ସରକାରଙ୍କୁ ଚେତାବନି ଶୁଣାଇ ଦେଲେ । ତାଙ୍କର ନୀତି ଭାରତ ଉପରେ କୁ ପ୍ରଭାବ ପକାଉଅଛି । ସେ ତାଙ୍କର ସ୍ୱତନ୍ତ୍ର ଦୂତ ବେଞ୍ଜାମିନ ରବର୍ଟସନ କୁ ଦକ୍ଷିଣ ଆଫ୍ରିକା ପଠାଇଲେ । ଲଣ୍ଡନର ହ୍ୱାଇଟ ହଲରୁ ମଧ୍ୟ ସତର୍କ ବାଣୀ ଆସିଲା । ଶେଷରେ ବାଧ୍ୟ ହୋଇ ଜାନ ସ୍ମଟ ଗାନ୍ଧିଙ୍କୁ ଏକ ଆପୋଷ ଆଲୋଚନା ପାଇଁ ନିମନ୍ତ୍ରଣ କଲେ । ଆଲୋଚନା ଅନେକ ଦିନ ଚାଲିଲା । ପ୍ରତି ଶଦ୍ଦ ଓ ଧାଡିକୁ ବିଶ୍ଲେଷଣ କରାଗଲା । ଶେଷରେ ୩୦/୦୧/୧୯୧୪ ଦିନ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେଲା । ଭାରତୀୟ ବିବାହକୁ ସ୍ୱୀକାର କରାଗଲା । ୩ ପାଉଣ୍ଡିଆ ମୁଣ୍ଡକର ଉଠାଇ ଦିଆଗଲା । ରେଜିଷ୍ଟ୍ରେସନକୁ ଇଚ୍ଛାଧିନ କରାଗଲା । ସମୟ କ୍ରମେ ଚୁକ୍ତି ଭିତିକ ଶ୍ରମିକ ପ୍ରଥାକୁ ସପୂର୍ଣ୍ଣ ଉଠାଇଦିଆଯିବ ବୋଲି ଘୋଷଣା କରାଗଲା । ଗାନ୍ଧିଙ୍କୁ ବାରମ୍ବାର ଜେଲକୁ ପଠାଇଥିବା ସ୍ମଟ ଗାନ୍ଧିଙ୍କର ଜଣେ ପରମ ଭକ୍ତ ହୋଇଗଲେ । ନିଜେ ତିଆରି କରିଥିବା ହଳେ ଚପଲ ଗାନ୍ଧି ତାଙ୍କୁ ଉପହାର ଦେଲେ । ଯାହାକୁ ସେ ଅନେକ ଦିନ ପିନ୍ଧି ୧୯୩୯ ମସିହାରେ ବିନମ୍ରତାର ସହିତ ଗାନ୍ଧିଙ୍କୁ େ‘ରାଇ ଦେଲେ । ଗାନ୍ଧି ବର୍ତମାନ ମହାତ୍ମାରେ ପରିଣତ ହେଲେଣି । ଭାରତର କୋଟି କୋଟି ଲୋକ ତାଙ୍କୁ ଅପେକ୍ଷା କରିଛନ୍ତି । ଗୋଖେଲ ତାଙ୍କୁ ଡାକରା ଦେଇଛନନ୍ତି । ଭାରତର ମୁକ୍ତି ଦୂତ ରୁପେ ସେ ଭାରତ ମାଟିକୁ ଫେରିଯିବେ । ଦକ୍ଷିଣ ଆଫ୍ରିକାରେ ତାଙ୍କ ସ୍ମୃତି ରହିଯିବ ।

Leave a Reply

Your email address will not be published.